Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫିଲ୍ମ ଦେଖିଲେ ମିଳିବ ୧ ଲକ୍ଷ, କୋର୍ଟ କହିଲେ ଏପରି...

Entertainment

ଫିଲ୍ମ ଦେଖିଲେ ମିଳିବ ୧ ଲକ୍ଷ, କୋର୍ଟ କହିଲେ ଏପରି...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫିଲ୍ମ ଦେଖିଲେ ମିଳିବ ୧ ଲକ୍ଷ, କୋର୍ଟ କହିଲେ ଏପରି...

ସିନେମା ଦେଖିଲେ ମିଳିବ ଟଙ୍କା। ହଜାରେ କି ଦୁଇ ହଜାର ନୁହେଁ, ମିଳିବ ୧ ଲକ୍ଷ ଟଙ୍କା। ଏକଥା ଆମେ କହୁନାହୁଁ, ଏପରି କିଛି ହୋଇଥିବା ସୂଚନା ମିଳିଛି । ଆଉ ଯାହା ପରେ ବିବାଦ ହୋଇଥିବା ଦେଖିବାକୁ ମିଳିଛି। ତାହା ପୁଣି ଅଭିନେତା ଭିକ୍କି କୌଶଲଙ୍କ ଫିଲ୍ମକୁ ନେଇ।

ଡିସେମ୍ବର ୨୦୨୩ରେ ବେଙ୍ଗାଲୁରୁର ଜଣେ ବାସିନ୍ଦା ତାଙ୍କ ପରିବାରର ଦୁଇ ସଦସ୍ୟଙ୍କ ସହିତ ‘ସାମ ବାହାଦୁର’ ମୁଭି ୪ଟା ୦୫ର ଶୋ’ ଦେଖିବା ପରେ ଏକ ମାମଲା ଦାୟର କରିଥିଲେ। ବିଳମ୍ବରେ ବିଜ୍ଞାପନ ଯୋଗୁଁ, ଫିଲ୍ମଟି ଅପରାହ୍ନ ୪ଟା ୩୦ରେ ଆରମ୍ଭ ହୋଇଥିଲା । ଯାହା ସେମାନଙ୍କର କାର୍ଯ୍ୟସୂଚୀରେ ବାଧା ସୃଷ୍ଟି କରିଥିଲା ଏବଂ ସେମାନଙ୍କର ସମୟ ମଧ୍ୟ ନଷ୍ଟ କରିଥିଲା ।

ଅଭିଯୋଗକାରୀଙ୍କୁ ଅସୁବିଧା ଏବଂ ମାନସିକ ନିର୍ଯ୍ୟାତନା ପାଇଁ ୨୦,୦୦୦ ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ପାଇଁ ପୃଥକ ଭାବରେ ୮,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ଦର୍ଶକେ ବଡ଼ ପରଦାରେ ସିନେମା ଦେଖିବାକୁ ସିନେମା ହଲ ଯାଆନ୍ତି କିନ୍ତୁ ବର୍ତ୍ତମାନ ସିନେମା ଦେଖିବା ସମୟରେ ସେମାନଙ୍କୁ ଲମ୍ବା ବିଜ୍ଞାପନ ମଧ୍ୟ ଦେଖିବାକୁ ପଡ଼ୁଛି। ମୁଭିର ଅବଧି କମ କିନ୍ତୁ ଏହି ବିଜ୍ଞାପନ ଯୋଗୁଁ ସମୟ ବୃଦ୍ଧି ପାଇଯାଉଛି। ବେଙ୍ଗାଲୁରୁରେ ରହୁଥିବା ଜଣେ ବ୍ୟକ୍ତି ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଏହାକୁ ନେଇ ସେ କଞ୍ଜୁମର କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଏହି ମାମଲାରେ, ବେଙ୍ଗାଲୁରୁର ଏକ ଜିଲ୍ଲା କଞ୍ଜୁମର କୋର୍ଟ ଥିଏଟର ପିଭିଆର ଆଇନକ୍ସକୁ ଅତ୍ୟଧିକ ବିଜ୍ଞାପନ ପ୍ରସାରଣ କରି ମୁଭି ପ୍ରଦର୍ଶନକୁ ବିଳମ୍ବ କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଏହାକୁ ‘ଅନୁଚିତ’ ବ୍ୟବସାୟୀକ ଅଭ୍ୟାସ ବୋଲି କହିଛନ୍ତି। କୋର୍ଟ ମଲ୍ଟିପ୍ଲେକ୍ସକୁ ଜରିମାନା କରିଛନ୍ତି ଏବଂ କ୍ଷତିପୂରଣ ସ୍ବରୂପ ୧ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ମଧ୍ୟ ନିଶ୍ଚିତ କରନ୍ତୁ ଯେ ମୁଭିର ପ୍ରକୃତ ଆରମ୍ଭ ସମୟ ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଯାଉଛି।

କୋର୍ଟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆଜିର ଦୈନନ୍ଦିନ ଜୀବନରେ ସମସ୍ତେ ବହୁତ ବ୍ୟସ୍ତ। ଲୋକମାନେ ଚିନ୍ତା ମୁକ୍ତ ହେବାକୁ ମନୋରଞ୍ଜନ ଚାହାଁନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ଅନ୍ୟ କୌଣସି ଦାୟିତ୍ୱ ନାହିଁ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who watches Vicky Kaushal’s film will get Rs 1 lakh! | Argus News