ଅପରେସନ୍ ସିନ୍ଦୂର ଉପରେ ହେବ ଫିଲ୍ମ, ମହାବୀର ଜୈନଙ୍କ କମ୍ପାନୀ ଏହି ଦୌଡ଼ରେ ଆଗରେ

ଭାରତର 'ଅପରେସନ୍ ସିନ୍ଦୂର'କୁ ସବୁଠି ମିଳୁଛି ପ୍ରଶଂସା। ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ଡରୁଥିବାବେଳେ ଏହା ଉପରେ ଖୁବଶୀଘ୍ର ଆସିବ ଫିଲ୍ମ। 'ଅପରେସନ୍ ସିନ୍ଦୂର' ଚଳଚ୍ଚିତ୍ରର ଟାଇଟଲ୍ ପଞ୍ଜୀକରଣ ପାଇଁ ପ୍ରଯୋଜକଙ୍କ ମଧ୍ୟରେ ରେସିଙ୍ଗ ଚାଲିଛି।ଏୟାର ଷ୍ଟ୍ରାଇକର ଗୋଟିଏ ଦିନ ପରେ, ଅପରେସନ ସିନ୍ଦୂର ଉପରେ ଏକ ଫିଲ୍ମ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅପରେସନ୍ ସିନ୍ଦୂର' ବିଷୟରେ ସୂଚନା ଆସିବା ମାତ୍ରେ ବିଭିନ୍ନ ଚଳଚ୍ଚିତ୍ର ପ୍ରଯୋଜନା କମ୍ପାନୀ ଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଲେ।
ସେ ତାଙ୍କର ପ୍ରତିନିଧିଙ୍କୁ ଚଳଚ୍ଚିତ୍ର ସଂଗଠନକୁ ପଠାଇ 'ଅପରେସନ୍ ସିନ୍ଦୂର'କୁ ରେଜିଷ୍ଟର କରାଇଛନ୍ତି। ରିପୋର୍ଟ ଅନୁସାରେ, ମହାବୀର ଜୈନଙ୍କ କମ୍ପାନୀ ଏହି ଦୌଡ଼ରେ ଆଗରେ ଅଛନ୍ତି ଏବଂ ପ୍ରଥମେ ଟାଇଟଲ ପଞ୍ଜିକୃତ କରିଛନ୍ତି। ଏହା ବ୍ୟତୀତ, ଜୀ ଷ୍ଟୁଡିଓ ଏବଂ ଟି-ସିରିଜ୍ ମଧ୍ୟ ରେଜିଷ୍ଟର କରିଛନ୍ତି। ସେମାନେ ଏହି ଦୌଡ଼ରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହା ମଧ୍ୟ ପ୍ରକାଶ ପାଇଛି ଯେ ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ମଧ୍ୟ ଏହି ଟାଇଟଲ ପାଇଁ ପଞ୍ଜିକରଣ କରିଛନ୍ତି। ତେବେ ଏନେଇ କୌଣସି ସଠିକ ତଥ୍ୟ ମିଳିନଥିବାବେବଳେ ସବୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ନିଜ ନିଜ ପ୍ଲାନ ଆରମ୍ଭ କଲେଣି।
ବଲିଉଡ୍ ପୂର୍ବରୁ ଅନେକ ସାମରିକ ଅଭିଯାନ ଉପରେ ଚଳଚ୍ଚିତ୍ର ନିର୍ମାଣ କରିସାରିଛି। ଏଥିରେ ଭିକି କୌଶଳଙ୍କ 'ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍' ଅନ୍ତର୍ଭୁକ୍ତ। ଏହା ସହିତ ସନ୍ନି ଦେଓଲଙ୍କ 'ବର୍ଡର', 'ଆମରାନ' ଏବଂ ଆଲିଆ ଭଟ୍ଟଙ୍କ 'ରାଜି' ମଧ୍ୟ ଅଛି। ଏହି ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ସେନା ୬ ମେ’ ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେରେ ଥିବା ଅନେକ ଆତଙ୍କବାଦୀ ଶିବିର ଉପରେ ବାୟୁସେନା ଆକ୍ରମଣ କରିଥିଲା। ଏହି ସମୟରେ ପାକିସ୍ତାନ ଭୟଭୀତ । ଇଟାର ଯବାବ ପଥରରେ ଦେଉଛି ପାକିସ୍ତାନ।