Aishwarya Hold Aaradhy Hand / କାହିଁକି ଐଶ୍ୱର୍ଯ୍ୟାଙ୍କ ହାତ ଧରି ସବୁ ଇଭେଣ୍ଟକୁ ଯାଆନ୍ତି ଆରାଧ୍ୟା ? ଅଭିନେତ୍ରୀ କହିଲେ ମୋ ଝିଅ...
·7 months ago·3 min read

Key Points
ଅଭିନେତ୍ରୀଙ୍କ ବଡ଼ ଖୁଲାସା
କାହିଁକି ମା' ଐଶ୍ୱର୍ଯ୍ୟାଙ୍କ ହାତ ଧରି ସବୁ ଇଭେଣ୍ଟକୁ ଯାଆନ୍ତି ଆରାଧ୍ୟା?
ଐଶ୍ୱର୍ଯ୍ୟା କହିଲେ ପ୍ରକୃତ କାରଣ

ନିଳନୟନା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କର ଡିଭୋର୍ସ ଗୁଜବ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ପରେ ଏହା କେବଳ ଏକ ମିଛ ଗୁଜବ ବୋଲି ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ଆଉ ଏକ ଖବରକୁ ନେଇ ଅଭିନେତ୍ରୀ ଖୁବ ଚର୍ଚ୍ଚାରେ ରହିଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ବିମାନବନ୍ଦର ହେଉ କିମ୍ବା କୌଣସି ଆୱାର୍ଡ ଶୋ, କାନ୍ସ ଫିଲ୍ମ ଫେଷ୍ଟିଭାଲ ହେଉ ବା ପାରିବାରିକ କାର୍ଯ୍ୟକ୍ରମ ଐଶ୍ୱର୍ଯ୍ୟା ସବୁବେଳେ ନିଜ ଝିଅ ଆରାଧ୍ୟାଙ୍କ ହାତ ଧରିଥିବାର ଦେଖାଯାନ୍ତି । ଅନେକ ଏହାକୁ ନୋଟିସ୍ କରିବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ। ଏହାସହ ନିଜ ଝିଅ ବିଷୟରେ କିଛି ଏପରି କଥା କହିଛନ୍ତି, ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଆରାଧ୍ୟା ବର୍ତ୍ତମାନ ବଡ଼ ହୋଇଗଲେଣି, ତଥାପି ମା' ତାଙ୍କ ହାତ ଛାଡୁନାହାନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଐଶ୍ୱର୍ଯ୍ୟାଙ୍କୁ 'ଓଭର ପ୍ରୋଟେକ୍ଟିଭ୍ ମଦର' ବୋଲି କହି ଟ୍ରୋଲ ମଧ୍ୟ କରାଯାଏ । ତେବେ ଏହି ଅଭ୍ୟାସ ପଛରେ ଥିବା ପ୍ରକୃତ କାରଣ ବିଷୟରେ ଐଶ୍ୱର୍ଯ୍ୟା ନିଜେ ଖୁଲାସା କରିଛନ୍ତି । ଐଶ୍ୱର୍ଯ୍ୟା କହିଛନ୍ତି ଯେ, ଜଣେ ସେଲିବ୍ରିଟି ହୋଇଥିବାରୁ ସେ ଯେଉଁଠିକି ବି ଯାଆନ୍ତି, ସେଠାରେ ଫଟୋଗ୍ରାଫର ଏବଂ ପ୍ରଶଂସକଙ୍କର ପ୍ରବଳ ଭିଡ଼ ଜମିଯାଏ । ଛୋଟବେଳୁ ଆରାଧ୍ୟା ଏହି ପରିବେଶ ଦେଖି ଆସୁଥିଲେ ମଧ୍ୟ, ଅନେକ ସମୟରେ ଅଚାନକ ଭିଡ଼ ମାଡ଼ି ଆସିଲେ ପିଲାମାନେ ଭୟଭୀତ ହୋଇଯାନ୍ତି ।
ଐଶ୍ୱର୍ଯ୍ୟା କହିଛନ୍ତି, "ଏହା ମୋର ଏକ ସୁରକ୍ଷାତ୍ମକ ପ୍ରବୃତ୍ତି । ଯେତେବେଳେ ଲୋକମାନେ ଫଟୋ ନେବା ପାଇଁ ହଠାତ୍ ପାଖକୁ ଚାଲି ଆସନ୍ତି, ସେତେବେଳେ ଆରାଧ୍ୟାଙ୍କୁ ସୁରକ୍ଷିତ ଅନୁଭବ କରାଇବା ପାଇଁ ମୁଁ ତାଙ୍କ ହାତ ଧରିଥାଏ।" କେବଳ ସୁରକ୍ଷା ନୁହେଁ, ଏହା ମା' ଏବଂ ଝିଅଙ୍କ ମଧ୍ୟରେ ଥିବା ଗଭୀର ଭଲପାଇବାର ପ୍ରତୀକ। ଐଶ୍ୱର୍ଯ୍ୟା ଆରମ୍ଭରୁ ହିଁ ଆରାଧ୍ୟାଙ୍କ ପାଇଁ କୌଣସି ଆୟା ରଖିବା ପରିବର୍ତ୍ତେ ନିଜେ ତାଙ୍କର ସମସ୍ତ ଯତ୍ନ ନେବାକୁ ପସନ୍ଦ କରନ୍ତି। ସେ କୁହନ୍ତି ଯେ ଆରାଧ୍ୟା ତାଙ୍କ ଜୀବନର ପ୍ରାଥମିକତା । ତେଣୁ ଦୁନିଆ ଯାହା ଭାବୁ ପଛେ, ନିଜ ଝିଅକୁ ନିଜ ପାଖରେ ଜାବୁଡ଼ି ଧରି ରଖିବାରେ ସେ କୌଣସି ସଙ୍କୋଚ ଅନୁଭବ କରନ୍ତି ନାହିଁ ।
ସୋସିଆଲ ମିଡିଆରେ ଲୋକମାନେ ଅନେକ ସମୟରେ କୁହନ୍ତି ଯେ, "ଆରାଧ୍ୟା ଏବେ ବଡ଼ ହେଲେଣି, ତାଙ୍କୁ ଟିକେ ସ୍ୱାଧୀନ ଭାବେ ଚାଲିବାକୁ ଦିଅନ୍ତୁ।" କିନ୍ତୁ ଐଶ୍ୱର୍ଯ୍ୟା ଏହି ସମାଲୋଚନାକୁ ଖାତିର କରନ୍ତି ନାହିଁ। ତାଙ୍କ ମତରେ, ଜଣେ ମା' ହିଁ ଜାଣେ ତା' ପିଲା ପାଇଁ କେଉଁ ପରିସ୍ଥିତିରେ କ'ଣ ଠିକ୍। ବିଶେଷକରି ତାରକା ସନ୍ତାନ ମାନଙ୍କ ଉପରେ ସବୁବେଳେ ଗଣମାଧ୍ୟମର ନଜର ରହୁଥିବାରୁ, ସେମାନଙ୍କୁ ସାଧାରଣ ପିଲାଙ୍କ ଭଳି ଖୋଲାମେଲାରେ ଛାଡିବା ସବୁବେଳେ ସମ୍ଭବ ହୁଏ ନାହିଁ।
ଏଥିସହ ପଢ଼ନ୍ତୁ: ଏହି ଦେଶରେ ପୁରୁଷଙ୍କ ଅଭାବ, ଭଡାରେ ଯାଆନ୍ତି 'ସ୍ୱାମୀ'
ଏକ ପୁରୁଣା ଘଟଣା ମନେ ପକାଇ ଐଶ୍ୱର୍ଯ୍ୟା କହିଥିଲେ ଯେ, ଥରେ ସେମାନେ ଯାଉଥିବା ସମୟରେ ଆରାଧ୍ୟା ଖୁସି ମନରେ ଥିଲେ। କିନ୍ତୁ ହଠାତ୍ ବହୁତ ସଂଖ୍ୟାରେ କ୍ୟାମେରାମ୍ୟାନ ସେମାନଙ୍କ ଆଡକୁ ଦୌଡ଼ି ଆସିବାରୁ ଆରାଧ୍ୟା ଡରିଯାଇ ସେହିଠାରେ ବସି ପଡିଥିଲେ। ସେହି ସମୟରେ ଐଶ୍ୱର୍ଯ୍ୟାଙ୍କୁ ବାଧ୍ୟ ହୋଇ ତାଙ୍କୁ କୋଳକୁ ନେବାକୁ ପଡିଥିଲା। ସେବେଠାରୁ ସେ ନିଶ୍ଚିତ କରନ୍ତି ଯେ ଭିଡ଼ ଭିତରେ ଯିବାବେଳେ ଯେପରି ଝିଅର ହାତ ତାଙ୍କ ହାତରେ ଥାଏ, ଯାହାଫଳରେ ଆରାଧ୍ୟା ନିଜକୁ ଏକା ବା ଅସୁରକ୍ଷିତ ମନେ କରିବେ ନାହିଁ ।
ବର୍ତ୍ତମାନ ସାଉଦି ଆରବର ଜେଦ୍ଦାରେ ଅଛନ୍ତି ଐଶ୍ୱର୍ଯ୍ୟା । ୩ ଡିସେମ୍ବରରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ରେଡ଼୍ ସି ଫିଲ୍ମ ଫେସ୍ଟିଭାଲ ଚାଲିଛି । ଏଥିରେ ବଲିଉଡ୍ରୁ ପ୍ରଥମ ତାରକା ଭାବେ ଗେଷ୍ଟ ହୋଇ ଯୋଗ ଦେଇଛନ୍ତି ଐଶ୍ୱର୍ଯ୍ୟା । ଏଠାରେ ସେ ନିଜର ବ୍ୟକ୍ତିଗତ ଜୀବନ, ଫିଲ୍ମ ଏବଂ ଝିଅ ଆରାଧ୍ୟ ବିଷୟରେ ଖୋଲିକି ଆଲୋଚନା କରିଥିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: