Amitabh Bachchan / ଅମିତାଭ ବଚ୍ଚନ ଏମିତି କାହିଁକି କହିଲେ, ଜାଣନ୍ତୁ...

Key Points
୮୩ ବର୍ଷ ବୟସ ହେବା ସତ୍ତ୍ୱେ, ସେ ଚଳଚ୍ଚିତ୍ର ସହ ଅନ୍ୟାନ କାମରେ ଲଗାତାର ଭାବେ କାମ କରୁଛନ୍ତି ।
ଭାରତୀୟ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନ । ବଡ଼ ପରଦାର ଶେହନଶାହ। କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ। ତାଙ୍କର କାମ ପ୍ରତି ଥିବା ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ବେଶ୍ ଜଣାଶୁଣା ।
୮୩ ବର୍ଷ ବୟସ ହେବା ସତ୍ତ୍ୱେ, ସେ ଚଳଚ୍ଚିତ୍ର ସହ ଅନ୍ୟାନ କାମରେ ଲଗାତାର ଭାବେ କାମ କରୁଛନ୍ତି । ସେ ନିଜକୁ ଆକ୍ଟିଭ୍ ରଖିବା ପାଇଁ ହେଲଥି ଡାଏଟ ସହ ହାଲକା-ଫୁଲକା ୱାର୍କଆଉଟ କରନ୍ତି । ହେଲେ ତାଙ୍କର ବୟସ ଯେତେ ବଢ଼ି ଚାଲିଛି ସହିତ ଶରୀର ଏବଂ ମନ ସେତିକି ଦୁର୍ବଳ ହେଉଛି, ଏହା ଆମେ ନୁହେଁ ବରଂ ଅଭିନେତା ନିଜେ କହିଛନ୍ତି ।
ଅମିତାଭଙ୍କୁ ପ୍ରାୟତଃ ତାଙ୍କ ବ୍ଲଗରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅପଡେଟ୍ ସେୟାର କରିଥାଆନ୍ତି । ଏହା ତାଙ୍କର ଫ୍ୟାନ୍ସଙ୍କ ସହ ଯୋଡି ରହିବା ଓ କଥାବାର୍ତ୍ତା କରିବାର ଏକ ସରଳ ଉପାୟ । ନିକଟରେ ଏକ ପୋଷ୍ଟରେ, ଅମିତାଭ କହିଛନ୍ତି ଯେ ତାଙ୍କର ୱାର୍କ ସିଡ୍ୟୁଲ ଏତେ ବଢିଯାଇଛି ଯେ ସେ ସାରା ରାତି କାମ କରିଥିଲେ । ସକାଳ ୫.୩୦ରେ ତାଙ୍କ ବ୍ଲଗକୁ ଅପଡେଟ୍ କରିବାକୁ ବସିଥିଲେ । ଅମିତାଭ ଲେଖିଛନ୍ତି: "ମୁଁ ସକାଳ ୫.୩୦ ପର୍ଯ୍ୟନ୍ତ କାମ କରୁଥିଲି । ମୁଁ ଭୁଲିଗଲି ଯେ ମୋର ବ୍ଲଗ ପାଇଁ ମଧ୍ୟ ସମାନ କାମ ଥାଏ । ମୋତେ ଏବେ ବି ଅନେକ ଲୋକଙ୍କୁ ଉତ୍ତର ଦେବାକୁ ଅଛି । ତେଣୁ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା ମାଗୁଛି ଏବଂ ମୋତେ ଖରାପ ମଧ୍ୟ ଲାଗୁଛି ।
ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ତାଙ୍କୁ ଗତ କିଛି ଦିନ ଧରି ତାଙ୍କ ଆଗରେ ପୁରୁଣା ଫଟୋ ଏବଂ ଫିଲିଙ୍ଗସ ମନକୁ ଆସୁଛି । ଦୈନନ୍ଦିନ କାର୍ଯ୍ୟ ଯୋଗୁଁ ତାଙ୍କ ମନ ଏବଂ ଶରୀର କାମ କରୁନାହିଁ । କିନ୍ତୁ ଲୋକମାନେ କୁହନ୍ତି, "ଦ ଶୋ ମଷ୍ଟ ଗୋ ଅନ' କିନ୍ତୁ କେତେକ ସମୟରେ ମୁଁ ପ୍ରକୃତରେ ସଂଘର୍ଷ କରୁଛି।
ଗତକିଛି ଦିନ ପୂର୍ବରୁ, ଅମିତାଭ ତାଙ୍କ ଘନିଷ୍ଠ ବନ୍ଧୁ ଧର୍ମେନ୍ଦ୍ରଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ। ଧର୍ମେନ୍ଦ୍ର ନଭେମ୍ବର ୨୪ ତାରିଖରେ ଏହି ଦୁନିଆକୁ ବିଦାୟ ଦେଇଥିଲେ। ଦେଓଲ ପରିବାର ଏବେ ବି ମର୍ମାହତ। ଧର୍ମେନ୍ଦ୍ରଙ୍କ ପରଲୋକରେ ଅମିତାଭ ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଛନ୍ତି ଯେ ତାଙ୍କ ହୃଦୟରେ କେହି ଧର୍ମେନ୍ଦ୍ରଙ୍କ ସ୍ଥାନ ନେଇପାରିବେ ନାହିଁ। ସେ ସର୍ବଦା ତାଙ୍କ ସହି ରହିବେ। ଏହା ଉଲ୍ଲେଖନୀୟ ଯେ ଅମିତାଭ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...
📱 Get Argus News App
✨Related Topics
Explore more stories