Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / କାହିଁକି ବଲିଉଡରେ ହିଟ୍‌ ହେଉନି ଫିଲ୍ମ, ଅରଶଦ କହିଲେ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
କାହିଁକି ବଲିଉଡରେ ହିଟ୍‌ ହେଉନି ଫିଲ୍ମ, ଅରଶଦ କହିଲେ...

Key Points

ରାଗରେ କିଛି ଏମିତି କହିଛନ୍ତି ଅରଶଦ
ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି
ପୁଣି ଥରେ ଦେଖିବାକୁ ମିଳିଛି ଅରଶଦ ଓ୍ୱାର୍ସିଙ୍କ ରାଗ। ରାଗରେ କିଛି ଏମିତି କହିଛନ୍ତି ଅରଶଦ, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ବଲିଉଡକୁ କଟାକ୍ଷ କରି କହିଛନ୍ତି ଅଭିନେତା ଅରଶଦ ଓ୍ୱାର୍ସି। କହିଲେ ବଲିଉଡ଼ ଫିଲ୍ମ ମେକର୍ସ ରିସ୍କ ନେବାକୁ ଡରୁଛନ୍ତି । କାରଣ ଇଣ୍ଡଷ୍ଟ୍ରିରେ ଭଲ ଏବଂ ଦମଦାର୍ ସ୍କ୍ରିଫ୍ଟସର କମି ରହିଛି । ତାଙ୍କ ଅନୁସାରେ ଏବେ ଅଧିକ ମେକର୍ସ ସେଫ ଜୋନରେ ଫିଲ୍ମ ନିର୍ମାଣ କରୁଛନ୍ତି । ଯେଉଁଥିରେ ଏକ୍ସପେରିମେଣ୍ଟ୍ସ କମ୍ ଦେଖିବାକୁ ମିଳୁଛି ।
ଅରଶଦ କହିଛନ୍ତି କି, ବର୍ତ୍ତମାନ ସୁପରହିରୋ ଫିଲ୍ମର ଟ୍ରେଣ୍ଡ ଚାଲୁଛି । କିନ୍ତୁ ସେ ଏକ ସିମ୍ପଲ ଲଭ୍ ଷ୍ଟୋରୀ ‘ସେୟାରା’ର ଉଦାହରଣ ଦେଇଛନ୍ତି । ଯାହା କୌଣସି ବଡ଼ ଷ୍ଟାର୍ସ ବିନା ହିଟ୍ ସାବ୍ୟସ୍ତ ହୋଇଛି । ସେ କହିଛନ୍ତି, ତାହା ଖାଲି ଏକ ସିମ୍ପଲ ଲଭ୍ ଷ୍ଟୋରୀ ଥିଲା, କିନ୍ତୁ ଏହା ଦର୍ଶକମାନଙ୍କୁ ପସନ୍ଦ ଆସିଥିଲା କାରଣ ଫିଲ୍ମ ନିର୍ମାତା ରିସ୍କ ନେଇଛନ୍ତି ।

ଅଭିନେତା ଏହା ବି କହିଛନ୍ତି କି ଆଜି ବହୁତ ଫିଲ୍ମ ନିର୍ମାଣ ହେଉଛି, କିନ୍ତୁ ସେଥିରୁ କିଛି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଅରଶଦ ଓ୍ବାର୍ସି କହିଛନ୍ତି, ଯଦି ଆମ ପାଖରେ ଭଲ ସ୍କ୍ରିଫ୍ଟ ଥାନ୍ତା ତ ଆମ ଫିଲ୍ମର ଲିଷ୍ଟରେ ଅଧିକ ହିଟ୍ସ ହୋଇଥାନ୍ତା’ । ଦୁର୍ଭାଗ୍ୟ ବଶତଃ ଆମ ପାଖରେ ନାହିଁ । ଏହି ସାକ୍ଷାତକାର ସମୟରେ ସେ ନିଜ ଆଇକନିକ ଫିଲ୍ମ ‘ମୁନ୍ନା ଭାଇ’ ସିରିଜରେ ସର୍କିଟର ଭୂମିକାର ଉଦାହରଣ ଦେଇ କହିଛନ୍ତି କି ଦର୍ଶକ ଏବେ ବି ଭଲ କାହାଣୀ ଏବଂ କଣ୍ଟେଣ୍ଟର ତଲାଶରେ ଅଛନ୍ତି । ସେହିଭଳି ନିକଟରେ ତାଙ୍କ ଫିଲ୍ମ ‘ଭଗବତ ଚ୍ୟାଫ୍ଟର ଓ୍ବାନ: ରାକ୍ଷଶ, ଯାହା ୧୭ଅକ୍ଟୋବର ୨୦୨୫ରେ OTT ପ୍ଲାଟଫର୍ମରେ ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଧ୍ୟାନ ଟାଣୁଛି ।

ଅରଶଦ ଓ୍ୱାର୍ସି:


ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଅଭିନେତା ଅରଶଦ। ଦିନ ଏମିତି ଥିଲା ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିଲା। ସଞ୍ଜୟ ଦତ୍ତଙ୍କ ସହ ତାଙ୍କ ଯୋଡିକୁ ସମସ୍ତେ ଖୁବ ପସନ୍ଦ କରନ୍ତି। ଅରଶଦଙ୍କ ଡ୍ୟାନ୍ସ ମଧ୍ୟ ଖୁବ ଆକର୍ଷଣୀୟ। କିନ୍ତୁ ବର୍ତ୍ତମାନ ସମୟରେ ଅରଶଦଙ୍କ ଫିଲ୍ମ ଆଉ ଭଲ ଚାଲୁନି ।ଯାହାକୁ ନେଇ ସେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Why Bollywood Films Are Failing: Arshad Warsi Reveals the Real Reason | Argus News | Argus News