Dharmendra Deol / ୬ ଦଶନ୍ଧି ୩୦୦ ଫିଲ୍ମ, ତଥାପି କାହିଁକି ଧର୍ମେନ୍ଦ୍ରଙ୍କୁ କୁହାଯାଏନି ସୁପରଷ୍ଟାର ?
·7 months ago·2 min read

Key Points
ଅମିତାଭ-ଶାହରୁଖଙ୍କଠୁ ଅଧିକ ହିଟ୍ ଫିଲ୍ମ
କିନ୍ତୁ କାହିଁକି ଧର୍ମେନ୍ଦ୍ରଙ୍କୁ କୁହାଯାଏନି ସୁପରଷ୍ଟାର ?

ଆଉ ନାହାଁନ୍ତି ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବଲିଉଡ ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ସବୁ ଦିନ ପାଇଁ ହରାଇଛି । ଦୀର୍ଘ ୬ ଦଶନ୍ଧି ଧରି ବଲିଉଡରେ ନିଜର କ୍ରେଜ୍ ବଳବତ୍ତର ରଖିଥିଲେ ସେ । ତାଙ୍କ ଫିଲ୍ମ ଦେଖିବାକୁ ହଲରେ ଲାଗୁଥିଲା ଭିଡ । ଏହି କିମ୍ବଦନ୍ତୀ ଅଭିନେତାଙ୍କ ପର୍ସନାଲ ଲାଇଫ୍ ଖୁବ ଚର୍ଚ୍ଚାରେ ରହିଥିଲା । କାରଣ ସେ ଦୁଇ ଥର ବିବାହ କରିଥିଲେ । ଏହାସହ ଆଉ ଏକ ବଡ଼ କଥା ହେଲା ଯେ, ଅନ୍ୟ ଟପ୍ ବି-ଟାଉନର ହିରୋଙ୍କଠୁ ସେ ଅଧିକ ସଫଳ ହୋଇଥିଲେ ।

୧୯୬୦ରେ 'ଦିଲ ଭି ତେରା ହମ୍ ଭି ତେରେ' ଚଳଚ୍ଚିତ୍ରରୁ କ୍ୟାରିଅର ଆରମ୍ଭ କରିଥିଲେ ହି-ମ୍ୟାନ୍ । ସେତେବେଳେ ତାଙ୍କର ବୟସ ହୋଇଥିଲା ୨୪ । କିଛି ବର୍ଷ ଯାଏଁ ବନ୍ଦିନୀ, କାଜଲ ଆଦି ଫିଲ୍ମରେ ସହ ଅଭିନେତା ଭାବେ ଅଭିନୟ କରିଥିଲେ । କିନ୍ତୁ ୧୯୬୫ରେ ‘ହକିକତ’ ବ୍ଲକବଷ୍ଟର ହୋଇଥିଲା । ଏହା ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଥିଲା । ୧୯୭୦ ଭିତରେ ବଲିଉଡର ବଡ ତାରକା ଭାବେ ସେ ପରିଚିତି ଲାଭ କରିଥିଲେ । ଅନୁପମା, ଆଦମି ଅର୍ ଇନସାନ, ମେରା ଗାଓଁ ମେରା ଦେଶ, ସୀତା ଅର୍ ଗୀତା, ସୋଲେ, ଲୋଫରରେ ସେ ଦମଦାର ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ ।

୮୦ ଦଶକରେ ଅନେକ ଆକ୍ସନ ଫିଲ୍ମରେ ତାଙ୍କ ଅଭିନୟ ଦମଦାର ଥିଲା । ବଦଲେ କି ଆଗ୍, ଗୁଲାମ, ଲୋହା ତାଙ୍କର ବକ୍ସ ଅଫିସ୍ ହିଟ୍ ହୋଇଥିଲା । ୬୪ ବର୍ଷର କ୍ୟାରିଅରରେ ୭୫ଟି ହିଟ୍ ଫିଲ୍ମ ସେ ଦେଇଛନ୍ତି । ଯାହା ଅମିତାଭ ବଚ୍ଚନ, ରାଜେଶ ଖାନା, ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ହିଟ୍ ଫିଲ୍ମଠୁ ଅଧିକ ।
କାହିଁକି ତାଙ୍କୁ କୁହାଯାଉ ନଥିଲା ସୁପରଷ୍ଟାର୍ ?
ଅଧିକରୁ ଅଧିକ ହିଟ୍ ପିଲ୍ମ ଦେଇଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ କେବେ ସୁପରଷ୍ଟାରର ଆଖ୍ୟା ମିଳିନାହିଁ । କାରଣ ସେ କ୍ୟାରିଅର ଆରମ୍ଭ ବେଳେ ଦିଲୀପ କୁମାର ବଲିଉଡର ସୁପରଷ୍ଟାର ଥିଲେ । ତାଙ୍କ ପରେ ଏହି ଜାଗାକୁ ଦଖଲ କରିଥିଲେ ରାଜେଶ ଖାନ୍ନା । ୭୦ ଦଶକରେ ଅମିତାଭ ବଚ୍ଚନଙ୍କୁ ସୁପରଷ୍ଟାର୍ କୁହାଯାଉଥିଲା । ଧର୍ମେନ୍ଦ୍ରଙ୍କ ଅଧିକାଂଶ ହିଟ୍ ପିଲ୍ମରେ ଦୁଇ ଜଣ ହିରୋ ରହୁଥିଲେ । ତେଣୁ ପ୍ରଶଂସା ଭାଗ ହୋଇଯାଉଥିଲା । ଅନେକ ହିଟ୍ ଫିଲ୍ମ ଦେଇଥିଲେ ବି ଅଭିନୟ କ୍ୟାରିଅରରେ ତାଙ୍କର ୧୫୦ଟି ପିଲ୍ମ ଫ୍ଲପ୍ ହୋଇଛି । ବିଫଳତାର ହାର ଅଧିକ ଥିବା କାରଣରୁ ଧର୍ମେନ୍ଦ୍ରଙ୍କୁ କେବେହେଲେ ସୁପରଷ୍ଟାର୍ ଆଖ୍ୟା ମିଳିନାହିଁ ।
ପ୍ରଥମ ବିବାହ:
୧୯ ବର୍ଷ ବୟସରେ ସେ ପ୍ରଥମ ବିବାହ କରିଥିଲେ । ୧୯୫୪ରେ ସେ ପ୍ରକାଶ କୌରଙ୍କ ହାତ ଧରିଥିଲେ । ସେତେବେଳେ ହି-ମ୍ୟାନ ବଲିଉଡରେ ନିଜର ଅଭିନୟ ଇନିଂସ ଆରମ୍ଭ କରିନଥିଲେ । ପ୍ରଥମ ପତ୍ନୀଙ୍କଠାରୁ ସନୀ ଦେଓଲ, ବବି ଦେଓଲ, ବିଜେତା ଦେଓଲ ଏବଂ ଅଜିତା ଦେଓଲ ଜନ୍ମ ହୋଇଥିଲେ । ସନି ଏବଂ ବବି ବଲିଉଡର ପ୍ରସିଦ୍ଧ ଅଭିନେତା ଥିବାବେଳେ ଦୁଇ ଭଉଣୀ ଲାଇମଲାଇଟରୁ ଦୂରରେ ରହିଆସିଛନ୍ତି ।

ଦ୍ୱିତୀୟ ବିବାହ:
ପ୍ରକାଶ କୌରଙ୍କୁ ଛାଡପତ୍ର ନଦେଇ ୧୯୮୦ରେ ଡ୍ରିମଗାର୍ଲ ହେମା ମାଳିନୀଙ୍କୁ ଧର୍ମେନ୍ଦ୍ର ବିବାହ କରିଥିଲେ । ହେମା ତାଙ୍କଠାରୁ ୧୩ ବର୍ଷ ସାନ ଅଟନ୍ତି । ବିବାହ ପରେ ଉଭୟଙ୍କର ଦୁଇ ଝିଅ ଜନ୍ମ ହୋଇଥିଲେ । ଦୁଇ ଝିଅ ହେଲେ ଇଶା ଦେଓଲ ଏବଂ ଆହାନା ଦେଓଲ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories