କାହିଁକି ଅଲଗା ହୋଇଯାଇଥିଲେ ଅମିତାଭ ଓ ରେଖା ?

Key Points
କାହିଁକି ଅଲଗା ହୋଇଯାଇଥିଲେ ଅମିତାଭ ଓ ରେଖା
ଅମିତାଭ ଓ ରେଖାଙ୍କ ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ
ଆଜି ବି ବିଗ ବିଙ୍କୁ ସେତିକି ଭଲ ପାଆନ୍ତି ରେଖା
ପ୍ରେମ... କେତେବେଳେ କାହାକୁ କେଉଁ ସମୟରେ ହେବ ତାହା କିଏ କହିବ। ଠିକ ଏମିତି ଏକ ପ୍ରେମରେ ପଡିଥିଲେ ବଲିଉଡ ଅଭିନେତ୍ରୀ ରେଖା। ପ୍ରେମ ଏକ ଭାବନାକୁ ବୁଝାଇଥାଏ। ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ। ରେଖା କୁହନ୍ତି ଏବେବି ସେ ପ୍ରେମ କରୁଛନ୍ତି। ଆଜ୍ଞା ହଁ, ଦିନ ଏମିତି ଥିଲା ବିଗ୍ ବି ମାନେ ଅମିତାଭ ବଚ୍ଚନ ,ବଂ ରେଖାଙ୍କ ଲଭ ଷ୍ଟୋରୀ ସବୁଠି ଭାଇରାଲ ହେଉଥିଲା। କିନ୍ତୁ ଏହି ପ୍ରେମ ଅଧିକ ଦିନ ତିଷ୍ଠି ପାରିନଥିଲା। ଦୁହେଁ ଅଲଗା ହୋଇଯାଇଥିଲେ। ହେଲେ ଆପଣ ଜାଣନ୍ତି କି ଦୁହେଁ ଅଲଗା ହେବାର ମୁଖ୍ୟ କାରଣ କଣ ?ଏମିତି ଏକ ସମୟ ଥିଲା ଯେତେବେଳେ ରୂପେଲି ପରଦାରେ ଛାଇ ହୋଯାଇଥିଲା ଅମିତାଭ ଓ ରେଖାଙ୍କ ଯୋଡି । ସତୁରି ଦଶକର ଶେଷ ଭାଗରେ ଏହି ସୁପରଷ୍ଟାର ଯୋଡିଙ୍କୁ ଦେଖିବା ପାଇଁ ସିନେମା ହଲ ଆଗରେ ଲମ୍ବା ଲାଇନ ଲାଗୁଥିଲା । ସବୁଠୁ ବଡ଼ କଥା ହେଉଛି ଅମିତାଭ ଓ ରେଖାଙ୍କ ସିନେମା ଠୁ ବେଶି ରୋମାଞ୍ଚକ ଥିଲା ଉଭୟଙ୍କ ପ୍ରେମ କାହାଣୀ ।
ଏକ ସାକ୍ଷାତକାରରେ ରେଖା କହିଛନ୍ତି, ମୋତେ ଲାଗୁଛି ଯେ ମୁଁ ଯାହା ଚାହୁଁଛି ସେଥିପାଇଁ କେହି ଚିନ୍ତିତ ନୁହଁନ୍ତି । ଅନ୍ୟ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ସେ ନାମ ନ ଦେଇ ଜୟାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଏସବୁ ଜାଣି, ଜଣେ କିପରି ଗୋଟିଏ ଛାତ ତଳେ ରହିପାରିବ । ଯେହେତୁ ସେହି ବ୍ୟକ୍ତି ସବୁକିଛି ଜାଣନ୍ତି ଯାହାକୁ ସେ ଭଲ ପାଆନ୍ତି । ଆମେ ଦୁହେଁ ଭଲ ପାଉଛୁ କି ନ ପାଉଛୁ ସେକଥା ଆମେ ଜାଣିଛୁ । କେହି ଏହା ବିଷୟରେ କ’ଣ ଭାବନ୍ତି ମୋର ଧ୍ୟାନ ନାହିଁ । ଯଦି ଅମିତାଭ ନିଜ ପିଲା ଏବଂ ପତ୍ନୀଙ୍କୁ ସୁରକ୍ଷା ଦେବା ପାଇଁ ଏହା କରୁଛନ୍ତି, ତେବେ ଏହା ବହୁତ ଭଲ କଥା ।
ରେଖା ଆହୁରି ବୁଝାଇଥିଲେ ଯେ, “ମୁଁ କାହା ପାଇଁ କିଛି ନୁହେଁ କିମ୍ବା ଲୋକମାନେ ଯାହା ଭାବୁଛନ୍ତି ତାହା ମୋତେ ବ୍ୟଥିତ କରେ ନାହିଁ । ମୋର ପ୍ରେମ କେବଳ ସୀମିତ.. କାହାକୁ ଦେଖାଇବାକୁ ନୁହେଁ.. ମୁଁ ତାଙ୍କୁ ଭଲ ପାଏ.. ସେ ମୋ ସହ କଥା ହୁଅନ୍ତି.. ରେଖା ଏବେବି ତାଙ୍କ ପାଇଁ ପାଗଳ କିନ୍ତୁ କିଏ କଣ ଭାବେ ମୋର କିଛି ଫରକ ପଡେନି ।
କିଛି ପ୍ରେମ କାହାଣୀ ଅଧୁରା ରହିଯାଏ… ଅମର ହେଇଯାଏ । ବଲିଉଡ ଅଭିନେତ୍ରୀ ରେଖା ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ଯାହା ଏବେବି ଲୋକଙ୍କ ମନରେ ସ୍ମୃତି ହୋଇ ରହିଛି । ସମୟ ମଧ୍ୟ ଥିଲା ଯେତେବେଳେ ଫିଲ୍ମ ସ୍କ୍ରିନରେ ସବୁଠାରୁ ଗ୍ଲାମରସ୍ ଅନ୍-ସ୍କ୍ରିନ୍ ଦମ୍ପତିମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଏବଂ ରେଖା ଲୋକଙ୍କ ହୃଦୟରେ ରାଜ କରୁଥିଲେ । ଆଜି ଅମିତାଭ ବଚ୍ଚନ ତାଙ୍କ ପତ୍ନୀ ଜୟାଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି । ଏହି ସମୟରେ ରେଖା ନିଜ ଜୀବନକୁ ଏକାକୀ ବିତାଉଛନ୍ତି । ଆଜି ମଧ୍ୟ ରେଖା ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ଆଜି ବି ଦୁହିଁଙ୍କ ସମ୍ପର୍କ ସମାଧାନ ହୋଇ ନାହିଁ । ଆଉ ରେଖା କୁହନ୍ତି ସେ ଆଜି ବି ଅମିତାଭଙ୍କୁ ସେତିକି ଭଲ ପାଆନ୍ତି।