Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Phir Hera Pheri 3 କାହିଁକି ଛାଡିଲେ ପରେଶ ରାୱଲ, ଜାଣନ୍ତୁ ପୂର୍ବରୁ କଣ କହିଥିଲେ ସେ...? ଦେଖନ୍ତୁ ଭିଡିଓ

Entertainment

Phir Hera Pheri 3 କାହିଁକି ଛାଡିଲେ ପରେଶ ରାୱଲ, ଜାଣନ୍ତୁ ପୂର୍ବରୁ କଣ କହିଥିଲେ ସେ...? ଦେଖନ୍ତୁ ଭିଡିଓ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Phir Hera Pheri 3 କାହିଁକି ଛାଡିଲେ ପରେଶ ରାୱଲ, ଜାଣନ୍ତୁ ପୂର୍ବରୁ କଣ କହିଥିଲେ ସେ...? ଦେଖନ୍ତୁ ଭିଡିଓ

Key Points

'ଏହା ମୋ ଗଳାର ଫାଶୀ। ଗୋଟିଏ କଥା କହୁଛି, ଯାହା ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ହେବ, ମୁଁ ଏହା କାହାକୁ କେବେ କହିନାହିଁ।

'ହେରା ଫେରି ୩' ଫିଲ୍ମ ଛାଡିବା ପରଠାରୁ ଖବରର ଶିରୋନାମାରେ ଅଛନ୍ତି ପରେଶ ରାୱଲ । ଫିଲ୍ମର ପ୍ରଯୋଜକ ଅକ୍ଷୟ କୁମାର, ଅଭିନେତା ସୁନୀଲ ସେଟ୍ଟୀ, ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବଂ ପ୍ରଶଂସକମାନଙ୍କ ପାଇଁ ଏହା ଏକ ବଡ଼ ଝଟକା ଥିଲା। ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ପକ୍ଷରୁ ଅଭିନେତାଙ୍କୁ ୨୫ କୋଟି ଟଙ୍କାର ଲିଗାଲ ନୋଟିସ୍ ପଠାଯାଇଛି। କୁହାଯାଉଛି ସେହି ଟଙ୍କା ପାଇଁ ହିଁ ପରେଶ ଫିଲ୍ମ ଛାଡିଛନ୍ତି । ଅନ୍ୟପଟେ ଏହି ସମୟରେ ପରେଶ ରାୱଲଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ଏହି ଭିଡିଓଟି ପରେଶ ରାୱଲ ଓ ଲଲନଟପ ମଧ୍ୟରେ ହୋଇଥିବା ସାକ୍ଷାତକାରର ଅଂଶ । ଏଥିରେ ପରେଶଙ୍କ 'ହେରା ଫେରି' ଫିଲ୍ମ ଏବଂ ତାଙ୍କ ଚରିତ୍ର ବାବୁ ରାଓର ଖ୍ୟାତି ବିଷୟରେ ଚର୍ଚା ହୋଇଥିଲା। ପରେଶ ରାୱଲ କହିଥିଲେ ଯେ ‘ତାଙ୍କ କାମକୁ ଖୁବ ପ୍ରଶଂସା କରାଯାଇଛି, କିନ୍ତୁ ଏହା ତାଙ୍କ ପାଇଁ ବେଳେବେଳେ ବେକରେ ଫାଶୀ ଭଳି ହୋଇଯାଏ । ଏହା ସହିତ, ପରେଶ କହିଥିଲେ ଯେ ସେ ବିଭିନ୍ନ ନିର୍ଦ୍ଦେଶକଙ୍କ ପାଖକୁ ଯାଇ ବାବୁ ରାଓ ଚରିତ୍ରକୁ ବ୍ୟବହାର କରି ଆଉ ଏକ ଫିଲ୍ମ ତିଆରି କରିବାକୁ ଏବଂ ଦର୍ଶକଙ୍କ ସମ୍ମୁଖରେ ଏକ ଭିନ୍ନ କାହାଣୀ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ।

ଅଭିନେତା ଆହୁରି କହିଥିଲେ, 'ଏହା ମୋ ଗଳାର ଫାଶୀ। ଗୋଟିଏ କଥା କହୁଛି, ଯାହା ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ହେବ, ମୁଁ ଏହା କାହାକୁ କେବେ କହିନାହିଁ। ମୁଁ ୨୦୦୭ ମସିହାରେ ବିଶାଲ ଭରଦ୍ୱାଜ ଜୀଙ୍କ ପାଖକୁ ଯାଇଥିଲି। ୨୦୦୬ ମସିହାରେ ଫିର ହେରା ଫେରି-୨ ମୁକ୍ତିଲାଭ କରିସାରିଥିଲା। ମୁଁ କହିଥିଲି ଯେ ବିଶାଲ ଭାଇ, ମୋ ପାଖରେ ଏକ ଫିଲ୍ମ ଅଛି। ମୋର ଯେଉଁ ବାବୁରାଓ ଇମେଜ ରହିଛି, ସେଥିରୁ ମୋତେ ବାହାରିବାର ଅଛି । ମୁଁ ଏହାକୁ ଦୂର କରିବାକୁ ଚାହୁଁଛି। ତୁମେ ମୋତେ ସମାନ ଗେଟଅପରେ ସମାନ କିଛି ଅଲଗା ଭୂମିକା ଦେଇପାରିବ କି ? କିନ୍ତୁ ନା, ତାହା ହୋଇପାରିଲା ନାହିଁ | ଏବେ ସମସ୍ତଙ୍କ ମନରେ ହେରା ଫେରି ରହିଛି, ମୁଁ ଜଣେ କଳାକାର ମୁଁ ସେଇ ଗୋଟିଏ ଡଙ୍ଗାରେ ବା ଗୋଟିଏ ପରିଚୟରେ ଫସି ରହିବାକୁ ଚାହୁଁନାହିଁ ।

ପରେଶ ଆହୁରି କହିଛନ୍ତି, 'ତା'ପରେ ମୁଁ ୨୦୨୨ ମସିହାରେ ଆର ବାଲକିଙ୍କ ପାଖକୁ ଯାଇଥିଲି, ମୁଁ କହିଥିଲି ମୋ ପାଇଁ କିଛି ତ କର, ସମାନ ଗେଟଅପରେ ମୋତେ ଆଉ ଏକ ଚରିତ୍ର ଦିଅ। ନଚେତ୍, ଏହା ମୋତେ ଶ୍ୱାସରୁଦ୍ଧ କରୁଛି । ଅନ୍ୟପଟେ ପରେଶ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ ବାବୁରାଓ ଚରିତ୍ର ତାଙ୍କୁ ଖୁସି ଦେଇଥାଏ । କିନ୍ତୁ ମୁ ଜଣେ କଳାକାର । ଏଭଳି ପରିଚୟ ମୋତେ ବାନ୍ଧି ରଖିଦେଉଛି, ଏଥିରୁ ମୁଁ ମୁକ୍ତି ଚାହେଁ । ନଚେତ୍, ଏହା ମୋ ପାଇଁ ବହୁତ ଖରାପ ।


ଯେତେବେଳେ ଜଣେ କଳାକାର ସିକ୍ୱେଲ୍ ପରେ ସିକ୍ୱେଲ୍ କରନ୍ତି, ସେତେବେଳେ ପୁଣି ଥରେ ସେଇ ସମାନ କଥା ଦେଖାଇବାକୁ ପଡିଥାଏ । କିଛି ତ ଅଲଗା କରିବା କଥା । ଏହା 500 କୋଟି ଟଙ୍କାର ଉଡାଣ ଧରିଲା ଭଳି ଏକ ଚରିତ୍ର, ତୁମେ ଏହା ସହିତ ଉଡ଼ିବା ଉଚିତ। କିନ୍ତୁ କିଏ ଏହା କରିବାକୁ ଚାହୁଁନାହାନ୍ତି ?


ପରେଶ ରାୱଲଙ୍କ ଏହି ଭିଡିଓ ଉପରେ ୟୁଜର୍ସ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। କିଛି ୟୁଜର କହିଛନ୍ତି ଯେ ପରେଶ ରାୱଲ ଜାଣନ୍ତି ଯେ ତାଙ୍କୁ ତାଙ୍କ କଠିନ ପରିଶ୍ରମ ପାଇଁ ଅଧିକ ଫଳ ମିଳିବ ନାହିଁ। କେତେକ ଲୋକ କୁହନ୍ତି ଯେ ଯଦି ସେ ଏହି ଚରିତ୍ର ତାଙ୍କର ପରିଚୟ ହେବାକୁ ନେଇ ସନ୍ତୁଷ୍ଠ ନଥିଲେ, ତେବେ ତାଙ୍କୁ 'ହେରା ଫେରି 3' ଫିଲ୍ମ ସାଇନ୍ କରିବା ଉଚିତ୍ ନଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why did Paresh Rawal leave Phir Hera Pheri 3, know what he said earlier...? | Argus News