ରଣବୀରଙ୍କୁ କାହିଁକି ମାଡ଼ ମାରିଥିଲେ

ଅର୍ଗସ ବ୍ୟୁରୋ: ସବୁ ଅପେକ୍ଷାର ଅନ୍ତ ଘଟିଲା। ଦ ଗ୍ରେଟ କମେଡିଆନ କପିଲ ଶର୍ମାଙ୍କ ନୂଆ ଶୋ' ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ' ନେଟଫ୍ଲିକ୍ସରେ ମାର୍ଚ୍ଚ ୩୦ରେ ଅନ ଏୟାର ହୋଇଛି। ପ୍ରଥମ ଏପିସୋଡରେ କପୁର ପରିବାରକୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। କପୁର ଫ୍ୟାମିଲି ମାନେ ସ୍ବଗତ ରିଶିଙ୍କ ପରିବାରକୁ ନିମନ୍ତ୍ରିତ କରାଯାଇଥିଲା। ନୀତୁ କପୁର, ଝିଅ ରିଦିମା କପୁର ଏବଂ ପୁଅ ରଣବୀର କପୁର ଶୋ'ରେ ଚାର ଚାନ୍ଦ ଲଗାଇଥିଲେ। ତିନି ଜଣ କପୁର ଫ୍ୟାମିଲିର ଟପ ସିକରେଟକୁ ଦର୍ଶକଙ୍କୁ ଜଣାଇଥିଲେ।
ରଣବୀର କହିଲେ ମୋ ବାପା ମୋତେ ମୋ ଛୋଟବେଳେ ଗୋଟିଏ ଥର ମାରିଥିଲେ। କପିଲ ଶର୍ମା ଶୋ'ରେ ଭାବୁକ ହୋଇପଡ଼ିଥିଲେ ରଣବୀର। ଆଉ କହିଲେ ବାପା ତାଙ୍କ ଜୀବନକାଳରେ ମୋ ଉପରେ ଥରେ ହିଁ ହାତ ଉଠାଇଥିଲେ। RK ଷ୍ଟୁଡିଓରେ ଦୀପାବଳି ପୂଜା ଥିଲା। ବାପା ବହୁତ ଧାର୍ମିକ ଭଗବାନଙ୍କୁ ବହୁତ ମାନନ୍ତି। ମୁଁ ବୋଧେ ୮/୯ ବର୍ଷର ଥିଲି ଚପଲ ପିନ୍ଧି ମନ୍ଦିର ଭିତରକୁ ପଶିଯାଇଥିଲି। ବାପା ପୁରା ରାଗିଯାଇ ମୋତେ ବାଡେଇଥିଲେ।
ମା' ନୀତୁ କପୁର ଦୁଇ ସନ୍ତାନଙ୍କ ବିଷୟରେ କହିଥିଲେ ମୋ ପୁଅ ଝିଅ ଦୁହେଁ ବହୁତ ଭଲ। କେବେ କାହାକୁ ଖରାପ ବ୍ୟବହାର କରନ୍ତି ନାହିଁ। ଆଉ ଏ ସଂସ୍କାରର ଶ୍ରେୟ ହେଉଛି ମୋ ସ୍ବାମୀ ରିଷିଜୀଙ୍କ ପାଇଁ। ରିଷିଜୀ ମୋ ପିଲାମାନଙ୍କୁ ସମୟର ମୂଲ୍ୟ ଶିଖାଇଥିଲେ। ମୋତେ ଲାଗୁଛି ରାହା ପାଖରେ ମଧ୍ୟ ସେହିଭଳି ସଂସ୍କାର ରହିବ। କାରଣ ରଣବୀର ତାକୁ ସେହିଭଳି ସଂସ୍କାର ଦେବ। ବହୁତ ଦିନ ପରେ କପିଲଙ୍କ ଶୋ'ରେ ସୁନୀଲ ଗ୍ରୋଭରଙ୍କୁ ଦେଖିବାକୁ ମିଳିଲା। ରଣବୀରଙ୍କ ଫ୍ୟାମିଲି ଅତିଥି ଭାବେ ଆସିବା କିଛି ଟ୍ରିଟ ଠାରୁ କମ ନୁହେଁ। ଫ୍ୟାନମାନେ ରାହା ଏବଂ ଆଲିଆଙ୍କୁ ଖୁବ ମିସ କଲେ। ସେମାନେ ଆସିଥିଲେ ଆହୁରି ଭଲ ଲାଗିଥାନ୍ତା ବୋଲି ଫ୍ୟାନମାନେ କମେଣ୍ଟ କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର