କାହିଁକି ଦିନକୁ ଦିନ କମିଯାଉଛି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ?

Key Points
ପତଳା ହୋଇଗଲେଣି ସାମନ୍ଥା ରୁଥ ପ୍ରଭୃ
ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ନୂଆ ଫଟୋ ସୁଟ୍ ଭାଇରାଲ ହେଉଛି। ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ହେଲେ ପୂର୍ବଭଳି ଦେଖାଯାଉନାହାନ୍ତି। ଦିନକୁ ଦିନ ଅଭିନେତ୍ରୀ ଆହୁରି ପତଳା ହେଇଯାଉଛନ୍ତି। ଯାହାଦ୍ୱାରା ତାଙ୍କର ସୁନ୍ଦରତା ବି କମି ଯାଉଛି। ହେଲେ ଏମିତି କାହିଁକି ବୋଲି ଫ୍ୟାନ୍ସ ଜାଣିବାକୁ ଚାହୁଁଛନ୍ତି ? କଣ ହୋଇଛି ସାମନ୍ଥାଙ୍କର ? ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ । ସେ ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପୁଷ୍ପାର ଆଇଟମ୍ ନମ୍ବର ପରେ ସାମନ୍ଥା ଲାଇମ୍ ଲାଇଟ୍କୁ ଆସିଗଲେ । ହେଲେ ଏବେ ସାମନ୍ଥା ଆହୁରି ବଦଳି ଗଲେଣି ।
ଏବେ ସାମନ୍ଥା ରୁଥ୍ ପ୍ରଭୁଙ୍କ ନୂଆ ଫଟୋ ସାମ୍ନାକୁ ଆସିଛି ।ଅଭିନେତ୍ରୀ ଲାଇଟ୍ ମେକଅପ୍ ସହ ନ୍ୟୁଡ୍ ଲିପଷ୍ଟିକ୍ ଲଗାଇଛନ୍ତି। ଏହି ଲୁକ୍ରେ ସାମନ୍ଥାଙ୍କୁ ଚିହ୍ନିବା କଷ୍ଟକର। ତାଙ୍କ ଲୁକ୍ ଦେଖି ପ୍ରଶଂସକମାନେ ପଚାରୁଛନ୍ତି ଯେ ଏ କ’ଣ ସତରେ ସାମନ୍ଥା? ଜଣେ ଲେଖିଛନ୍ତି - ସେ ପୂର୍ବ ତୁଳନାରେ ବହୁତ ପତଳା ହୋଇଗଲେଣି। ଆଉ ଜଣେ ଲେଖିଛନ୍ତି - ସାମନ୍ଥାଙ୍କୁ ଚିହ୍ନି ହେଉ ନାହିଁ। ଏ ପୂର୍ବ ଅପେକ୍ଷା ବହୁତ ଭିନ୍ନ ଦେଖାଯାଉଛନ୍ତି। ଏହି ଲୁକ୍ରେ ପ୍ରଶଂସକମାନେ ତାଙ୍କୁ ଚିହ୍ନି ପାରୁନାହାଁନ୍ତି। ସାମନ୍ଥା ବହୁତ ପତଳା ଦେଖାଯାଉଛନ୍ତି। ତାଙ୍କର ପରିବର୍ତ୍ତନ ବହୁତ ଆଶ୍ଚର୍ଯ୍ୟଜନକ।