Videos
|
Entertainment

Sushmita vs Aishwarya / ୧୯୯୪ରେ ସୁସ୍ମିତା ସେନ୍ ଐଶ୍ୱର୍ଯ୍ୟା ରାୟଙ୍କୁ ପଛରେ ପକାଇ କାହିଁକି ମିସ୍ ଇଣ୍ଡିଆ ମୁକୁଟ ଜିତିଥିଲେ

Rashmita Mishra
Browse all articles by Rashmita Mishra
·11 months ago·2 min read
୧୯୯୪ରେ ସୁସ୍ମିତା ସେନ୍ ଐଶ୍ୱର୍ଯ୍ୟା ରାୟଙ୍କୁ ପଛରେ ପକାଇ କାହିଁକି ମିସ୍ ଇଣ୍ଡିଆ ମୁକୁଟ ଜିତିଥିଲେ

Key Points

୧୯୯୪ରେ ମିସ୍ ଇଣ୍ଡିଆ ମଞ୍ଚରେ ଐଶ୍ୱର୍ଯ୍ୟା ରାୟଙ୍କୁ ପଛେ ପକାଇ ସୁସ୍ମିତା ସେନ୍ ହେଲେ ବିଜେତା
ଏକ ଛୋଟ ଘଟଣା ଯାହା ପରିବର୍ତ୍ତନ କରିଦେଲା ଇତିହାସ, ସୁସ୍ମିତା ମିସ୍ ୟୁନିଭର୍ସ, ଐଶ୍ୱର୍ଯ୍ୟା ମିସ୍ ୱାର୍ଲ୍ଡ
ସୁସ୍ମିତା କହିଲେ “ଐଶ୍ୱର୍ଯ୍ୟା ହେଉଛନ୍ତି ବିଶ୍ବର ସବୁଠୁ ସୁନ୍ଦରୀ ମହିଳା, ତାଙ୍କୁ ଦେଖି ମୁଁ ମଡେଲିଂ ଆରମ୍ଭ କରିଥିଲି।”

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସୁସ୍ମିତା ସେନ୍ ଦୁହେଁ ମଡେଲିଂ ମାଧ୍ୟମରେ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ୧୯୯୪ ମସିହାରେ ସୁସ୍ମିତା ମିସ୍ ୟୁନିଭର୍ସ ହୋଇଥିଲେ, ଐଶ୍ୱର୍ଯ୍ୟା ରାୟ ମିସ୍ ୱାର୍ଲ୍ଡ ଟାଇଟଲ ଜିତିଥିଲେ। କିନ୍ତୁ ଏହି ଟାଇଟଲ ପାଇବା ସଫଳତା ପୂର୍ବରୁ ସୁସ୍ମିତା ମିସ୍ ଇଣ୍ଡିଆ ପ୍ରତିଯୋଗିତା ମଧ୍ୟ ଜିତିଥିଲେ। ଏହି ଦୁଇ ଅଭିନେତ୍ରୀ ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ସମାନ ଭାବରେ ଆଗକୁ ବଢ଼ିଚାଲିଥିଲେ କିନ୍ତୁ ଏମିତି ଏକ ଘଚଣା ଘଟିଲା ଯାହା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପଛରେ ପକାଇ ସୁସ୍ମିତାଙ୍କୁ ଆଗକୁ ନେଇଯାଇଥିଲା।


ଏହି ଦୁଇ ଅଭିନେତ୍ରୀ ୧୯୯୪ ମସିହାରେ ପ୍ରତିଷ୍ଠିତ ମିସ୍ ୟୁନିଭର୍ସ ଏବଂ ମିସ୍ ୱାର୍ଲ୍ଡ ଟାଇଟଲ ଜିତି ଭାରତକୁ ଗର୍ବିତ କରିଥିଲେ। ଏହି ସଫଳତା ପୂର୍ବରୁ, ସେମାନେ ଘରୋଇ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ପରସ୍ପର ବିପକ୍ଷରେ ଭାଗ ନେଇଥିଲେ । ସୁସ୍ମିତା ମିସ୍ ଇଣ୍ଡିଆ ମୁକୁଟ ଜିତିଥିବା ବେଳେ, ଐଶ୍ୱର୍ଯ୍ୟାଙ୍କୁ ପ୍ରଥମ ରନର୍ସଅପ୍ ଘୋଷଣା କରାଯାଇଥିଲା ।


ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିକଟରେ ଅଭିନେତ୍ରୀ-ମଡେଲ ରୁବି ଭାଟିଆ, ଯିଏକି ୧୯୯୪ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ,ସେ କହିଯନ୍ତି ଯେ ଜୁରି ପ୍ୟାନେଲ କାହିଁକି ସୁସ୍ମିତାଙ୍କୁ ଆଗକୁ ନେଇ ଐଶ୍ୱର୍ଯ୍ୟାଙ୍କୁ ପଛରେ ପକେଇଥିଲା । ଯିଏ କି ସେତେବେଳେ ମଡେଲିଂର ଜଣେ ଜଣାଶୁଣା ଚେହେରା ଥିଲେ।


ବଲିଉଡ ଠିକାନାର ଏକ ଆଲୋଚନାରେ ରୁବି ଭାଟିଆ ଫେମିନା ପତ୍ରିକାର ପୂର୍ବତନ editor ବିମଲା ପାଟିଲଙ୍କ ସହ କଥା ହୋଇଥିଲେ। ଯିଏ କି, ୧୯୯୪ ମସିହାରେ ବିଚାରକ ଥିଲେ।


ରୁବିଙ୍କ କହିବା ଅନୁଯାୟୀ, ଗୋଟିଏ ରାଉଣ୍ଡରେ ରାମ୍ପରେ ଚାଲିବା ସମୟରେ ଐଶ୍ୱର୍ଯ୍ୟାଙ୍କ ଗୋଡ଼ ଖସିଯାଇଥିଲା ଆଉ ସେ ତଳେ ପଡ଼ିଯାଇଥିଲେ। ବିମଲା କହିଥିଲେ ମୁଁ ମଧ୍ୟ ସଙ୍ଗେ ସଙ୍ଗେ କହିଥିଲି ଯେ, ଏଭଳି ଦୁର୍ଘଟଣା କାହା ସହ ବି ଘଟିପାରେ।


ତେବେ ଐଶ୍ୱର୍ଯ୍ୟା କାହିଁକି ଜିତିଲେ ନାହିଁ? ବିମଳା ତାଙ୍କୁ କହିଥିଲେ ଯେ ବିଚାରକମାନେ ଏପରି ଜଣେ ପ୍ରତିଯୋଗୀଙ୍କୁ ଖୋଜୁଥିଲେ ଯାହାଙ୍କ ପାଖରେ ନିର୍ଦ୍ଦିଷ୍ଟ ଗୁଣ ଅଛି ଏବଂ ସେମାନେ ତାଙ୍କୁ ମିସ୍ ୟୁନିଭର୍ସ ପ୍ରତିଯୋଗିତାକୁ ପଠାଇପାରିବେ।


ସୁସ୍ମିତା ବହୁତ ଟ୍ୟାଲେଣ୍ଟଡ ସହ ଖୁବ ସୁନ୍ଦରୀ ଥିଲେ। ବହୁତ ବୁଦ୍ଧିମାନ ଥିଲେ। ଯେପରି ମିସ ୟୁନିଭର୍ସ କ୍ରାଉନ ପାଇଁ ଏକଦମ ପର୍ଫେକ୍ଟ। ସେଥିପାଇଁ ସୁସ୍ମିତା ବିଶ୍ବସୁନ୍ଦରୀ ପ୍ରତିଯୋଗିତା ଜିତିଯାଇଥିଲେ। ଆଉ ମିସ ଓ୍ବାର୍ଲ୍ଡ କ୍ରାଉନ ମାନେ ସ୍ଵପ୍ନଠୁ ସୁନ୍ଦରୀ, ଡିଭା ମହିଳା, ଯାହାଙ୍କୁ ଦେଖିଲେ ଆଖି କିଛି ସମୟ ଅଟକି ଯାଉଥିବ। ଆଉ ଇଚ୍ଛା ହେଉଥିବ ଆଉଥରେ ସେ ସୁନ୍ଦରୀ ଚେହେରା ଦେଖିବାକୁ ସେହିଭଳି ଡିଭା ହେଲେ ଐଶ୍ଵର୍ଯ୍ୟା।


୧୯୯୪ ମିସ ଇଣ୍ଡିଆ ଇଣ୍ଟରଭ୍ୟୁ ଜିତିବାପରେ ସୁସ୍ମିତା ଐଶ୍ଵର୍ଯ୍ୟାଙ୍କୁ ନେଇ ବହୁତ କିଛି କହିଥିଲେ। ସେ କହିଥିଲେ ଐଶ୍ଵର୍ଯ୍ୟା ଖାଲି ସୁନ୍ଦରୀ ନୁହଁନ୍ତି ୯୦ ଦଶକର ବିଶ୍ଵ ସୁନ୍ଦରୀ କହିଲେ ଭୁଲ ହେବନି। କାରଣ ମୁଁ ତାଙ୍କୁ ଦେଖିକି ହିଁ ମଡେଲିଂରେ ଏଣ୍ଟ୍ରି କରିଥିଲି। ବିଶ୍ବର ସବୁଠୁ ସୁନ୍ଦରୀ ମହିଳା ହେଉଛନ୍ତି ଐଶ୍ଵର୍ଯ୍ୟା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Sushmita vs Aishwarya | Why Sushmita Sen Defeated Aishwarya Rai to Win Miss India 1994 | Argus News | Argus News