Videos
|
Entertainment

Bollywood Hit / 'ତେରେ ଇସ୍କ୍ ମେ' କାହିଁକି ବକ୍ସ୍ ଅଫିସର ରେକର୍ଡ ଭାଙ୍ଗୁଛି

Rashmita Mishra
Browse all articles by Rashmita Mishra
·8 months ago·2 min read
'ତେରେ ଇସ୍କ୍ ମେ' କାହିଁକି ବକ୍ସ୍ ଅଫିସର ରେକର୍ଡ ଭାଙ୍ଗୁଛି
Bollywood Hit

Key Points

'ତେରେ ଇସ୍କ ମେଁ' ଏହି ନାଁ ବର୍ତ୍ତମାନ ସମୟରେ ସମସ୍ତଙ୍କ ମୁହଁରେ ।
'ତେରେ ଇସ୍କ ମେ' ଯିଏ ଦେଖୁଛି ସିଏ କାନ୍ଦୁଛି
କାହିଁକି ବକ୍ସ ଅଫିସର ରେକର୍ଡ ଭାଙ୍ଗୁଛି 'ତେରେ ଇସ୍କ ମେ' ।

'ତେରେ ଇସ୍କ ମେଁ' ଏହି ନାଁ ବର୍ତ୍ତମାନ ସମୟରେ ସମସ୍ତଙ୍କ ମୁହଁରେ । କାରଣ ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଛି,ଏହା ଦ୍ଵାରା ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ କମାଲ କରୁଛି । ଧନୁଷ ଏବଂ କ୍ରିତି ସନନଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମ ମୁକ୍ତିଲାଭ କରିବାର ଗୋଟିଏ ସପ୍ତାହ ମଧ୍ୟରେ ବକ୍ସ ଅଫିସର ରେକର୍ଡ ଭାଙ୍ଗିଛି।

ନିର୍ଦ୍ଦେଶକ ଆନନ୍ଦ ଏଲ୍. ରାୟଙ୍କ "ତେରେ ଇସ୍କ ମେଁ", ଯାହା ଧନୁଷ ଏବଂ କ୍ରିତି ସାନନ୍ ଅଭିନୟ କରିଛନ୍ତି । ଯାହା ବକ୍ସ ଅଫିସରେ ଧମାଲ ମଚାଇଛି । ଏହା ଗୋଟିଏ ସପ୍ତାହ ମଧ୍ୟରେ ଭଲ ରୋଜଗାର କରିଚାଲିଛି । ତଥାପି, ବୁଧବାରର କଲେକ୍ସନ ବହୁତ କମ୍ ହେଇଥିଲେ, "ତେରେ ଇସ୍କ ମେଁ" ସାରା ବିଶ୍ଵରେ ବକ୍ସ ଅଫିସରେ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି ।

ସାରା ବିଶ୍ୱରେ 'ତେରେ ଇସ୍କ ମେ' କେତେ ଟଙ୍କା ରୋଜଗାର କରିଛି ?
ଦର୍ଶକଙ୍କ ମଧ୍ୟରେ 'ତେରେ ଇସ୍କ ମେ' ପାଇଁ କ୍ରେଜ୍ ବହୁତ ଉପରେ । ତଥାପି, ବୁଧବାର ବକ୍ସ ଅଫିସରେ ଏହା ହ୍ରାସ ପାଇଛି । କିନ୍ତୁ ଏହା ମଙ୍ଗଳବାର ଦିନ ଭଲ ରୋଜଗାର କରିଛି । ସାକନିଲ୍କର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ବୁଧବାର ଏହି ରୋମାଣ୍ଟିକ ଡ୍ରାମା ପ୍ରାୟ ୬.୭୫ କୋଟି ଟଙ୍କା ରୋଜଗାର କରିଛି । ଏଥିମଧ୍ୟରୁ ପ୍ରାୟ ୬.୪ କୋଟି ଟଙ୍କା ହିନ୍ଦୀରୁ ଆସିଥିବା ବେଳେ ତାମିଲ ବଜାର ଆନୁମାନିକ ୩୫ ଲକ୍ଷ ଟଙ୍କା ଆସିଛି ।

ବୁଧବାରର ଦିନର ଟଙ୍କା ମିଶାଇ, ଭାରତରେ ଫିଲ୍ମର ନେଟ୍ କଲେକ୍ସନ ପ୍ରାୟ ୭୬.୭୫ କୋଟି, ଯେତେବେଳେ କି ଏହାର ମୋଟ ଘରୋଇ ଆୟ ୯୨.୫ କୋଟିରେ ପହଞ୍ଚିଛି । ଏହା ବିଦେଶରେ ମଧ୍ୟ ପ୍ରାୟ ୮ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ, "ତେରେ ଇସ୍କ ମେ" ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ୧୦୦ କୋଟିର ଆୟ କରିଛି ।

ତେରେ ଇସ୍କ ମେ, ହେଉଛି ଧନୁଷଙ୍କର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବଲିଉଡ୍ ହିଟ୍ ହୋଇପାରିଛି, ଯାହା ମାତ୍ର ଛଅ ଦିନରେ ଘରୋଇ ବଜାରରେ ପ୍ରାୟ ୯୨.୫୦ କୋଟି ଆୟ କରିଛି । ଏହା ସାରା ବିଶ୍ୱରେ ୧୦୦ କୋଟି ଆୟ କରିଥିବା ତାଙ୍କର ପ୍ରଥମ ବଲିଉଡ୍ ଚଳଚ୍ଚିତ୍ର କିନ୍ତୁ କ୍ରିତି ସାନନଙ୍କର ଏହା ସପ୍ତମ ହିଟ୍ ଫିଲ୍ମ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bollywood Hit | Why Tere Ishq Mein Is Breaking Box Office Records | Massive Audience Craze Explained | Argus News