Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପରିଣୀତିଙ୍କ ପରେ ସିଲଭର ସ୍କ୍ରିନ୍‌ରେ କରିବେ ଧମାଲ କରିବେ ରାଘବ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପରିଣୀତିଙ୍କ ପରେ ସିଲଭର ସ୍କ୍ରିନ୍‌ରେ କରିବେ ଧମାଲ କରିବେ ରାଘବ...

Key Points

ରାଜନୀତି ପରେ ଆପ୍‌ ସାଂସଦଙ୍କ ବଲିଉଡ୍‌ ଡେବ୍ୟୁ !
ପରିଣୀତିଙ୍କ ପରେ ସିଲଭର ସ୍କ୍ରିନ୍‌ରେ କରିବେ ଧମାଲ

ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ

ସ୍ୱାମୀଙ୍କ ବିଷୟରେ ଏମିତି କହିଲେ ପରିଣୀତି

ରାଜନୀତି ଛାଡି ଅଭିନେତା ହେବେ ରାଘବ ଚଢ଼ା। ଏକଥା ଆମେ କହୁନାହୁଁ, ଏଭଳି କିଛି କହିଛନ୍ତି ତାଙ୍କ ପତ୍ନୀ ପରିଣୀତି ଚୋପ୍ରା। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବିଟାଉନ୍‌ର ମୋଷ୍ଟ ଆଡରେବଲ ଲବିଂ କପଲ ପରିଣୀତି ଚୋପ୍ରା ଓ ରାଘବ ଚଢା । ଦୁହିଁଙ୍କ ମଧ୍ୟରେ ଖୁବ୍‌ ସୁନ୍ଦର ବଣ୍ଡିଂ ଦେଖିବାକୁ ମିଳେ । ଯାହା ଫ୍ୟାନ୍ସଙ୍କ ହୃଦୟ ଜିତିନିଏ । ଉଭୟଙ୍କ ପରିଣୀତି ଓ ରାଘବ ଦୁହେଁ ଅଲଗା ଅଲଗା ପ୍ରଫେସନ୍‌ରେ କାମ କରନ୍ତି । ପରୀ ଅଭିନେତ୍ରୀ ଥିବା ବେଳେ ରାଘବ ରାଜନୀତିରେ ବେଶ୍‌ ଆକ୍ଟିଭ୍‌ ।

ଏକା ସାକ୍ଷାତକାରରେ ପରୀ ସ୍ଵାମୀ ରାଘବ ବଲିଉଡ୍‌ ଡେବ୍ୟୁକୁ ନେଇ ହସି କି କହିଲେ- ସତରେ ରାଘବ ବହୁତ ଗୁଡ୍‌ଲୁକିଂ ଓ ହ୍ୟାଣ୍ଡସମ୍‌ ମଧ୍ୟ। ଲୋକମାନେ ମୋତେ ଥଟ୍ଟା ମଜାରେ କୁହନ୍ତି କି ରାଘବଙ୍କୁ ଫିଲ୍ମରେ ଆକ୍ଟିଂ କରିବା ଉଚିତ୍‌ । ଏହା ଶୁଣିବା ପରେ ଆମେ ସବୁବେଳେ ହସୁଥାଉ । କାହିଁକି ନା ଏହା ବହୁତ ସୁନ୍ଦର । କିନ୍ତୁ ତାଙ୍କର ଏବେ ଯୋଉ କାମ ସେ ତାହା କରୁଛନ୍ତି । ସେ ପଲିଟିକ୍ସକୁ ଫଲୋ କରୁଛନ୍ତି ସେ ତାହାକୁ ସବୁବେଳେ କରିବେ । ଏତିକି ନୁହେଁ ରାଘବ ବହୁତ ବଡ ଦେଶଭକ୍ତ । ସେ ନିଜର ଦେଶ ପାଇଁ ସେବା କରିବାକୁ ଚାହାନ୍ତି । ସେ ସବୁବେଳେ କୁହନ୍ତି କି ତୁମେ ତୁମ କାମ କର, ମଁ ମୋ କାମ କରିବି।

କିନ୍ତୁ ରାଘବ ଯେବେ ଠାରୁ ପରିଣୀତିଙ୍କୁ ତାଙ୍କର ଜୀବନସାଥୀ ଭାବେ ପାଇଛନ୍ତି , ସେବେଠାରୁ ସେ ତାଙ୍କ ପତ୍ନୀଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ହେଲେ ଦୁହିଁଙ୍କ ବିବାହ ପରଠାରୁ ଫ୍ୟାନ୍ସ ଜାଣିବା ବେଶ୍‌ ଆଗ୍ରହ ଯେ ରାଘବ କେବେ ଫିଲ୍ମରେ ଡେବ୍ୟୁ କରିବେ । ଏବେ ପରିଣୀତି ନିଜେ ଖୁଲାସା କରିଛନ୍ତି । ଏହି ଦୁଇ ଯୋଡ଼ିକୁ ଦର୍ଶକ ଖୁବ ଭଲ ପାଆନ୍ତି। ଏହାସହ ସୋସିଆଲ ମିଡିଆରେ ଏମାନଙ୍କର ପ୍ରଶଂସକ ମଧ୍ୟ ଖୁବ ଅଧିକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will-raghav-chadha-make-his-acting-debut-parineeti-chopra-answers | Argus News