୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ

Key Points
ଖୁସି ଖବର ଦେବେ ଅରମାନ ମଲିକ
୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ
ପୁଣି ଥରେ ଖୁସି ଖବର ଦେଲେ ଅରମାନ ମଲିକ। ଘରକୁ ଆସିବେ ନୂଆ ଅତିଥି। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପୁଣି ଥରେ ଖବରରେ ଅଛନ୍ତି। ଅରମାନ ପଞ୍ଚମ ଥର ଲାଗି ବାପା ହେବେ। ଏଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଇନଷ୍ଟାଗ୍ରାମରେ ଅରମାନ କରିଥିବା ପୋଷ୍ଟରେ କୃତିକା ଉତ୍ସାହିତ ଥିବା ନଜର ଆସୁଥିବା ବେଳେ ପ୍ରଥମ ପତ୍ନୀମଧ୍ୟ ଖୁସି ଦେଖାଯାଉଛନ୍ତି। କୃତିକାଙ୍କ ହାତରେ ପ୍ରେଗ୍ନେନ୍ସି କିଟ୍ ମଧ୍ୟ ରହିଛି। ଅରମାନ ଏହି ଫଟୋ ସେୟାର କରି ଲେଖିଛନ୍ତି, ଘରକୁ ପୁଣି ଏକ ଖୁସି ଆସୁଛି। କୃତିକା ଓ ଅରମାନ ୬ ଏପ୍ରିଲ ୨୦୨୩ରେ ଜୈଦଙ୍କୁ ଜନ୍ମ ଦେଇଥିଲେ। ସେହି ବର୍ଷ ସେମାନେ ପାୟଲଙ୍କ ସହ ଯାଆଁଳା ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ।
ବର୍ତ୍ତମାନ ଅରମାନ ଚାରି ସନ୍ତାନର ପିତା ଅଟନ୍ତି। ତାଙ୍କ ଗର୍ଭାବସ୍ଥା ଖବର ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି। ମଲିକ ପରିବାର ପୂର୍ବରୁ ସୋସିଆଲ ମିଡିଆରେ ଲୋକପ୍ରିୟ ଥିଲେ। କିନ୍ତୁ ବିଗ ବସ୍ ଓଟିଟି ୩ରେ ତିନିଜଣ ଯୋଗ ଦେଇ ଘରେ ଘରେ ପରିଚିତ ହୋଇଥିଲେ। ଏହି ଶୋ’ର ଗ୍ରାଣ୍ଡ ପ୍ରିମିୟରରେ ତାଙ୍କ ବହୁବିବାହ ଚର୍ଚ୍ଚାରେ ରହିଥିଲା। ଶୋ’ ପରେ ମଧ୍ୟ ଅରମାନ ଓ ତାଙ୍କ ପତ୍ନୀମାନେ ଅନେକ ବିବାଦରେ ଘେରି ହୋଇଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ ଅଛନ୍ତି। ପୂର୍ବରୁ ସେ ଚାରି ସନ୍ତାନର ବାପା। ସୋସିଆଲ ମିଡିଆରେ ଏବେ ସେ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ଅରମାନ ତାଙ୍କ ଉଭୟ ପତ୍ନୀଙ୍କ ସହ କିଛି ଫଟୋ ଶେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି। ଅରମାନଙ୍କ ବିବାହ ବିଷୟରେ କହିବାକୁ ଗଲେ, ୨୦୧୧ରେ ସେ ପ୍ରଥମ ପତ୍ନୀ ପାୟଲ ମଲିକଙ୍କୁ ବିବାହ କରିଥିଲେ। ପରେ ଏହି ଦମ୍ପତିଙ୍କର ପୁତ୍ର ଚିକୁ ଜନ୍ମ ହୋଇଥିଲା।
📱 Get Argus News App
✨୨୦୧୮ରେ ଅରମାନ ପାୟଲଙ୍କ ସବୁଠାରୁ ନିକଟତମ ବନ୍ଧୁ କୃତିକା ମଲିକଙ୍କୁ ବିବାହ କରିଥିଲେ। ଅରମାନ ୨୦୨୨ରେ ତାଙ୍କ ଉଭୟ ପତ୍ନୀଙ୍କ ଗର୍ଭବତୀ ହେବାର ଘୋଷଣା କରି ଚର୍ଚ୍ଚାରେ ଆସିଥିଲେ। ମଲିକ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ସକ୍ରିୟ ରୁହନ୍ତି। ଦୈନିକ ବ୍ଲଗ ଶେୟାର କରିବାଠାରୁ ଆରମ୍ଭ କରି ବ୍ରାଣ୍ଡ ପ୍ରମୋସନ ଓ ମ୍ୟୁଜିକ ଭିଡିଓ ନିର୍ମାଣ ପର୍ଯ୍ୟନ୍ତ, ସେମାନେ ଏକ ବଡ଼ ଫ୍ୟାନ୍ ଫଲୋଇଂ ତିଆରି କରିଛନ୍ତି ।