Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପୁଣି ବିବାଦରେ ୟୁଟ୍ୟୁବର ଏଲଭିଶ ଯାଦବ: ଥାନାରେ ମାମଲା ରୁଜୁ

Ritu Das
Browse all articles by Ritu Das
·1 year ago·1 min read
ପୁଣି ବିବାଦରେ ୟୁଟ୍ୟୁବର ଏଲଭିଶ ଯାଦବ: ଥାନାରେ ମାମଲା ରୁଜୁ

ଅର୍ଗସ ବ୍ୟୁରୋ: ପୁଣି ବିବାଦ ଘେରରେ ୟୁଟ୍ୟୁବର୍ ତଥା ବିଗ୍ବସ୍ ଓଟିଟି ବିଜେତା ଏଲଭିଶ ଯାଦବ। ନିକଟରେ ବିଗ୍ ବସ୍ ୧୮ ଚାଲିଥିବା ସମୟରେ ସେ ଗଣମାଧ୍ୟମକୁ ପେଡ୍ ବୋଲି କହିଥିଲେ, ଯାହା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା ।ସେହିପରି ସାପ ବିଷ ମାମଲାରେ ମଧ୍ୟ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ଆଉ ଏହାରି ମଧ୍ୟରେ ବର୍ତ୍ତମାନ ପିଏଫଏ (ପିପୁଲ୍ସ ଫର ଆନିମଲ୍ସ) କାର୍ଯ୍ୟକର୍ତ୍ତା ତଥା ରେଭ ପାର୍ଟି ମାମଲାର ସାକ୍ଷୀ ସୌରଭ ଗୁପ୍ତା ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଜଣେ ସାକ୍ଷୀଙ୍କୁ ଧମକ ଦେଇଥିବା ନେଇ ଏଲଭିଶଙ୍କ ଉପରେ ଅଭିଯୋଗ ହୋଇଛି। ପିଟିଆଇ ଖବର ଅନୁଯାୟୀ, ଗାଜିଆବାଦର ନନ୍ଦଗ୍ରାମ ପୋଲିସ ଷ୍ଟେସନରେ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବିରୋଧରେ ସୌରଭ ଗୁରୁତର ଅଭିଯୋଗ କରିଛନ୍ତି ଏବଂ ସେ ଦାବି କରିଛନ୍ତି ଯେ ଏଲଭିଶ ଯାଦବ କାରରେ ତାଙ୍କୁ ଅନୁସରଣ କରି ତାଙ୍କ ସୋସାଇଟିକୁ ଆସି ତାଙ୍କୁ ଧମକ ଦେଇଥିଲେ। ସୌରଭଙ୍କ ଅଭିଯୋଗ ଅନୁଯାୟୀ, ଏଲଭିଶ ନିଜର ମିଛ ପରିଚୟ ଦେଇ ସୋସାଇଟିରେ ପଶିଥିଲେ। ତେବେ ସଡ଼କ ଦୁର୍ଘଟଣାରେ ଏଲଭିଶ ଯାଦବ ସୌରଭଙ୍କୁ ଏବଂ ତାଙ୍କ ଭାଇଙ୍କୁ ହତ୍ୟା କରିବା ନେଇ ଏଲଭିଶ ଧମକ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ସୌରଭ ଏଲଭିଶ ଏବଂ ତାଙ୍କ ସମର୍ଥକଙ୍କୁ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ସୌରଭଙ୍କ ଭାଇ ଗୌରବ ଗୁପ୍ତା ୨୦୨୩ ନଭେମ୍ବରରେ ନୋଏଡ଼ାର ଏକ ରେଭ ପାର୍ଟିରେ ସାପ ବିଷ ମାମଲାକୁ ନେଇ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
YouTuber Elvish Yadav in controversy again: File a case at the police station | Argus News