Gold Rate Crash / ସୁନା ଦରରେ ବଡ଼ ହଲଚଲ… ଏକାଥରେ ୩୨୨୦ ଟଙ୍କା ଶସ୍ତା, ରୂପା ବି ଖସିଲା
·1 hour ago·2 min read

Key Points
ଦୁଇ ଦିନ ବଢ଼ିବା ପରେ ପୁଣି ଖସିଛି ସୁନା ଦର
ଲଗାତାର ହ୍ରାସ ପରେ ନଭେମ୍ବର ୨୩ ଏବଂ ୨୪ ତାରିଖରେ ଧାତୁ ଉପରମୁହାଁ ହୋଇଥିଲା

ଦୁଇ ଦିନ ବଢ଼ିବା ପରେ ପୁଣି ଖସିଛି ସୁନା ଦର। ଲଗାତାର ହ୍ରାସ ପରେ ନଭେମ୍ବର ୨୩ ଏବଂ ୨୪ ତାରିଖରେ ଧାତୁ ଉପରମୁହାଁ ହୋଇଥିଲା। ଦର ବଢ଼ିଚାଲିବ ବୋଲି ଅନୁମାନ କରାଯାଉଥିବାବେଳେ ଆଜି ବଡ଼ ଆକାରରେ ଖସିଛି । ବୁଧବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୨୯୫୦ ଟଙ୍କା ଏବଂ ୩,୨୨୦ ଟଙ୍କା ହ୍ରାସ ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୪,୨୦୦ ଟଙ୍କା ଏବଂ ୧,୨୪,୫୮୦ ଟଙ୍କାକୁ ଖସିଆସିଛି । ଏଥିସହ ସୁନା ବର୍ଷକର ସବୁଠୁ ନିମ୍ନ ସ୍ତରକୁ ଆସିଛି ।
ଗତବର୍ଷ ନଭେମ୍ବର ୨୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୨୩,୩୦୮ ଟଙ୍କାରେ ଥିଲା । ତେବେ ଚଳିତବର୍ଷର ସର୍ବୋଚ୍ଚ ସ୍ତରରୁ ୫୧୦୦୦ ଟଙ୍କା ଖସିଛି ଦର । ଆଜି ୧୦ ଗ୍ରାମ ପିଛା ୧୮ କ୍ୟାରେଟ ସୁନା ଦର ୯୩,୪୪୦ ଟଙ୍କାକୁ ଖସିଆସିଛି । ୧୦ ଗ୍ରାମ ପିଛା ଏହା ୨୪୧୦ ଟଙ୍କା ହ୍ରାସ ପାଇଛି । ସେହିଭଳି କିଲୋଗ୍ରାମ ପିଛା ରୁପା ଆଜି ୧୦୦୦୦ ଟଙ୍କା ଶସ୍ତା ହୋଇ ୧,୬୫,୦୦୦ ଟଙ୍କା ହୋଇଛି । ଚଳିତବର୍ଷ ଏହା ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବି ଯାଇଥିଲା । ବର୍ତ୍ତମାନ ଯେଉଁଭଳି ଭାବେ ଦର ଖସିଚାଲିଛି ଗ୍ରାହକଙ୍କ ମଧ୍ୟରେ ଭଲ ଉତ୍ସାହ ଦେଖିବାକୁ ମିଳିଛି । କମ୍ ଦରରେ ସୁନା ହାତେଇବା ପାଇଁ ସୋ’ରୁମ ମୁହାଁ ଲୋକେ । ଗହଣା ଦୋକାନରେ ଅପେକ୍ଷାକୃତ ଅଧିକ ଭିଡ଼ ଦେଖିବାକୁ ମିଳୁଛି । ଆଗକୁ ବିବାହ ଋତୁ ଥିବାବେଳେ କମ୍ ଦରରେ ଆଡଭାନ୍ସ ବୁକିଂ କରୁଛନ୍ତି ଗ୍ରାହକ।
ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍(ଆଇବିଜେଏ) ଅନୁସାରେ, ବୁଧବାର ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୩,୯୦୭ ଟଙ୍କା ଖସି ୧.୨୧ ଲକ୍ଷ ଟଙ୍କାକୁ ଆସିଯାଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୯,୬୮୦ ଟଙ୍କା ଖସି ୧.୪୩ ଲକ୍ଷ ଟଙ୍କା ହୋଇଛି । ଏ ବର୍ଷ ଉଭୟ ଧାତୁ ଦରରେ ଲଗାତର ଉତ୍ଥାନ ପତନ ଦେଖିବାକୁ ମିଳୁଛି । ସୁନା ଦର ବଢ଼ିବାର କେତେକ ପ୍ରମୁଖ କାରଣ ରହିଛି । ଆମେରିକା ଡଲାର ମଜଭୁତ ହେବା ଦ୍ୱାରା ଅନ୍ୟ ଦେଶଗୁଡ଼ିକ ପାଇଁ ସୁନା କିଣିବା ମହଙ୍ଗା ପାଲଟିଛି । ଚାହିଦା କମିବା ଦ୍ୱାରା ଦର ଖସୁଛି । ସେହିଭଳି ଆମେରିକାରେ ସୁଧ ହାର ଅଧିକ ରହିବା ଫଳରେ ନିବେଶକ ସୁନା ବଦଳରେ ଆମେରିକୀୟ ବଣ୍ଡ୍ ଏବଂ ବ୍ୟାଙ୍କ ଜମାରେ ଟଙ୍କା ଲଗାଉଛନ୍ତି । ଏହା ମଧ୍ୟ ଦର ହ୍ରାସର ଅନ୍ୟ ଏକ କାରଣ । ପ୍ରଫିଟ ବୁକିଂ ମଧ୍ୟ ଦର ଖସାଉଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ସୁନା ଓ ରୂପା ଦର ହ୍ରାସ ପାଇବା କ୍ରେତାମାନଙ୍କ ପାଇଁ ଏକ ଆଶ୍ୱସ୍ତିର ବିଷୟ ହୋଇପାରେ—ବିଶେଷକରି ସେମାନଙ୍କ ପାଇଁ, ଯେଉଁମାନେ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବ ପାଇଁ ସୁନା କିମ୍ବା ରୂପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି। ତେବେ, କିଣାକିଣି କରିବା ପୂର୍ବରୁ କିଛି ବିଷୟ ଧ୍ୟାନରେ ରଖିବା ଆବଶ୍ୟକ।

- ବର୍ତ୍ତମାନ ସୁନା ଏବଂ ରୂପା କିଣିବା ଉଚିତ୍ କି?
ସୁନା ଓ ରୂପା ଦର ହ୍ରାସ ପାଇବା କ୍ରେତାମାନଙ୍କ ପାଇଁ ଏକ ଆଶ୍ୱସ୍ତିର ବିଷୟ ହୋଇପାରେ—ବିଶେଷକରି ସେମାନଙ୍କ ପାଇଁ, ଯେଉଁମାନେ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବ ପାଇଁ ସୁନା କିମ୍ବା ରୂପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି। ତେବେ, କିଣାକିଣି କରିବା ପୂର୍ବରୁ କିଛି ବିଷୟ ଧ୍ୟାନରେ ରଖିବା ଆବଶ୍ୟକ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IBJA (ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍) ଦ୍ୱାରା ଦିଆଯାଇଥିବା ଦର, ଆପଣଙ୍କ ସହରର ଅଳଙ୍କାର ଦୋକାନଗୁଡ଼ିକରେ ଥିବା ଦରଠାରୁ ଭିନ୍ନ ହୋଇପାରେ। ଅଳଙ୍କାର କିଣିବା ସମୟରେ, ସୁନାର ଶୁଦ୍ଧତା, ତିଆରି ଖର୍ଚ୍ଚ (making charges) ଏବଂ GST ଭଳି ବିଷୟଗୁଡ଼ିକ ମୂଲ୍ୟ ସହିତ ଯୋଡ଼ା ହୋଇଥାଏ। ତେଣୁ, କିଣିବା ପୂର୍ବରୁ ଆପଣଙ୍କ ସହରର କୌଣସି ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ପାଖରେ ବର୍ତ୍ତମାନର ଦର ଯାଞ୍ଚ କରିନେବା ଉଚିତ୍।
Related Topics
Explore more stories