Gold Price / ଖସୁଛି ଦର, ଗ୍ରାହକ ଆଶ୍ୱସ୍ତ ୭ ଦିନରେ କମିଲାଣି ୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା

Key Points
ଖସୁଛି ଦର, ଗ୍ରାହକ ଆଶ୍ୱସ୍ତ
୭ ଦିନରେ କମିଲାଣି ୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା
ଗହଣା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ
ଖସୁଛି ସୁନାର ଭାଉ... ୭ ଦିନରେ କମିଲାଣି ୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା। ଦର କମୁଥିବାରୁ ଗହଣା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ। ଲଗାତାର ଗୋଟିଏ ସପ୍ତାହ ଧରି ସୁନା ଦର ଖସିବାରେ ଲାଗିଛି। ତଥ୍ୟ ଅନୁସାରେ, ଗତ ୪ ତାରିଖରେ ୨୪ କ୍ୟାରେଟ୍ ସୁନା ଦର (ପ୍ରତି ଗ୍ରାମ୍) ₹୧୫,୬୬୬ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ₹୧୪,୩୬୦ ଟଙ୍କା ଥିଲା। ସେହିପରି ୫ ତାରିଖରେ ୨୪ କ୍ୟାରେଟ୍ ସୁନା ଦର ₹୧୫,୪୮୦ ଟଙ୍କାକୁ ଖସିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ରହିଥିଲା ₹୧୪,୧୯୦ ଟଙ୍କା ।
ଗତକାଲି ୨୪ କ୍ୟାରେଟ୍ ସୁନା ଦର ₹୧୫,୪୧୫ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ₹୧୪,୧୩୦ ଟଙ୍କାକୁ ଖସିଆସିଛି। ପୂର୍ବରୁ ଦର ବୃଦ୍ଧି ଯୋଗୁଁ ଲୋକଙ୍କ କ୍ରୟଶକ୍ତି କମିଯାଇଥିବା ବେଳେ, ଗତ କିଛି ଦିନ ହେବ ଦର କମିବାରୁ ସୁନା କିଣିବା ପାଇଁ ଆଗ୍ରହ ବୃଦ୍ଧି ପାଇଛି ।
ସୁନା ଦାମ୍ କମିବାର ମୁଖ୍ୟ କାରଣ ହେଉଛି ଡଲାର ତୁଳନାରେ ମୁଦ୍ରା ବିନିମୟ ମୂଲ୍ୟରେ ପରିବର୍ତ୍ତନ ଏବଂ ଅନ୍ତର୍ଜାତୀୟ ବଜାରର ପ୍ରଭାବ। ଆମେରିକା ଓ ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ବିଶ୍ୱ ବଜାରରେ ହେଉଥିବା ହଲଚଲ୍ର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳୁଛି ବୋଲି ବ୍ୟବସାୟୀ ପ୍ରକାଶ କରିଛନ୍ତି।
ଅନ୍ୟପଟେ, ଗତ କିଛି ଦିନ ଧରି ହୁ-ହୁ ହୋଇ ବଢ଼ି ଚାଲିଥିଲା ସୁନା ଦର। ସୁନା ଦରରେ ଏହି ଅହେତୁକ ବୃଦ୍ଧି ଗ୍ରାହକଙ୍କ ପକେଟ୍ ଉପରେ ଭାରି ପ୍ରଭାବ ପକାଇଥିଲା । ଗ୍ରାହକଙ୍କ କହିବା ମୁତାବକ ବିବାହ, ବ୍ରତଘର ଭଳି ଶୁଭକାର୍ଯ୍ୟ ଆସିଲେ ପରମ୍ପରା ଓ ବିଧି ରକ୍ଷା ପାଇଁ ସୁନା କିଣିବା ବାଧ୍ୟତାମୂଳକ ହୋଇପଡ଼େ ।
କିନ୍ତୁ ଅଚାନକ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ ଗତ କିଛି ଦିନ ହେବ ସୁନା ରେଟ୍ରେ ଲାଗିଥିବା ଏହି ବ୍ରେକ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଫଳରେ ପୁଣିଥରେ ସୁନା ଦୋକାନ ମୁହାଁ ହୋଇଛନ୍ତି ଗ୍ରାହକ।
ଗତ ୭ ଦିନ ଭିତରେ ସୁନାର ଦାମ୍ କମିବା ଲୋକଙ୍କୁ ଆଶ୍ୱସ୍ତି ଦେଇଛି ସତ, କିନ୍ତୁ ଆଗକୁ ସୁନା ଦର ଆହୁରି କମିବ ନା ପୁଣି ବୃଦ୍ଧି ପାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର
ସୁନା ବଜାର: ବଡ଼ ଆଶ୍ୱସ୍ତି
ଲଗାତାର ୭ ଦିନ ହେଲା କମୁଛି ଦର
ସପ୍ତାହକରେ ₹୮,୦୦୦ରୁ ଉର୍ଦ୍ଧ୍ୱ ଟଙ୍କା କମିଲା
ଦର କମିବାରୁ ସୁନା ଦୋକାନ ମୁହାଁ ଗ୍ରାହକ
ବିବାହ ଓ ବ୍ରତଘର ପାଇଁ ଉତ୍ସାହ
ଦର ତୁଳନା - ପ୍ରତି ଗ୍ରାମ୍
ତାରିଖ ୨୪ କ୍ୟାରେଟ୍ (Gold) ୨୨ କ୍ୟାରେଟ୍ (Gold)
ଗତ ୪ ତାରିଖ ₹୧୫,୬୬୬ ₹୧୪,୩୬୦
ଗତ ୫ ତାରିଖ ₹୧୫,୪୮୦ ₹୧୪,୧୯୦
ଗତକାଲି ₹୧୫,୪୧୫ ₹୧୪,୧୩୦
କାହିଁକି କମୁଛି ସୁନା ଦର?
ଡଲାର ତୁଳନାରେ ମୂଲ୍ୟରେ ପରିବର୍ତ୍ତନ
ବିଶ୍ୱ ବଜାରରେ ଅସ୍ଥିରତାର ସିଧାସଳଖ ପ୍ରଭାବ
ଆମେରିକା-ଇରାନ୍ ମଧ୍ୟରେ ସୃଷ୍ଟ ଅସ୍ଥିରତା
ଅନ୍ତର୍ଜାତୀୟ ହଲଚଲ୍ ଯୋଗୁଁ ଖସୁଛି ସୁନା ଭାଉ
📱 Get Argus News App
✨Related Topics
Explore more stories