Gold Price / ବିବାହ ଋତୁ ପୂର୍ବରୁ ସୁନା ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଏକାଥରକେ କମିଲା ୨୫୫୦ ଟଙ୍କା

Key Points
ବିବାହ ଋତୁ ପୂର୍ବରୁ ସୁନା ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି
ଏକାଥରକେ କମିଲା ୨୫୫୦ ଟଙ୍କା
ଶସ୍ତା ହେଲା ସୁନା ଆଜି କିଣନ୍ତୁ
ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର... ହଠାତ୍ ଖସିଲା ସୁନା ଦର, ଆଉ ଏହାର ପ୍ରଭାବ ଏବେ ସିଧାସଳଖ ବଜାର ଉପରେ । ଦର ହ୍ରାସ ପାଉ ପାଉ ସୁନା ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼ । କିଏ ବିବାହ ପାଇଁ ଗହଣା କିଣିବାକୁ ବାହାରିଛନ୍ତି ତ ଆଉ କିଏ ଏହି ସୁଯୋଗରେ ସୁନା କିଣି ନେବାକୁ ଚାହୁଁଛନ୍ତି । ତେବେ ସୁନା ଦରରେ ଏତେ ବଡ଼ ହ୍ରାସ କାହିଁକି ? ୨୨ ଓ ୨୪ କ୍ୟାରେଟ୍ ସୁନାର ନୂଆ ଦାମ୍ କେତେ? ଜାଣନ୍ତୁ ପୂରା ଖବର ।
ସୁନା ଦରରେ ବଡ଼ ହ୍ରାସ, କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ଼ । ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ବଜାରରେ ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଲଗାତାର ସୁନା ଦର ହ୍ରାସ ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ କିଣାକିଣିକୁ ନେଇ ଉତ୍ସାହ ବଢ଼ିଛି । ବିଶେଷ କରି ଆଗକୁ ବିବାହ ଋତୁ ଥିବାରୁ ସୁନା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମୁଛି ।
ବଜାର ଦର ଅନୁଯାୟୀ, ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୧ ଲକ୍ଷ ୨୨ ହଜାର ୧୫୦ ଟଙ୍କା ରହିଛି । ସେହିପରି ଗୋଟିଏ ଗ୍ରାମ ସୁନାର ଦାମ୍ ୧୨ ହଜାର ୨୧୫ ଟଙ୍କା ରହିଛି । ମଙ୍ଗଳବାର ତୁଳନାରେ ବୁଧବାର ସୁନା ଦରରେ ଗ୍ରାମ ପିଛା ୨ ହଜାର ୫୫୦ ଟଙ୍କା ହ୍ରାସ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୩୩ ହଜାର ୨୫୦ ଟଙ୍କା ଥିବାବେଳେ ଗ୍ରାମ ପିଛା ଦର ୧୩ ହଜାର ୩୨୫ ଟଙ୍କା ରହିଛି ।
ସୁନା ଦରରେ ଏହି ହ୍ରାସ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଅନେକ ଗ୍ରାହକ ଦର ଆହୁରି କମିବା ଆଶାରେ ଥିବାବେଳେ ଆଉ କେତେକ ଏବେଠାରୁ ସୁନା କିଣିବାକୁ ପସନ୍ଦ କରୁଛନ୍ତି । ବିବାହ ପାଇଁ ଗହଣା କିଣିବାକୁ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ।
ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଧନତେରାସ ପରଠାରୁ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ବଜାରରେ କିଣାବିକା ବଢ଼ିଛି । ଦର କମିବା ଫଳରେ ଗ୍ରାହକଙ୍କ ଆଗ୍ରହ ବଢ଼ିବା ସହ ବ୍ୟବସାୟ ମଧ୍ୟ ଭଲ ହେଉଛି । ତେବେ ଆଗାମୀ ଦିନରେ ସୁନା ଦର କେଉଁ ଦିଗକୁ ଗତି କରିବ, ତାହା ଉପରେ ଗ୍ରାହକ ଓ ବ୍ୟବସାୟୀଙ୍କ ନଜର ରହିଛି।
📱 Get Argus News App
✨Related Topics
Explore more stories