Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Gold Prices / ଆହୁରି ବଢ଼ିବ ସୁନା ଦର, ଚାଇନାରେ ସୁନା ଛୁଇଁବା ମନା...

Banajyotshna Ray
Browse all articles by Banajyotshna Ray
·5 months ago·3 min read
ଆହୁରି ବଢ଼ିବ ସୁନା ଦର, ଚାଇନାରେ ସୁନା ଛୁଇଁବା ମନା...
Gold Prices

Key Points

ସୁନା କିଣିବାକୁ ପଛଉଛନ୍ତି ଭାରତୀୟ
ପୁଣି ବଢ଼ିଲା ସୁନା ଓ ରୁପା ଦର
ପୁଣି ବଢ଼ିଲା ସୁନା ଓ ରୁପା ଦର। ଦିନକୁ ଦିନ ଆକାଶଛୁଆଁ ହେଉଛି ଦର। ଲାଗୁନି ଆଉ କିଣିହେବ ବୋଲି। ଭାରତରେ ପ୍ରଥମ ଥର ସୁନା ଉପରେ ଡିସ୍କାଉଣ୍ଟ ଦିଆଯାଉଛି। ହେଲେ ବି କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ। ପାଖାପାଖି ୧ ମାସ ପରେ ଚଳିତ ସପ୍ତାହରେ ଭାରତୀୟ ବଜାର ମାନଙ୍କରେ ଅଧିକାରୀକ ଦରରୁ ତଳେ ଅର୍ଥାତ ଡିସ୍କାଉଣ୍ଟରେ ସୁନା ଟ୍ରେଡ କରୁଛି। ସ୍ୱର୍ଣ୍ଣାଳଙ୍କାର ଡିଲର ଏବେ ପ୍ରତି ଆଉନ୍ସ ପାଖାପାଖି ୧୨ ଡଲାର ଡିସ୍କାଉଣ୍ଟ ଦେଉଛନ୍ତି। ଏହି ମୂଲ୍ୟରେ ୬% ଇମ୍ପୋର୍ଟ ଡ୍ୟୁଟି ଓ ୩% ସେଲସ୍ ଟ୍ୟାକ୍ସ ମଧ୍ୟ ରହୁଛି। କିନ୍ତୁ ଆପଣ ଜାଣନ୍ତି କି ଚାଇନାରେ ବିର୍ତ୍ତମାନ ସୁନା ଓ ରୁପା ଦର କେତେ ରହିଛି।ଅନ୍ୟପଟେ ଚୀନ୍ ର ଛବି ସମ୍ପୂର୍ଣ୍ଣ ଭିନ୍ନ। ଫେବୃଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଥିଲା ଲୁନାର ନ୍ୟୁ ଇୟର ଛୁଟି ପୂର୍ବରୁ ସେଠାରେ ସୁନାର ଚାହିଦା ଢେର ବଢି ଯାଇଛି।

ଚଳିତ ସପ୍ତାହରେ ସୁନା ଚୀନ୍ ରେ ୮ ଡଲାର ଡିସ୍କାଉଣ୍ଟରୁ ଆରମ୍ଭ କରି ୧୦ ଡଲାର ପ୍ରତି ଆଉନ୍ସ ପ୍ରିମିୟମରେ କାରବାର କରୁଛି। ବିଶ୍ଲେଷକ ରସ ନର୍ମାନଙ୍କ ଅନୁସାରେ ଉଚ୍ଚାଦର ଅନେକାଂଶରେ ଚାହିଦାକୁ ପ୍ରଭାବିତ କରିଛି। ହେଲେ ଚୀନ୍ରେ ମୋଟ ଉପରେ ଚାହିଦା ସକରାତ୍ମକ ରହିଛି। ଏଥିରେ ଚୀନ୍ କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ୧୫ତମ ମାସରେ ନିଜ ଗୋଲ୍ଡ ରିଜର୍ଭକୁ ବଢାଇବାକୁ ଯାଉଛି, ଯାହା ବଜାର ଲାଗି ସକରାତ୍ମକ ସଂକେତ ମନେ କରାଯାଉଛି। ହେଲେ ଭାରତରେ ଉଚ୍ଚା ମୂଲ୍ୟ ଯୋଗୁ ଚାହିଦା ପ୍ରଭାବିତ ହୋଇଛି। କିନ୍ତୁ ଚୀନ୍ ରେ ପାର୍ବଣ ପୂର୍ବରୁ ସୁନାର ଚାହିଦା ଢେର ବଢି ଯାଇଛି।

ହାଇଦ୍ରାବାଦର ଜନୈକ ଜ୍ୱେଲର କହିଛନ୍ତି ଯେ ମେକିଂ ଚାର୍ଜରେ ରିହାତି ଦିଆଯିବା ସତ୍ତ୍ୱେ ଜ୍ୱେଲରୀର ଚାହିଦା ସୁଧୁରୁ ନାହିଁ। ଏବେକା ସୁନା ଦର ଯୋଗୁ ରିଟେଲରେ କ୍ରୟ ନିମନ୍ତେ ଗ୍ରାହକ ଅସହଜ ହେଉଛନ୍ତି। ୧୩ ଫେବୃଆରୀ ଶୁକ୍ରବାର ପ୍ରତି ୧୦ ଗ୍ରାମ ପିଛା ସୁନାଦର ୧,୫୪,୦୦୦ ଟଙ୍କା ପାଖାଆଖରେ ରହିଛି। ତେବେ ଗତ ସପ୍ତାହରେ ଏହି ଦର ହ୍ରାସ ହୋଇ ୧୦ ଗ୍ରାମ ପିଛା ୧,୩୩,୬୮୭ ଟଙ୍କା ହୋଇଯାଇଥିଲା। ଯଦିଓ ସୁନା ଦର ରେକର୍ଡ ହାଇରୁ ତଳକୁ ଖସିଛି ହେଲେବି ସାଧାରଣ କ୍ରେତାଙ୍କ କ୍ରୟ ଶକ୍ତି ବାହାରେ ରହିଛି।

ମୁମ୍ବାଇର ଏକ ଘରୋଇ ବ୍ୟାଙ୍କ ବୁଲିୟନ ଡିଲର କହିଛନ୍ତି ଯେ ଏବେ ଅଧିକାଂଶ ଜ୍ୱେଲର ଓ ଡିଲର ବ୍ୟାଙ୍କରୁ ସୁନା କିଣିବାକୁ ପଛଉଛନ୍ତି। ସେମାନେ ଆଶା କରୁଛନ୍ତି ସରକାର ଚଳିତମାସରେ ୟୁଏଇରୁ ପାଖାପାଖି ୮୦ ମେଟ୍ରିକ ଟନ ସୁନା ଆମଦାନୀକୁ ରିହାତି ଦରରେ ମଞ୍ଜୁର କରିପାରନ୍ତି। ଭାରତ ଓ ୟୁଏଇ ମଧ୍ୟରେ ହୋଇଥିବା ବ୍ୟାପକ ଆର୍ଥିକ ଭାଗିଦାରୀ ବୁଝାମଣା (ସିଇପିଏ) ଅନୁସାରେ ସେଠାରୁ ଆସୁଥିବା ସୁନା ଓ ରୂପା ଉପରେ କମ ଇମ୍ପୋର୍ଟ ଡ୍ୟୁଟି ଲାଗୁଛି।

ପଢନ୍ତୁ ଏହି ଖବର: ଆଜି ପୁଣି ବଦଳିଲା ସୁନା-ରୁପା ଦର; ଜାଣନ୍ତୁ ନୂଆ ମୂଲ୍ୟ...

ଆଜି ଦିଲ୍ଲୀ ଏବଂ ମୁମ୍ବାଇରେ ସୁନା ଏବଂ ରୁପା ମୂଲ୍ୟ:

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୫୫,୯୩୦ ରେ ପହଞ୍ଚିଛି। ଏହା ବ୍ୟତୀତ, ୨୨ କେରେଟ୍ ସୁନା ଦର ପ୍ରତି ୧୦ ଗ୍ରାମ ୧,୪୨,୯୫୦ ରେ ପହଞ୍ଚିଛି। ଆଜି ମୁମ୍ବାଇରେ, 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 155,780 ରେ ପହଞ୍ଚିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 142,800 ଏବଂ 18 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 116,840 ରହିଛି।

ସୁନା ଏବଂ ରୁପା କେତେ ମହଙ୍ଗା ହୋଇଛି?

୨ ଏପ୍ରିଲ, ୨୦୨୬ ପାଇଁ MCX ରେ ଡେଲିଭରି ପାଇଁ ସୁନା, ଆଜି ପ୍ରତି 10 ଗ୍ରାମ ୧,୫୪,୬୯୯ ରେ ପହଞ୍ଚିଛି,
ଯାହା ଗତକାଲିର ବନ୍ଦ ୧,୫୨,୩୦୦ ପ୍ରତି 10 ଗ୍ରାମ ଥିଲା। ଏହାର ଅର୍ଥ ସୁନା ମୂଲ୍ୟରେ ୨,୩୯୯ ବୃଦ୍ଧି। ସେହିପରି, ୫ ମାର୍ଚ୍ଚ, ୨୦୨୫ ରେ ଡେଲିଭରି ପାଇଁ ରୂପା କିଲୋଗ୍ରାମ ୨,୪୩,୧୧୬ କୁ ବୃଦ୍ଧି ପାଇଛି । ଗତକାଲି ଏହା ପ୍ରତି କିଲୋଗ୍ରାମ ୨,୩୭,୧୩୬ ରେ ବନ୍ଦ ହୋଇଥିଲା। ଏହାର ଅର୍ଥ ରୂପା ମୂଲ୍ୟରେ ୫,୯୮୦ ବୃଦ୍ଧି ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ସୁନା ଦର ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Prices | Gold Prices Set to Rise Further as China Restricts Gold Access | Argus News | Argus News