Gold Price / ଆକାଶଛୁଆଁ ହେଲାଣି ସୁନା ଦର: ଜାଣନ୍ତୁ ଆଜିର ଦର...

Key Points
ଆକାଶଛୁଆଁ ହେଲାଣି ଦର ।
ବର୍ତ୍ତମାନ ବିଶ୍ଵ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି ।
ସୁନା କିଣିବାକୁ ଲୋକଙ୍କର ସଉକ। କିନ୍ତୁ ସେହି ସୁନା ଦର ଏବେ ବଢ଼ି ବଢ଼ି ଚାଲିଛି। ଆକାଶଛୁଆଁ ହେଲାଣି ଦର । ବର୍ତ୍ତମାନ ବିଶ୍ଵ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି । ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ମଙ୍ଗଳବାର ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି ।
ଡିସେମ୍ବର ୨୩ ତାରିଖରେ, ସୁନାର ମୂଲ୍ୟ ୧.୩୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । MCXରେ ଫେବୃଆରୀ ଫ୍ୟୁଚର୍ସ ଡେଲିଭରି ପାଇଁ ସୁନା ୧.୦୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୩୮,୧୨୪ ରେ ପହଞ୍ଚିଛି ।
ଏହି ସମୟରେ, ରୂପା ୨,୯୭୩ କିମ୍ବା ୧.୪୦ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ପିଛା ୨,୧୫,୮୪୫ ରେ ପହଞ୍ଚିଛି। ସପ୍ତାହର ପ୍ରଥମ ଦିନରେ ରେକର୍ଡ ମୂଲ୍ୟ ଛୁଇଁବା ପରେ, ସୁନା ଏବଂ ରୂପା ଉଭୟଙ୍କ ନୂଆ ମୂଲ୍ୟ ରେକର୍ଡ କରାଯାଇଛି ।
ସୋମବାର ଭୁବନେଶ୍ୱରରେ ଉଭୟ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୯୭୦ ଓ ୧୮୦୦ ଟଙ୍କା ବଢ଼ିଛି । ଫଳରେ ଏହି ୨ ବର୍ଗରେ ୧୦ ଗ୍ରାମ ପିଛା ସୁନା ଦର ଯଥାକ୍ରମେ ୧.୩୬ ଲକ୍ଷ ଓ ୧.୨୪ ଲକ୍ଷ ଟଙ୍କା ଛୁଇଁଛି । ସେହିଭଳି କିଲୋ ପିଛା ରୁପା ଦରରେ ୫ ହଜାର ଟଙ୍କା ବୃଦ୍ଧି ହୋଇ ୨.୩୧ ଲକ୍ଷ ଟଙ୍କା ରହିଛି । ଚଳିତ ବର୍ଷ ସୁନା ଦର ୫୭,୮୦୮ ଟଙ୍କା ବଢ଼ି ଗଲାଣି । ସେହିଭଳି ରୁପା ଦର ୧.୨୧ ଲକ୍ଷ ଟଙ୍କା ମହଙ୍ଗା ହୋଇଛି ।
ଏଥିସହ ପଢ଼ନ୍ତୁ: ଡରାଇଲାଣି ସୁନା ଦର, ୧୯୭୯ ମସିହା ପରେ ପ୍ରଥମଥର ଏତେ ଦାମ୍
ଆମେରିକା ସୁଧହାର ହ୍ରାସ କରିବା ଯୋଗୁ ଡଲାର ଦୁର୍ବଳ ହୋଇଛି । ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କ୍ରୟ ବୃଦ୍ଧି କରିଛନ୍ତି । ରୁଷ, ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ଲୋକେ ସୁରକ୍ଷିତ ନିବେଶ ଭାବେ ସୁନା କ୍ରୟ କରୁଛନ୍ତି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁନା କିଣା ବଢ଼ାଇଛନ୍ତି । ଫଳରେ ସୁନା ଉଦ୍ଧ୍ୱର୍ଗାମୀ ହୋଇଛି ।
ସେହିଭଳି ରୁପା କଥା ବିଚାରକୁ ନେଲେ ସୋଲାର, ଇଲେକଟ୍ରୋନିକ୍ସ ଏବଂ ଇଭିରେ ରୁପା ବ୍ୟବହାର ବଢ଼ିବା ଯୋଗୁ ଏହାର ଦର ଉପର ମୁହାଁ ହୋଇଛି । ଆମେରିକା କମ୍ପାନି ଗୁଡିକ ପ୍ରବଳ ମାତ୍ରାରେ ରୁପା ମହଜୁଦ କରି ରଖୁଛନ୍ତି । ଏବେ ଯୋଗାଣ ପ୍ରଭାବିତ ଥିବାରୁ ଦର ତେଜୁଛି । ଉତ୍ପାଦନ ବନ୍ଦ ହେବା ଭୟରେ କମ୍ପାନି ରୁପା ମହଜୁଦ କରି ରଖୁଛନ୍ତି । ଯାହା ଦର ବୃଦ୍ଧିର କାରଣ ପାଲଟିଛି । କେଡିଆ ଆଡଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି, ଏବେ ରୁପା ଦର ବଢ଼ିଛି । ଗୋଟିଏ ବର୍ଷରେ ରୁପା ଦର ୨.୫୦ ଲକ୍ଷ ଛୁଇଁପାରେ । ସୁନା ଦର ମଧ୍ୟ ୧.୫୦ ଲକ୍ଷ ହୋଇପାରେ।
📱 Get Argus News App
✨Related Topics
Explore more stories