|
logo
Live
Argus News App
GET APP

Argus News - ୧ ଲକ୍ଷ ତଳକୁ ଖସିବ ସୁନା ଦର: ଏବେ ସୁନା କିଣିଲେ ସେତେବେଳେ କ୍ଷତି ସହିବେ

Gold

Gold Price / ୧ ଲକ୍ଷ ତଳକୁ ଖସିବ ସୁନା ଦର: ଏବେ ସୁନା କିଣିଲେ ସେତେବେଳେ କ୍ଷତି ସହିବେ

Rashmita Mishra
Browse all articles by Rashmita Mishra
·1 month ago·3 min read
୧ ଲକ୍ଷ ତଳକୁ ଖସିବ ସୁନା ଦର: ଏବେ ସୁନା କିଣିଲେ ସେତେବେଳେ କ୍ଷତି ସହିବେ
Gold Price

Key Points

ଟିକେ ଅପେକ୍ଷା କର ଏକ ଲକ୍ଷରୁ କମିବ ସୁନା ଦର । 
ଟିକେ ଅପେକ୍ଷା କଲେ ୧ ଲକ୍ଷରୁ କମ୍‌ ଟଙ୍କାରେ ମିଳିବ ସୁନା । 
ଯାହାବି ହେଲେ ସୁନା ୧ ଲକ୍ଷ ତଳକୁ ଖସିବ । 
ଏବେ ସୁନା କିଣିଲେ ସେତେବେଳେ କ୍ଷତି ସହିବେ । 

ସୁନାର ମୁଲ୍ୟ ବହୁତ କମିବ... ଏତେ କମିବ କି ଆପଣ ତୁଳନା ମଧ୍ୟ କରିପାରିବେ ନାହିଁ । ଖାଲି ଧୈର୍ଯ୍ୟ ରଖିଲେ ହେଲା । ଏଇ କିଛି ଦିନ ଭିତରେ ୯୦ ହଜାରୁ ତଳକୁ ଖସିଯିବ ସୁନା ଦର । ଏବେ ୨୪ କ୍ୟାରେଟ ଗୋଲ୍ଡ ୧୦ ଗ୍ରାମକୁ ଦେଢ଼ ଲକ୍ଷ ଟଙ୍କା ରହିଛି । ଏହି ମୁଲ୍ୟ ଆଗକୁ ୧ ଲକ୍ଷରୁ କମ୍‌ ହୋଇଯିବ । ସୁନାକୁ ନେଇ ସବୁଠାରୁ ଅଧିକ ଖବର ଭାରତରେ ରହିଛି । ବିଶ୍ଵର ୨୫ ପ୍ରତିଶତ ସୁନା ଭାରତ ମଗାଉଛି ।

କିନ୍ତୁ ଏଇ କିଛି ଦିନ ହେବ ସୁନାକୁ ନେଇ ଚାହିଦା କମିବାରେ ଲାଗିଛି । କିଛି ଦିନ ହେବ ସୁନା ଲଗାତାର କମିବାରେ ଲାଗୁଛି ପୁଣି ସକାଳ ହେଲା ବେଳକୁ ବଢ଼ି ଯାଉଛି । ଯେଉଁ ସୁନାର ଦର ବଢ଼ି ୨ ଲକ୍ଷ ଟପିବାର ଥିଲା ତାହାର ଏବେ ଦର କମିଯାଇ ଦେଢ଼ ଲକ୍ଷ ପାଖରେ ପହଞ୍ଚି ଯାଇଛି । ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ସୁନାର ର କମି ଏକ ଲକ୍ଷ ତଳକୁ ଆସିଯିବ ।

ଯେଉଁ ସୁନା ରୁପା ୨୦୨୫ରେ ଲୋକଙ୍କୁ ଭଲ ଲାଭ ଦେଇଥିଲା । ସେହି ସୁନା ରୁପା ୨୦୨୬ରେ ଲୋକଙ୍କର ସେତିକି କ୍ଷତି ମଧ୍ୟ କରାଇଛି । ତେବେ ସୁନା ଦର କଣ ପାଇଁ ଏକ ଲକ୍ଷ ତଳକୁ ଖସିବ ଆସନ୍ତୁ ଜାଣିବ ।

ଏହାକୁ ବୁଝିବାକୁ ହେଲେ ଆମକୁ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ଆସିଥିବା ଏକ ରିପୋର୍ଟ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଋଷର ଆଭ୍ୟନ୍ତରିଣ ସରକାର ରିପୋର୍ଟ ଉପରେ ଆଧାରିତ ଏହି ରପୋର୍ଟ ମୁତାବକ ଋଷ ଏବେ ଆମେରିକା ଡଲାର ଉପରେ ଆଧାରିତ ସେଟେଲମେଣ୍ଟ ସିଷ୍ଟମ ଉପରେ ଫେରିବାକୁ ଚିନ୍ତା କରୁଛି ।

ପଢନ୍ତୁ ଏହି ଖବର: ଖୁବଶୀଘ୍ର ୧ ଲକ୍ଷ ଛୁଇଁବ କି ସୁନା ଦର ? ବଡ଼ ହ୍ରାସ ପରେ କ'ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ...

ଏହାର ଅର୍ଥ ହେଉଛି କି ଋଷ ପୁଣିଥରେ ଆନ୍ତରାଷ୍ଟ୍ରୀୟ ବ୍ୟାପାର ପାଇଁ ଡଲାରର ବ୍ୟବହାର ଆରମ୍ଭ କରିବ । ଋଷ ନୀତିରେ ଏହା ହେଉଛି ସବୁଠାରୁ ବଡ଼ ପରିବର୍ତ୍ତନ । କାହିଁକି ନା ୨୦୨୨ ପରଠାରୁ ଋଷ ପଶ୍ଚିମ ଦେଶର ପ୍ରତିବନ୍ଧ କାରଣରୁ ଡଲାର ଉପରେ ନିର୍ଭର କରିବା କମାଇ ଦେଇଥିଲା । ଡଲାରର ବ୍ୟବହାର କମ କରିଦେଇଥିଲା ଋଷ । ଏହା ବଦଳରେ ସେ ଅନ୍ୟ ଦେଶେରେ ନିଜ ମୁଦ୍ରା ଏବଂ ଉକ୍ତ ଦେଶର ମୁଦ୍ରାକୁ ବ୍ୟବହାର କରୁଥିଲା ।

ଯେମିତି କି ଭାରତ ଏବଂ ଋଷ ମଧ୍ୟରେ ବ୍ୟବସାୟ ଅଧିକ ରୁବେଲ ଏବଂ ରୂପେରେ ହେଉଥିଲା । ଡଲାର ଉପରେ ନିର୍ଭର କମ ହେବାରୁ ଋଷ ସହ ବ୍ୟାପାର କରୁଥିବା ଅଧିକ ଦେଶ ଡଲାର ଛାଡ଼ି ନିଜ ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାର କମ କରି ସୁନା ରଖିବା ଆରମ୍ଭ କରିଦେଇଥିଲେ । ଏହାଦ୍ଵାରା କିଛି ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଗୁଡ଼ିକ ଅଧିକ ପରିମାଣରେ ସୁନା କିଣିବା ଆରମ୍ଭ କରିଦେଇଥିଲେ । ଆଉ ଏହା ଥିଲା ସୁନା ବଢ଼ିବାର ମୁଖ୍ୟ କାରଣ ।

କିନ୍ତୁ ଏବେ ଯଦି ରୂଷ ପୁଣିଥରେ ଡଲାରର ବ୍ୟବହାର କରିବ ତାହାଲେ ଡି ଡଲରାଇଜେସନର ପ୍ରକ୍ରିୟ ଠପ ହୋଇଯିବ । ମାନେ ଡଲାରର ବ୍ୟବହାର ବଢ଼ିବ ଏବଂ ସୁନାର ମୁଲ୍ୟ କମିବ । ଏହାଦ୍ଵାରା ଡଲାର ମୁଲ୍ୟ ବଢ଼ିଲେ ସୁନା କିଣିବା ବନ୍ଦ କରିଦେବେ ସେଣ୍ଟ୍ରାଲ ବ୍ୟାଙ୍କ ଗୁଡ଼ିକ । ଶୁଣିବାକୁ ମିଳୁଛିକି ଏବେ ସେଣ୍ଟ୍ରାଲ ବ୍ୟାଙ୍କ ଗୁଡ଼ିକ ସୁନା ବଜାରରେ ବିକିବାକୁ ଲାଗିଲେଣି । ଏହାଦ୍ଵାରା ବଜାରରେ ସୁନାର ସପ୍ଲାଏ ବଢ଼ିଯିବ ଏବଂ ସୁନାର ଦର କମିବାକୁ ଲାଗିବ । ଟ୍ରମ୍ପ ଏବଂ ପୁଟିନଙ୍କ ଭିତରେ ସମ୍ପର୍କ ଭଲ ହେଲେ ବିଶ୍ଵରେ ସ୍ଥିତି ସୁଧୁରିବ । ଆଉ ସ୍ଥିତି ସୁଧୁରିଲେ ସୁନା ନିବେଷରେ ଅଧିକ ଚାହିଦା ଧିରେ ଧିରେ କମିଯିବ ।

ଯଦି ଦେଖିବା ସୁନାର ମୁଲ୍ୟ ଅଚାନକ କମ ହେବ ନାହିଁ । ଏହି ଦର ଧିରେ ଧିରେ ହୋଇ କମିବାକୁ ଲାଗିବ । ଏକ ଲକ୍ଷ ତଳକୁ ଆସିବାକୁ ୨୦୨୭ର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସୁନା ଯେଉଁଭଳି ଭାବରେ ଅହେତୁକ ଭାବରେ ବଢ଼ିଛି ସେମିତି ସୁନା ତଳକୁ ଖସିବ।

ଏଥିସହ ପଢ଼ନ୍ତୁ:  ଆଜି ପୁଣି ଖସିଲା ସୁନା ଦର: ଜାଣନ୍ତୁ ରାତିରେ କାହିଁକି କମୁଛି ସୁନା ଓ ରୁପା ଦର, ଆଉ ସକାଳ ହେଲେ ବଢ଼ୁଛି...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Price: ୧ ଲକ୍ଷ ତଳକୁ ଖସିବ ସୁନା ଦର: ଏବେ ସୁନା କିଣିଲେ ସେତେବେଳେ କ୍ଷତି ସହିବେ | Argus News