|
logo
Live
Argus News App
GET APP

Argus News - ଗ୍ରାହକଙ୍କୁ ମିଳିଲା ଟିକିଏ ଆଶ୍ଵସ୍ତି... କମିଲା ସୁନାଦର

Gold

Gold Price / ଗ୍ରାହକଙ୍କୁ ମିଳିଲା ଟିକିଏ ଆଶ୍ଵସ୍ତି... କମିଲା ସୁନାଦର

Rashmita Mishra
Browse all articles by Rashmita Mishra
·1 month ago·2 min read
ଗ୍ରାହକଙ୍କୁ ମିଳିଲା ଟିକିଏ ଆଶ୍ଵସ୍ତି... କମିଲା ସୁନାଦର
Gold Price

Key Points

କମିଲା ସୁନା ଦର ଏବେ ହିଁ କିଣନ୍ତୁ । 
ଗ୍ରାହାକଙ୍କୁ ମିଳିଲା ଟିକିଏ ଆଶ୍ଵସ୍ତି... କମିଲା ସୁନାଦର । 

କମିଲା ସୁନାଦର... ଗ୍ରାହାକଙ୍କୁ ମିଳିଲା ଟିକିଏ ଆଶ୍ଵସ୍ତି । ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନାଦର ହ୍ରାସ ପାଇଛି । ଖାଲିସେତିକି ନୁହେଁ ରୁପା ବି ଖସିଛି ୩ ଲକ୍ଷ ତଳକୁ । ସୁନାପ୍ରେମୀଙ୍କୁ ଏବେ ଯେମିତି ଛାନିଆଁ କରୁଛି ସୁନାର ଦାମ୍ । କମୁଛି କମ୍... ବଢ଼ୁଛି ବେଶି । ଗତ କିଛି ଦିନର ବୃଦ୍ଧି ପରେ ଏବେ ପୁଣି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଆସିଛି । ହେଲେ ସେମିତି କିଛି ଦରରେ ବଡ଼ ପରିବର୍ତ୍ତନ ହୋଇନଥିବାରୁ ଗ୍ରାହକମାନେ ସେତେଟା ଖୁସି ନାହାନ୍ତି ।

ସୋମବାର ଗୋଟିଏ ଦିନରେ ୨୪ କ୍ୟାରେଟ୍‌ ସୁନା ଦର ୧୩ ଶହ ୧୦ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ୍‌ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧ ଲକ୍ଷ ୫୬ ହଜାର ୪୪୦ ଟଙ୍କା ହୋଇଛି । ସେହିପରି, ୨୨ କ୍ୟାରେଟ୍‌ ସୁନା ଦର ୧୨ ଶହ ଟଙ୍କା ଖସି ୧୦ ଗ୍ରାମ୍‌ ପିଛା ୧ ଲକ୍ଷ ୪୩ ହଜାର ୪୦୦ ଟଙ୍କାରେ ପହଞ୍ଚିଛି ।

ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ସବୁଦିନ ଦରରେ ପରିବର୍ତ୍ତନ ଘଟି, ସୁନା ଓ ରୁପା ଦର କେବେ ତଳମୁହାଁ ତ ପୁଣି କେବେ ଉପରମୁହାଁ ହେଉଛି । ଏବେ ପୁଣି ସୁନା ଦର ୧୨ ଶହ ଟଙ୍କା ହ୍ରାସ ପାଇଥିବାବେଳେ ରୁପା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଗତ ୩ ଦିନ ହେବ ଦର ଅପରିବର୍ତ୍ତିତ ରହି ରୁପା କେଜି ପ୍ରତି ୨ ଲକ୍ଷ ୮୦ ହଜାର ଟଙ୍କା ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ସୁନା ଓ ହୀରା ଠାରୁ ପ୍ଲାଟିନମକୁ ଆହୁରି ମୂଲ୍ୟବାନ ବୋଲି ମନାଯାଏ । ହେଲେ ବର୍ତ୍ତମାନ ପ୍ଲାଟିନମର ମୂଲ୍ୟ ଠାରୁ ଢେର ଆଗକୁ ଯାଇସାରିଛି ସୁନା ଦର । ଫଳରେ ପ୍ଲାଟିନମ ସୁନା ଆଗରେ ଫିକା ପଡ଼ିଛି । ତେବେ ଆଗକୁ ଆହୁରି ସୁନା ଦର ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି ।

ସେପଟେ ୧୮ କ୍ୟାରେଟ ସୁନା ପ୍ରତି ଏବେ ଗ୍ରାହକଙ୍କ ଚାହିଦା ବଢ଼ୁଛି । ବର୍ତ୍ତମାନ ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୯୮୦ ଟଙ୍କା ହ୍ରାସ ପାଇଥିବା ବେଳେ ଏବେ ଲକ୍ଷେ ୧୭ ହଜାର ୩୩୦ ଟଙ୍କା ରହିଛି । ତେବେ ସୁନା ବଜାରରେ ସୁନା-ରୁପା ଦରକୁ ନେଇ ଧାରଣ ଗ୍ରାହକଙ୍କର ଚିନ୍ତା ବଢ଼ିଚାଲିଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Price: ଗ୍ରାହକଙ୍କୁ ମିଳିଲା ଟିକିଏ ଆଶ୍ଵସ୍ତି... କମିଲା ସୁନାଦର | Argus News