Videos
|
Gold

Gold Price Crash / ଗ୍ରାହକଙ୍କ ପାଇଁ ଖୁସିଖବର…ରୂପା ୨୦,୦୦୦, ସୁନା ୧୧,୦୦୦ ଶସ୍ତା ହେଲା…ସପ୍ତାହରେ ସବୁଠୁ ବଡ଼ ହ୍ରାସ

Ritu Das
Browse all articles by Ritu Das
·51 mins ago·2 min read
ଗ୍ରାହକଙ୍କ ପାଇଁ ଖୁସିଖବର…ରୂପା ୨୦,୦୦୦, ସୁନା ୧୧,୦୦୦ ଶସ୍ତା ହେଲା…ସପ୍ତାହରେ ସବୁଠୁ ବଡ଼ ହ୍ରାସ
India

Key Points

ଗ୍ରାହକଙ୍କ ପାଇଁ ଖୁସିଖବର
ସପ୍ତାହରେ ସବୁଠୁ ବଡ଼ଧରଣର କ୍ରାସ ହେଲା ସୁନା
କମଡିଟି ମାର୍କେଟରୁ ଇଣ୍ଡିଆନ ବୁଲିୟନ ମାର୍କେଟ ପର୍ଯ୍ୟନ୍ତ ସବୁଠି ଆଜି ସୁନା, ରୂପାରେ ବଡ଼ଧରଣର କ୍ରାସ ହୋଇଛି। ଭାରତୀୟ ଗ୍ରାହକଙ୍କୁ ବଡ଼ଧରଣର ଆଶ୍ବସ୍ତି ମିଳିଛି। ଏହି ସପ୍ତାହରେ ବାରମ୍ବାର ସୁନା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସେଥିପାଇଁ ଲୋକଙ୍କୁ ଦର ଖୁବ ସୁହାଇବ। ଅନ୍ୟ ପକ୍ଷରେ, ଫେଡେରାଲ୍ ରିଜର୍ଭ (Federal Reserve) ଦ୍ୱାରା ସୁଧ ହାରରେ ବଡ଼ ଧରଣର ବୃଦ୍ଧି କରାଯିବାର ଆଶା ରହିଛି।

IBJA ଅନୁସାରେ ନଭେମ୍ବର ୧୬ ତାରିଖରୁ ଆରମ୍ଭ କରି ନଭମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୧୦ ଗ୍ରାମ ପିଛା ପ୍ରାୟ ୧୧ହଜାର ଟଙ୍କା କମିଛି। ସେହିପରି ୨୪ କ୍ୟାରେଟ ସୁନା ଦର ନଭେମ୍ବର ୧୬ରେ ୧,୩୪,୩୮୦ ଟଙ୍କା ଥିଲା ପରେ ଏହା ଖସି ୨୪ କ୍ୟାରେଟ ଦର ୧,୨୩,୫୮୪ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୧୩,୨୦୩ ଟଙ୍କା ୧୦ ଗ୍ରାମ ପ୍ରତି ରହିଛି। ୧୮ କ୍ୟାରେଟ ସୁନାର ଦାମ ୯୨,୬୮୮ ଟଙ୍କା ପ୍ରତି ୧୦ଗ୍ରାମ ରହିଛି।

  • ୨୦ହଜାର ଟଙ୍କାକୁ ଖସିଲା ରୂପା

ନଭେମ୍ବର ୧୬ ତାରିଖରେ ଇଣ୍ଡିଆନ ବୁଲିୟନ ମାର୍କେଟରେ ୧କେଜି ରୂପାର ଦର ୧,୬୯,୨୮୦ ଟଙ୍କା ଥିଲା ଯାହା ଏବେ ହ୍ରାସ ପାଇ ୧,୫୦,୬୫୦ ପ୍ରତି କିଲୋ ରହିଛି। ଏମିତି ଯଦି ଦେଖିବେ ଗୋଟିଏ ସପ୍ତାହରେ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ଖସିଛି ରୂପା ଦର।
ସର୍ବକାଳୀନ ଉଚ୍ଚ ସ୍ତର ତୁଳନାରେ ସୁନା ୭୦,୦୦୦ ଟଙ୍କା ଶସ୍ତା ହୋଇଛି

ନିଜର ସର୍ବକାଳୀନ ଉଚ୍ଚ ସ୍ତର ତୁଳନାରେ ସୁନା ଦର ପ୍ରାୟ ୩୭ ପ୍ରତିଶତ ହ୍ରାସ ପାଇଛି। ଜାନୁୟାରୀରେ ସୁନାର ରେକର୍ଡ ସର୍ବାଧିକ ସ୍ତରରେ ଥିଲା। ଯାହା ପ୍ରତି ୧୦ ଗ୍ରାମ ପିଛା ୧.୯୩ ଲକ୍ଷ ଟଙ୍କା ଥିଲା। ତେବେ, ସେହି ସମୟଠାରୁ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ବର୍ତ୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ୧.୨୩ ଲକ୍ଷ ଟଙ୍କାକୁ ଖସି ଆସିଛି। ଏହାର ଅର୍ଥ ହେଉଛି, ସୁନା ଏହାର ସର୍ବୋଚ୍ଚ ମୂଲ୍ୟ ତୁଳନାରେ ୭୦,୦୦୦ ଟଙ୍କା ଶସ୍ତା ହୋଇଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୂପା ବି ଦ୍ରୂତ ଗତିରେ ହ୍ରାସ ପାଉଛି। ଜାନୁୟାରୀ ୧ କିଲୋ ଚାନ୍ଦିର ମୂଲ୍ୟ ୪.୨୦ ଲକ୍ଷ ଥିଲା ଯାହା ଏବେ ହ୍ରାସ ପାଇ ୧.୫୦ ଲକ୍ଷ ରହିଛି। ଏମିତି ଦେଖିବେ ତ ଚାନ୍ଦିର ଦର ୨.୭୦ ହଜାର ପର୍ଯ୍ୟନ୍ତ କମିଛି।
କାହିଁକି ଏମିତି ଖସୁଛି ଦର?

ଏହାର ମୁଖ୍ୟ କାରଣ ହେଉଛି ଡିସେମ୍ବର ମାସରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ନିଆଯିବାକୁ ଥିବା ନିଷ୍ପତ୍ତି ବୋଲି ବିଶ୍ୱାସ କରାଯାଉଛି। ଡିସେମ୍ବର ମାସରେ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିପାରେ ବୋଲି ଏକ ଆଶଙ୍କା ରହିଛି। ଏହି ବୃଦ୍ଧିରେ ବେସିସି ପଏଣ୍ଟ ୫୦ ରହିପାରେ ବୋଲି କୁହାଯାଉଛି। ଯଦି ଏପରି ଘଟେ, ତେବେ ଡଲାର୍ ଏବଂ ଟ୍ରେଜେରୀ ବଣ୍ଡ୍‌ଗୁଡ଼ିକ ଅଧିକ ଆକର୍ଷଣୀୟ ହୋଇଉଠିବ। ଏହି କାରଣରୁ, ନିବେଶକମାନେ ସୁନା ଓ ରୁପାରୁ ନିଜର ଅର୍ଥ ପ୍ରତ୍ୟାହାର କରିନେଉଛନ୍ତି, ଯାହା ଫଳରେ ଏହାର ମୂଲ୍ୟ ହ୍ରାସ ପାଉଛି। ଅନ୍ୟପକ୍ଷରେ, ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ପ୍ରତି ବ୍ୟାରେଲ୍ ପିଛା ୯୦ ଡଲାରରୁ ଅଧିକ ରହିଆସିଛି; ଫଳସ୍ୱରୂପ, ମୁଦ୍ରାସ୍ଫୀତି ଜନିତ ଚାପ ସୁନା ଓ ରୂପାର ମୂଲ୍ୟ ଉପରେ ପ୍ରଭାବ ପକାଇଛି।