Silver Price Dropped / ସୁନା-ରୁପା ଦରରେ ହଠାତ କ୍ରାସ… ରୁପା ଦର ୪୫ ହଜାର ଟଙ୍କା କମିଲା, ସୁନା ବି ହେଲା ଶସ୍ତା
·2 months ago·2 min read

Key Points
ବହୁଦିନର ବ୍ୟବଧାନ ପରେ ରାଜ୍ୟରେ ରୁପା କେଜି ଅଢ଼େଇ ଲକ୍ଷ ଟଙ୍କାରୁ କମ ହୋଇଛି
ଏବେ ଚାଲିଛି ବିବାହ ଋତୁ। ରେଟ ଯେତେ ଅଧିକ ଥିଲେ ବି ଲୋକ ସୁନା ରୁପା କିଣିବାକୁ ବାଧ୍ୟ। କିନ୍ତୁ ହଠାତ କିଛି ଦିନ ହେଲା ସୁନା ରୁପା ଦର କମିବାରେ ଲାଗିଛି। ଯେଉଁଥିପାଇଁ ଲୋକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି। ବହୁଦିନର ବ୍ୟବଧାନ ପରେ ରାଜ୍ୟରେ ରୁପା କେଜି ଅଢ଼େଇ ଲକ୍ଷ ଟଙ୍କାରୁ କମ ହୋଇଛି। ଗୁରୁବାର ଏହାର ଦାମ ୧୦ ହଜାର ଟଙ୍କା କମ ହେବାରୁ ତାହା ୨,୪୦,୦୦୦ ଟଙ୍କାକୁ ଖସିଆସିଛି। ଚଳିତ ମାସ ୧୬ ତାରିଖରୁ ରୁପା ମୂଲ୍ୟରେ ୪୫ ହଜାର ଟଙ୍କାର ହ୍ରାସ ଘଟିଛି। ସେହି ସମୟରେ ରୁପା କେଜି ୨ଲକ୍ଷ ୭୫ହଜାର ଟଙ୍କା ଥିଲା। ଅନ୍ୟପକ୍ଷରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ଦାମ ୨୫୦ ଟଙ୍କା ହ୍ରାସ ପାଇ ୧,୩୨,୩୦୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ଦାମ ୨୭୦ ଟଙ୍କା ହ୍ରାସ ପାଇ ୧,୪୪,୩୩୦ ଟଙ୍କା ହୋଇଛି। ଗତକାଲି ୨୨ କ୍ୟାରେଟ ସୁନା ୩୧୦୦ ଟଙ୍କା ଓ ୨୪ କ୍ୟାରେଟ ୩୩୮୦ ଟଙ୍କା ଶସ୍ତା ହୋଇଥିଲା।
ଏହାସହ ପଢ଼ନ୍ତୁ: ଖିମଜୀ ଆଣିଲା ମେଗା ଏକ୍ସଚେଞ୍ଜ ଅଫର, ପୁରୁଣା ସୁନାରେ ମିଳିବ ଡବଲ୍ ଲାଭ
18 କ୍ୟାରେଟ ମୁହାଁ ଗ୍ରାହକ
ଦିନକୁ ଦିନ ରେଟ ବଢ଼ୁଥିବାରୁ ଲୋକ ଏବେ ୧୮ କ୍ୟାରେଟ ଗୋଲ୍ଡ କିଣିବାକୁ ଆଗ୍ରହ ହେଉଛନ୍ତି। ଏହାର ଦାମ ୧୦ ଗ୍ରାମ ପ୍ରତି ଦର ୧,୦୬,୬୩୦ ଟଙ୍କା ରହିଛି। ଯାହାକି ମଧ୍ୟମବର୍ଗର ଲୋକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି।
ସୁନା କିମ୍ବା ରୁପା କିଣିବା ପୂର୍ବରୁ ଏହାକୁ ଧ୍ୟାନରେ ରଖନ୍ତୁ
ସୁନାର ଶୁଦ୍ଧତା ସୁନିଶ୍ଚିତ କରିବା ପାଇଁ, ସର୍ବଦା ଭାରତୀୟ ମାନକ ବ୍ୟୁରୋ (BIS) ହଲମାର୍କ ଥିବା ଅଳଙ୍କାର କିଣନ୍ତୁ। ମନେରଖନ୍ତୁ ଯେ ଏହି ଲାଇଭ୍ ରେଟ୍ 3% GST ଏବଂ ମେକିଂ ଚାର୍ଜ ଅଧୀନରେ ଅଛି।
ଏହାସହ ପଢ଼ନ୍ତୁ: ପୁଣି ଶସ୍ତା ହେଲା ସୁନା ଓ ରୁପା ମୁଲ୍ୟ: ଜାଣନ୍ତୁ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଜାରରେ ସୁନା, ରୁପା ଦରରେ ଏତେ ବଡ଼ କ୍ରାସ କାହିଁକି?
ଡଲାରର ମଜବୁତ ହେବା ଏବଂ ସୁଧ ହାର ଭୟ ସୁନା ମୂଲ୍ୟରେ ହ୍ରାସ ପାଇଛି। ବିଶ୍ୱ ବଜାରରେ ଆମେରିକୀୟ ଡଲାରର ମଜବୁତ ହେବା ଏବଂ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ନେଇ ଚିନ୍ତା ଘରୋଇ ବଜାରରେ ସୁନା ଏବଂ ରୂପା ମୂଲ୍ୟ ଉପରେ ପ୍ରବଳ ଚାପ ସୃଷ୍ଟି କରୁଛି। MCX ଲଗାତାର ଦ୍ୱିତୀୟ ଦିନ ପାଇଁ ଏହାର ତୀବ୍ର ହ୍ରାସ ଜାରି ରଖିଛି।

Related Topics
Explore more stories