Videos
|
Gold

Gold Rate / ବଜାର ଖୋଲୁ ଖୋଲୁ ଖସିଲା ସୁନା, ରୁପା ମୂଲ୍ୟ; ଜାଣନ୍ତୁ କେତେ ଅଛି ଦର ?

Sushanta Sahoo
Browse all articles by Sushanta Sahoo
·50 mins ago·2 min read
ବଜାର ଖୋଲୁ ଖୋଲୁ ଖସିଲା ସୁନା, ରୁପା ମୂଲ୍ୟ; ଜାଣନ୍ତୁ କେତେ ଅଛି ଦର ?
Gold-Silver Prices Crash

Key Points

ମଙ୍ଗଳବାର ସକାଳେ କମୋଡିଟି ବଜାର ଖୋଲିବାର ମାତ୍ର ଘଣ୍ଟାଏ ମଧ୍ୟରେ ଦୁଇ ଧାତୁର ଦର ଖସିଛି । ସୁନା ଓ ରୁପା ପ୍ରାୟ ୩୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି ।
ନୂଆଦିଲ୍ଲୀ: ସୁନା ଓ ରୁପା ଦରରେ ବଡ଼ ପରିବର୍ତ୍ତନ ଆସିଛି । ମଙ୍ଗଳବାର ସକାଳେ କମୋଡିଟି ବଜାର ଖୋଲିବାର ମାତ୍ର ଘଣ୍ଟାଏ ମଧ୍ୟରେ ଦୁଇ ଧାତୁର ଦର ଖସିଛି । ସୁନା ଓ ରୁପା ପ୍ରାୟ ୩୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଯେତେବେଳେ କି ସୋମବାର ଉଭୟ ଧାତୁର ମୂଲ୍ୟ ବୃଦ୍ଧି ପାଇଥିଲା । ପ୍ରାୟ ୧୮୦୦ ଟଙ୍କା ବଢ଼ିଥିଲା ସୁନା ଓ ରୁପା । ମଙ୍ଗଳବାର ସୁନା ମୂଲ୍ୟ ହଜାରେ ଟଙ୍କା କମିଥିବା ବେଳେ ରୁପା ଦର ୨୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ଆସିଲା ବଡ଼ ଖବର: ଆଉ କମିବନି ବଢ଼ିବ ସୁନା ଓ ରୁପା ଦାମ୍‌, ଖୁବଶୀଘ୍ର ହୋଇଯିବ ୯୫ ଲକ୍ଷ 

ଘରୋଇ ମାର୍କେଟ୍ MCXରେ ସକାଳ ୯ଟା ୫୦ରେ ଅକ୍ଟୋବର ୫ରେ ଯୋଗାଣ ହେବାକୁ ଥିବା ସୁନା ୧୦ ଗ୍ରାମ ପିଛା ୮୭୦ ଟଙ୍କା ଖସି ୧ ଲକ୍ଷ ୫୫ ହଜାର ୭୦ ଟଙ୍କା ରହିଥିଲା । ସେହିଭଳି ସେପ୍ଟେମ୍ବର ୪ରେ ଯୋଗାଣ ହେବାକୁ ଥିବା ସୁନା ଦର ୧ ପ୍ରତିଶରୁ ଅଧିକ ଖସିଥିଲା । ୨, ୫୯୮ ଟଙ୍କା ରୁପା ଦର ଖସି କେଜି ପିଛା ୨ ଲକ୍ଷ ୩୫ ହଜାର ୪୫୦ ଟଙ୍କାରେ କାରବାର କରୁଛି ।

ସୁନା ଦର ଆଜି କେତେ ?

ସରାଫା ବଜାରରେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ୧୫ ହଜାର ୫୮୯ ଟଙ୍କା ରହିଛି । ସେହିଭଳି ୨୨ ଗ୍ରାମ ସୁନା ଦର ଗ୍ରାମ ପିଛା ୧୪ ହଜାର ୨୯୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ ସୁନା ମୂଲ୍ୟ ଗ୍ରମ ପିଛା ୧୧ ହଜାର ୬୯୨ ଟଙ୍କାରେ ବିକ୍ରି ହେଉଛି । ରୁପା ଦର ପ୍ରତି ଗ୍ରାମ ୨୫୦ ଟଙ୍କା ଓ କେଜି ଅଢ଼େଇ ଲକ୍ଷ ଟଙ୍କା ରହିଛି ।

ଏଥିସହ ପଢ଼ନ୍ତୁ: ୫ ଦିନରେ ପ୍ରବଳ ବୃଦ୍ଧି: ଉଚ୍ଚ ମୂଲ୍ୟ ଅପେକ୍ଷା କମିଛି ସୁନା ଓ ରୁପା ଦାମ୍‌: ଆଜି 1.83 ଲକ୍ଷ ଶସ୍ତା 

ସର୍ବୋଚ୍ଚ ଦରରୁ କେତେ ଶସ୍ତା ?

ଚଳିତ ବର୍ଷ ଜାନୁଆରୀରେ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୯୩ ହଜାର ରେକର୍ଡ ମୂଲ୍ୟରେ ପହଞ୍ଚିଥିଲା । ଏବେ ସୁନା ଦର ୧ ଲକ୍ଷ ୫୫ ହଜାର ରହିଛି । ଅର୍ଥାତ୍ ରେକର୍ଡ ଉଚ୍ଚ ସ୍ତରଠାରୁ ଏବେ ସୁନା ଦର ପ୍ରାୟ ୩୮ ହଜାର କମ୍ ରହିଛି । ସେହିଭଳି ରୁପା ସର୍ବକାଳୀନ ରେକର୍ଡ ମୂଲ୍ୟ ୪ ଲକ୍ଷ ୨୦ ହଜାରରୁ ପ୍ରତି କେଜି ୧ ଲକ୍ଷ ୮୫ ହଜାର ଟଙ୍କା ଖସିଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: