Gold price today / ଆଜି ପୁଣି ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କାହିଁକି କମୁଛି ଦର ?
·7 months ago·2 min read

Key Points
ପୁଣି ଆସିଲା ଖୁସି ଖବର
୧୪୨୦ ଟଙ୍କା ଖସିଲା ସୁନା ଦର
ରୁପା ଦରରେ ବି ବଡ଼ ପରିବର୍ତ୍ତନ
୧୪୨୦ ଟଙ୍କା ଖସିଲା ସୁନା ଦର
ରୁପା ଦରରେ ବି ବଡ଼ ପରିବର୍ତ୍ତନ
ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖବର। ଆଜି ପୁଣି ଖସିଲା ସୁନା ଓ ରୁପା ଦର। ଲଗାତାର ୪ ଦିନ ହେଲାଣି ଖସୁଛି ସୁନା ଏବଂ ରୁପା ଦର। ଆଜି ବି ସୁନା ଦରରେ ହ୍ରାସ ହୋଇଛି। ଯେଉଁଭଳି ଭାବରେ ହୁ ହୁ ହୋଇ ଦର ବୃଦ୍ଧି ପାଉଥିଲା ଠିକ୍ ସେହିପରି ଲଗାତାର ଖସୁଛି ସୁନା ଓ ରୁପା ଦର। ରେକର୍ଡ ସ୍ତରରେ ପହଞ୍ଚିବା ପରେ ସୁନା ଓ ରୁପା ଦର ଲଗାତାର ହ୍ରାସ ପାଉଥିବାରୁ ଏହା ଗ୍ରାହକମାନଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛି। ଆଜି ମଧ୍ୟ ସୁନା, ରୁପା ଦରରେ ହ୍ରାସ ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ଖସିଛି। ଏହାପର ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ହୋଇଛି।
ଏହାସହ ରୁପା କେଜି ପିଛା ୨୦ ହଜାର ହ୍ରାସ ପାଇ ଏବେ ୨ ଲକ୍ଷ ୮୦ ହଜାର ଟଙ୍କାରେ କାରବାର କରୁଛି। ଜାନୁଆରୀ ୨୯ ତାରିଖରେ ସର୍ବକାଳୀନ ରେକର୍ଡ ଛୁଇଁଥିଲା ୨୪ କ୍ୟାରେଟ୍ ସୁନାର ଦର । ହେଲେ ଚାରିଦିନ ଭିତରେ ୩୫ ହଜାରରୁ ଅଧିକ ଟଙ୍କା କମିଲାଣି । ଗତକାଲି ଆପଣ ଜାଣିଥିବେ ଗୋଟିଏ ଦିନରେ ଦୁଇଥର କମି ସଂଧ୍ୟା ସୁଦ୍ଧା ୧ ଲକ୍ଷ ୪୭ ହଜାର ୧୬୦ ଟଙ୍କାରେ ପହଞ୍ଚିଛିଥିଲା ଦର । ଦର କମ ରହିଥିବାରୁ ବର୍ତ୍ତମାନ ସୁନା ଗହଣା କିଣିବାକୁ ବ୍ୟବସାୟୀ କହୁଛନ୍ତି । ହେଲେ କମୋଡିଟି ଏକ୍ସଚେଞ୍ଜ ମାର୍କେଟରେ ଅସ୍ଥିରତା ଲାଗି ରହିଛି । ତେଣୁ ସୁନାରେ ଦେଖି ଚାହିଁ ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି ବଜାର ବିଶେଷଜ୍ଞ । ଏପଟେ ୪ ଲକ୍ଷ ଟଙ୍କା ଛୁଇଁଥିବା ରୁପା ମୂଲ୍ୟ ମଧ୍ୟ ୨ ଲକ୍ଷ ୬୦ ହଜାର ଟଙ୍କାକୁ ଖସିଆସିଥିଲା ।
ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
କାହିଁକି ଖସୁଛି ଦର ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶେଷଜ୍ଞଙ୍କ ଅନୁସାରେ, ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡରେ ପହଞ୍ଚିଥିଲା । ନିବେଶକ ଅଧିକ ଲାଭ ଆଶାରେ ବିପୁଳ ନିବେଶ କରିବାରୁ ଦର ଖସିଛି । ଏଥିସହ ଭୂ-ରାଜନୈତିକ ଅସ୍ଥିରତା, ଟ୍ରମ୍ପଙ୍କ ଟାରିଫ୍ର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ଫେଡେରାଲ ରିଜର୍ଭରେ କେଭିନ ୱାର୍ସଙ୍କ ନିଯୁକ୍ତି ଘୋଷଣା ପରେ ବଢ଼ିଛି ଡଲାର ମୂଲ୍ୟ । ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେଲେ କମେ ସୁନା ଓ ରୁପାର ଚାହିଦା ।
ପ୍ରଫିଟ ବୁକିଂ ବା ଅଧିକ ଲାଭ ଆଶାରେ ସୁନା, ରୁପା ବିକ୍ରି କରୁଛନ୍ତି ବଡ଼ ନିବେଶକ । ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ଟ୍ରେଡିଂ ପାଇଁ ମାର୍ଜିନ ବଢାଇବାରୁ ନଗଦ ଆବଶ୍ୟକ କରୁଛନ୍ତି ନିବେଶକ । ବଜେଟରେ ସୁନା, ରୁପାରେ ଆମଦାନୀ ଶୁଳ୍କ କମିଲା ନାହିଁ ତେଣୁ ବିକ୍ରି ବଢ଼ିଯାଇଛି । ଘରୋଇ ବଜାରରେ ଗହଣା କିଣାକିଣି କମିଗଲା ଓ ଚାହିଦା କମିବାରୁ ଦର ଖସିଲା ।
ଅଧିକ ପଢ଼ନ୍ତୁ ସୁନା ଖବର:

Related Topics
Explore more stories