Gold Price Today / ସପ୍ତାହ ଆରମ୍ଭରୁ ଶସ୍ତା ହେଲା ସୁନା ଓ ରୂପା, ବିଶ୍ୱ ବଜାରରୁ ଘରୋଇ ବଜାର ପର୍ଯ୍ୟନ୍ତ ଦରରେ ବଡ଼ ହ୍ରାସ
·24 mins ago·2 min read

Key Points
ସପ୍ତାହ ଆରମ୍ଭରୁ ହଠାତ ଶସ୍ତା ହେଲା ସୁନା
ଏଇ ସପ୍ତାହରେ ୭ହଜାରକୁ ଖସିଲା ସୁନା
ଏଇ ସପ୍ତାହରେ ୭ହଜାରକୁ ଖସିଲା ସୁନା
ସୁନା ଓ ରୂପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର। ନୂଆ ସପ୍ତାହ ଆରମ୍ଭରୁ ହିଁ ଉଭୟ ମୂଲ୍ୟବାନ ଧାତୁର ଦରରେ ହ୍ରାସ ଦେଖିବାକୁ ମିଳିଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ ସୁନା ଓ ରୂପା ଦର ତଳମୁହାଁ ହୋଇଛି। ତେବେ ଆଜି କେତେ ଟଙ୍କା ଶସ୍ତା ହୋଇଛି ସୁନା ଓ ରୂପା? ୧୦ ଗ୍ରାମ ସୁନା ଏବଂ ୧ କିଲୋ ରୂପାର ଦାମ୍ କେତେ ରହିଛି? ଆସନ୍ତୁ ଜାଣିବା ଆଜିର ଲାଟେଷ୍ଟ ଦର
ସୁନା ଦରରେ ଉତ୍ଥାନ-ପତ୍ତନ ଲାଗି ରହିଛି। କାରବାର ସପ୍ତାହର ଏହି ପ୍ରଥମ ଦିନରେ, ବିଶ୍ୱ ବଜାରରେ ସୁନା ଓ ରୂପା ଉଭୟର ମୂଲ୍ୟ ହ୍ରାସ ପାଇଛି। ଗତ ସପ୍ତାହ ସାରା ସୁନା ଦରରେ ବାରମ୍ବାର ଉତ୍ଥାନ-ପତ୍ତନ ଦେଖିବାକୁ ମିଳିଥିଲା—କେତେବେଳେ ଦର ବଢ଼ୁଥିଲା ତ ପୁଣି କେତେବେଳେ କମୁଥିଲା। ଆସନ୍ତୁ ଜାଣିବା, ଆଜି ସୁନା ଓ ରୂପାର ଦର କେତେ ରହିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହୋଇଛି
ଆନ୍ତର୍ଜାତୀୟ ବଜାରରେ, ବିଶେଷକରି 'କୋମେକ୍ସ' (Comex) ଏକ୍ସଚେଞ୍ଜରେ ଆଜି ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଇଛି। କୋମେକ୍ସରେ ସୁନା ମୂଲ୍ୟ ୦.୩୩% ହ୍ରାସ ପାଇ ପ୍ରତି ଆଉନ୍ସ ୩,୮୭୩.୫୦ ଡଲାରରେ କାରବାର ହେଉଛି। ଅନ୍ୟପକ୍ଷରେ, କୋମେକ୍ସରେ ରୁପା ମୂଲ୍ୟ ୩.୨୭% ହ୍ରାସ ପାଇଛି ଏବଂ ଏହି ଧାତୁଟି ପ୍ରତି ଆଉନ୍ସ ୪୭.୫୧୫ ଡଲାର ମୂଲ୍ୟରେ କାରବାର ହେଉଛି।
କାରବାର ସପ୍ତାହର ପ୍ରଥମ ଦିନରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର କମିଯାଇଥିବା ବେଳେ, ଏହା ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧.୩୬ ଲକ୍ଷ ଟଙ୍କାରେ କାରବାର ହେଉଛି। ସେହିପରି, ରୁପା ଦରରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ଏହା ପ୍ରତି କିଲୋଗ୍ରାମ ପିଛା ପ୍ରାୟ ୧.୭୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ୨୨ କ୍ୟାରେଟ ସୁନା ୧.୨୫ ଲକ୍ଷ ଟଙ୍କାରେ କାରବାର ହେଉଛି।

- ଘରୋଇ ବଜାରରେ ମଧ୍ୟ ଦର ହ୍ରାସ ପାଇଛି
କାରବାର ସପ୍ତାହର ପ୍ରଥମ ଦିନରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର କମିଯାଇଥିବା ବେଳେ, ଏହା ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧.୩୬ ଲକ୍ଷ ଟଙ୍କାରେ କାରବାର ହେଉଛି। ସେହିପରି, ରୁପା ଦରରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ଏହା ପ୍ରତି କିଲୋଗ୍ରାମ ପିଛା ପ୍ରାୟ ୧.୭୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ୨୨ କ୍ୟାରେଟ ସୁନା ୧.୨୫ ଲକ୍ଷ ଟଙ୍କାରେ କାରବାର ହେଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories