|
logo
Live
Argus News App
GET APP

Argus News - ୪ ଦିନ କମିବା ପରେ ପୁଣି ବଢିଲା ସୁନା ରୁପା ଦର

Gold

Gold Price / ୪ ଦିନ କମିବା ପରେ ପୁଣି ବଢିଲା ସୁନା ରୁପା ଦର

Rashmita Mishra
Browse all articles by Rashmita Mishra
·1 month ago·2 min read
୪ ଦିନ କମିବା ପରେ ପୁଣି ବଢିଲା ସୁନା ରୁପା ଦର
Gold Price

Key Points

ପୁଣି ବଢ଼ିଲା ସୁନା ଦର । 
 ୪ ଦିନ କମିବା ପରେ ପୁଣି ବଢିଲା ସୁନା ରୁପା ଦର । 

ପୁଣି ଉପରମୁହାଁ ସୁନା ରୁପା ଦର... ୪ ଦିନ କମିବା ପରେ ପୁଣି ବଢିଲା ସୁନା ରୁପା ଦର । କିଣିବା ପୂର୍ବରୁ ଜାଣନ୍ତୁ ଆଜିର ନୂଆ ମୂଲ୍ୟ । କିଛି ଦିନର ବ୍ୟବଧାନ ପରେ ପୁଣି ଆକାଶ ଛୁଆଁ ହେଲା ସୁନା-ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୨୮୯୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ଦର ୧ ଲକ୍ଷ ୫୬ ହଜାର ୬ ଶହ ଟଙ୍କା ଛୁଇଁଛି ।

୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୨୬୫୦ ଟଙ୍କା ବଢିଲା । ୧୦ ଗ୍ରାମ ପିଛା ୨୨ କ୍ୟାରେଟ ଦର ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୬,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୩,୫୫୦ ଟଙ୍କା ଛୁଇଁଛି ।

ଅନ୍ୟପଟେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୬,୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୩,୫୫୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୫୬,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୪୩,୫୫୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୫୬,୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୪୩,୭୦୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୭,୩୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୪,୨୦୦ ଟଙ୍କା ରହିଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୬,୬୦୦ ଓ ୧,୪୩,୫୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା କେଜି ପିଛା ଦର ୫ ହଜାର ବଢି ୨ ଲକ୍ଷ ୮୫ ହଜାର ଟଙ୍କାରେ କାରବାର ଆରମ୍ଭ କରିଛି ।

ସୁନାର ଶୁଦ୍ଧତା କିପରି ଜାଣିବେ?
ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ । ଅନ୍ୟପଟେ କୁହାଯାଉଛି ଯେ, ଆଗକୁ ପୁଣି କମିପାରେ ସୁନା ଓ ରୁପା ଦର। ତେବେ ଗତ ୪ ଦିନ ହେବ ଗ୍ରାହକ ସାମାନ୍ୟ ଖୁସି ହୋଇଯାଇଥିବାବେଳେ ଆଜି ପୁଣି ଗ୍ରାହକଙ୍କୁ ଚିନ୍ତା ମାଡିବସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Price: ୪ ଦିନ କମିବା ପରେ ପୁଣି ବଢିଲା ସୁନା ରୁପା ଦର | Argus News