Videos
|
Gold

Gold Price Increase / ଅକ୍ଷୟ ତୃତୀୟା ପୂର୍ବରୁ ଲମ୍ଫ ମାରିଲା ସୁନା ଦାମ୍‌, ଗୋଟେ ଦିନରେ ୧୩ ହଜାରରୁ ଅଧିକ ବଢ଼ିଲା ମୂଲ୍ୟ

Banajyotshna Ray
Browse all articles by Banajyotshna Ray
·5 months ago·3 min read
ଅକ୍ଷୟ ତୃତୀୟା ପୂର୍ବରୁ ଲମ୍ଫ ମାରିଲା ସୁନା ଦାମ୍‌, ଗୋଟେ ଦିନରେ ୧୩ ହଜାରରୁ ଅଧିକ ବଢ଼ିଲା ମୂଲ୍ୟ
Gold Price Increase

Key Points

ପୁଣି ଆକାଶ ଛୁଆଁ ସୁନା ଦର
ଅକ୍ଷୟ ତୃତୀୟା ପୂର୍ବରୁ ହୁ ହୁ ହୋଇ ବଢ଼ିଲା ମୂଲ୍ୟ


ପୁଣି ବଢ଼ିଲା ସୁନା ଓ ରୁପା ଦର। ୧ ହଜାର କି ୨ ହଜାର ନୁହେଁ, ପାଖାପାଖି ୧୩ ହଜାରରୁ ଅଧିକ ବଢ଼ିଛି ମୂଲ୍ୟ। ଏଖବର ପରେ ବର୍ତ୍ତମାନ ଚିନ୍ତାରେ ଗ୍ରାହକ। ଏଥର ହେଲା ସ୍ଥିତି ଅସମ୍ଭାଳ। ଆଉ ସୁନା କି ରୁପା କିଣି ହେବ ନାହିଁ। କାହିଁକିନା ଆକାଶ ଛୁଆଁ ହେଲା ସୁନା ଦର। ନା ଇରାନ ଯୁଦ୍ଧ ନା ହର୍ମୁଜ ଅବରୋଧ, ସୁନା ଓ ରୁପା ମୂଲ୍ୟରେ ଲଗାମ ଲଗାଇପାରୁନାହିଁ। ପ୍ରତିଦିନ ଏହି ଦୁଇ ଧାତୁର ଦାମ ବଢ଼ିବାରେ ଲାଗିଛି। ଯଦିଓ ମଝିରେ ମଝିରେ ଦର କମୁଛି, ହେଲେ ୫ କମିଲେ ୨୫ ବଢ଼ୁଛି। ତେଣୁ ସାଧାରଣ ଲୋକଙ୍କ ପାଇଁ ସୁନା ଓ ରୁପା କିଣିବା ଯେମିତି ଆକାଶ କଇଆଁ ଚିଲିକା ମାଛ ପରି ମନେ ହେଲାଣି।

ତେବେ ଏହା ପୂର୍ବରୁ ସୁନା ଓ ରୁପା ମୂଲ୍ୟ ଅଲ ଟାଇମ୍ ହାଇ ରେକର୍ଡ କରି ସାରିଥିଲା। ଜାନୁଆରୀ ୨୯ ତାରିଖରେ ସୁନା ସର୍ବାଧିକ ₹୧.୭୬ ଲକ୍ଷ ଏବଂ ରୂପା ₹୩.୮୬ ଲକ୍ଷ ଛୁଇଁଥିଲା। କିନ୍ତୁ, ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ସହିତ ଯୁଦ୍ଧ ଆରମ୍ଭ କରିବା ପରେ ମୂଲ୍ୟ ହ୍ରାସ ପାଇଥିଲା। ସେବେଠାରୁ, ୪୭ ଦିନ ମଧ୍ୟରେ ସୁନା ₹୬,୧୪୮ ଏବଂ ରୂପା ₹୧୫,୮୪୫ ହ୍ରାସ ପାଇଛି। ତେବେ ୩୧ ଡିସେମ୍ବର ୨୦୨୫ରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ₹୧.୩୩ ଲକ୍ଷ ଟଙ୍କା ଥିଲା। ଯାହା ଏବେ ବଢ଼ି ₹୧.୫୩ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ସେହିପରି ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ମୂଲ୍ୟ ₹୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ₹୨.୫୧ ଲକ୍ଷରେ ପହଞ୍ଚିଛି।

. ଆଜି କେତେ ବଢ଼ିଛି ମୂଲ୍ୟ ?

ବୁଧବାର ସୁନା ଦର ପୁଣି ହାଇ ଜମ୍ପ ମାରିଛି। ଆଜି ୧୫ ଏପ୍ରିଲରେ ସୁନା ଏବଂ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA)ଅନୁଯାୟୀ,୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ₹୨,୯୩୮ ବୃଦ୍ଧି ପାଇ₹୧.୫୩ ଲକ୍ଷ ହୋଇଛି। ଏହା ପୂର୍ବରୁ ୧୩ ଏପ୍ରିଲରେ₹୧.୫୦ ଲକ୍ଷ ଟଙ୍କା ଥିଲା।ସେହିଭଳି ରୁପାର ଦାମ ବି ଲମ୍ବଡିଆଁ ମାରିଛି। ଏକ କିଲୋଗ୍ରାମ ରୁପାର ମୂଲ୍ୟ ୧୩,୮୭୪ ଟଙ୍କା ବୃଦ୍ଧି ପାଇ କେଜି ମୂଲ୍ୟ ୨.୫୧ ଲକ୍ଷ ଟଙ୍କା ପାର୍ କରିଛି। ଯାହା ସୋମବାର କେଜି ୨.୩୭ ଲକ୍ଷ ଟଙ୍କା ଥିଲା।ଏହି ବର୍ଷ, ସୁନା ଏବଂ ରୁପାର ମୂଲ୍ୟରେ ଅପ୍ ଡାଉନ ଜାରି ରହିଛି। ମୁଦ୍ରାମୂଲ୍ୟ ହ୍ରାସ ଓ ଯୁଦ୍ଧ ଭଳି ଘଟଣା ଏହି ଦୁଇ ଧାତୁର ମୂଲ୍ୟକୁ ପ୍ରଭାବିତ କରୁଛି। ତଥାପି ଦର କମିବା ନେଇ ଆଶା କରାଯାଉଥିଲେ, ତାହା ସମ୍ଭବ ହେଇପାରୁ ନାହିଁ। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ₹୧୯,୭୫୪ ଏବଂ ରୁପା ₹୨୦,୪୩୫ ବୃଦ୍ଧି ମହଙ୍ଗା ହେଲାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ସୁନା ପ୍ରେମୀଙ୍କୁ ଝଟକା... ଦୋକାନକୁ ଯିବା ପୂର୍ବରୁ ଜାଣନ୍ତୁ ଆଜିର ଦର

ବିଶେଷଜ୍ଞଙ୍କ ମତରେ, ଭବିଷ୍ୟତରେ ମୂଲ୍ୟ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ଉତ୍ତେଜନାପୂର୍ଣ୍ଣ ଅନ୍ତର୍ଜାତୀୟ ପରିସ୍ଥିତି ମଧ୍ୟ ସୁନା ବଜାରକୁ ପ୍ରଭାବିତ କରୁଛି। ଯେତେବେଳେ ସେୟାର ବଜାର ଅସ୍ଥିର ଥାଏ, ସେତେବେଳେ ଅନେକ ଲୋକ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବରେ ବାଛନ୍ତି। ଏହି ଚାହିଦା ଯୋଗୁଁ ମୂଲ୍ୟ ଆକାଶଛୁଆଁ ହେଉଛି। ନିବେଶକମାନେ ଏବେ କିଣିବେ କି ହ୍ରାସ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବେ ତାହା ଦ୍ୱନ୍ଦ୍ୱରେ ଅଛନ୍ତି ।

ସାଧାରଣ କ୍ରେତାମାନେ ଭାବନ୍ତି ଯେ ଏହା ସେମାନଙ୍କର ପୁରୁଣା ସୁନା ବଦଳାଇବା ପାଇଁ ସଠିକ୍ ସମୟ। ଯେତେବେଳେ ମୂଲ୍ୟ ଅଧିକ ଥାଏ, ସେତେବେଳେ ପୁରୁଣା ଅଳଙ୍କାର ବଦଳାଇ ନୂଆ ଅଳଙ୍କାର ପାଇବାରେ କିଛି ଲାଭ ମିଳିଥାଏ। ସୁନା ମୂଲ୍ୟ ବୃଦ୍ଧି ଅସ୍ଥାୟୀ ନା ଏହି ଧାରା ଜାରି ରହିବ ତାହା ଦେଖିବାକୁ ବାକି ଅଛି। ଆର୍ଥିକ ବିଶେଷଜ୍ଞଙ୍କ ମତରେ, ବଜାର ଆହୁରି କିଛି ଦିନ ପାଇଁ ଏପରି ରହିବ।

ଅଧିକ ପଢ଼ନ୍ତୁ ସୁନା ଦର ଖବର:

Related Topics

Explore more stories