Gold Storage Rules India / ଘରେ ରଖିଥିବା ସୁନାର ହିସାବ ଦେବାକୁ ପଡ଼ିପାରେ…ସୁନା ରଖିବାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ
·2 hours ago·2 min read

Key Points
ଘରେ କେତେ ପରିମାଣର ସୁନା ରଖିପାରିବେ?
ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ’ଣ?
ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ’ଣ?
ଘରେ କେତେ ପରିମାଣର ସୁନା ରଖିପାରିବେ? ବିବାହିତ ମହିଳାଙ୍କ ପାଇଁ ୫୦୦ ଗ୍ରାମ୍, ଅବିବାହିତ ମହିଳାଙ୍କ ପାଇଁ ୨୫୦ ଗ୍ରାମ୍ ଏବଂ ପୁରୁଷଙ୍କ ପାଇଁ ୧୦୦ ଗ୍ରାମ୍ ସୁନା ରଖିବା ନିୟମକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ଭିତରେ ସୁନା ରଖିବାର ନିର୍ଦ୍ଦିଷ୍ଟ ସୀମା ଏବଂ ଏହାର ଉତ୍ସର ହିସାବ ଦେବା ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦିଷ୍ଟ ପରିମାଣର ସୁନା ରଖିବାକୁ ଅନୁମତି ଥିବା ଅର୍ଥ ନୁହେଁ ଯେ ଏହା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରାଯାଇପାରିବ ନାହିଁ।
କ’ଣ କହିଲେ ସୁପ୍ରିମକୋର୍ଟ?
ନଭେମ୍ବର ୨, ୨୦୨୬ରେ ଜଷ୍ଟିସ୍ କେ.ଭି. ବିଶ୍ୱନାଥନ ଏବଂ ଜଷ୍ଟିସ୍ ଅରୁଣ ପଲ୍ଲୀଙ୍କ ଖଣ୍ଡପୀଠ ବିହାରର ଏକ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, ସରକାରୀ ନିର୍ଦ୍ଦେଶ କିମ୍ବା ପ୍ରେସ୍ ରିଲିଜ୍ରେ ନିର୍ଦ୍ଦିଷ୍ଟ ପରିମାଣର ସୁନା ରଖିବାକୁ ଅନୁମତି ଥିବା ଦର୍ଶାଇଦେଲେ, ସେହି ସୁନା କେଉଁ ଉତ୍ସରୁ ଆସିଛି ତାହାର ହିସାବ ଦେବା ଦାୟିତ୍ୱ ଶେଷ ହୋଇଯାଏ ନାହିଁ।
ଅର୍ଥାତ୍, ସୁନା ରଖିବାର ପରିମାଣ ଏବଂ ସେହି ସୁନାର ଉତ୍ସ ପ୍ରମାଣ କରିବା ଦୁଇଟି ଅଲଗା ବିଷୟ। ବିଶେଷକରି ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଫସିଥିବା ବ୍ୟକ୍ତିଙ୍କୁ ନିଜ ସମ୍ପତ୍ତିର ଉତ୍ସ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିପାରେ।
କେଉଁ ମାମଲାରେ ଆସିଲା ଏହି ରାୟ?
ଏହି ମାମଲାଟି ବିହାରର ପୂର୍ବତନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଫୁଲପରୀ କୁମାରୀଙ୍କ ସହ ଜଡ଼ିତ। ତାଙ୍କ ବିରୋଧରେ ଆୟ ତୁଳନାରେ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ତଦନ୍ତ ସମୟରେ ତାଙ୍କ ଏବଂ ତାଙ୍କ ଅବିବାହିତ ଝିଅଙ୍କ ପାଖରେ ମୋଟ ୬୪୬.୪୦୦ ଗ୍ରାମ୍ ସୁନା ଅଳଙ୍କାର ଥିବା ଜଣାପଡ଼ିଥିଲା। ଏହାକୁ ନେଇ ସେ ୧୯୯୪ ମସିହାର ସରକାରୀ ନିର୍ଦ୍ଦେଶ ଏବଂ ୨୦୧୬ ମସିହାର ପ୍ରେସ୍ ରିଲିଜ୍ର ଉଦାହରଣ ଦେଇଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ବିବାହିତ ମହିଳା ଏବଂ ଅବିବାହିତ ମହିଳାଙ୍କ ପାଇଁ ରଖିଥିବା ସୁନା ପରିମାଣକୁ ମିଶାଇଲେ ତାଙ୍କ ପାଖରେ ଥିବା ସୁନା ସେହି ସୀମା ଭିତରେ ରହୁଛି।
ଏହି ଯୁକ୍ତିକୁ ଗ୍ରହଣ କରି ପାଟନା ହାଇକୋର୍ଟ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଥିଲେ। କିନ୍ତୁ ବିହାର ସରକାର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶେଷରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ମାମଲାର ପରବର୍ତ୍ତୀ ଶୁଣାଣି ଜାରି ରଖିବାକୁ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘରେ କେତେ ସୁନା ରଖିଲେ ଜବତ ହେବନାହିଁ?
ଆୟକର ବିଭାଗର ୧୧ ମେ ୧୯୯୪ର ନିର୍ଦ୍ଦେଶ ଏବଂ ଅର୍ଥ ମନ୍ତ୍ରଣାଳୟର ୧ ଡିସେମ୍ବର ୨୦୧୬ର ସ୍ପଷ୍ଟୀକରଣ ଅନୁଯାୟୀ, ଆୟକର ଚଢ଼ାଉ ସମୟରେ ସାଧାରଣତଃ ନିମ୍ନଲିଖିତ ପରିମାଣର ସୁନା ଅଳଙ୍କାର ଜବତ କରାଯାଏ ନାହିଁ।
• ବିବାହିତ ମହିଳା: ୫୦୦ ଗ୍ରାମ୍
• ଅବିବାହିତ ମହିଳା: ୨୫୦ ଗ୍ରାମ୍
• ପୁରୁଷ: ୧୦୦ ଗ୍ରାମ୍
ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ’ଣ?
ସୁପ୍ରିମକୋର୍ଟଙ୍କ ଏହି ରାୟର ଅର୍ଥ ନୁହେଁ ଯେ, ଏବେ ପ୍ରତ୍ୟେକ ପରିବାରକୁ ଘରେ ଥିବା ସୁନାର ହିସାବ ଦେବାକୁ ପଡ଼ିବ କିମ୍ବା ୫୦୦ ଗ୍ରାମ୍ରୁ ଅଧିକ ସୁନା ରଖିବା ବେଆଇନ। ଏହି ରାୟଟି ମୁଖ୍ୟତଃ ଆୟ ବହିର୍ଭୂତ ସମ୍ପତ୍ତି ଏବଂ ଦୁର୍ନୀତି ମାମଲାର ପରିପ୍ରେକ୍ଷୀରେ ଦିଆଯାଇଛି।
ତେବେ ସୁନା କିଣିବାର ବିଲ୍, ଉତ୍ତରାଧିକାର ସୂତ୍ରରେ ମିଳିଥିବା ଦଲିଲ, ଉପହାର ସମ୍ପର୍କିତ ପ୍ରମାଣ କିମ୍ବା ଅନ୍ୟାନ୍ୟ ଉପଲବ୍ଧ ରେକର୍ଡ ସୁରକ୍ଷିତ ରଖିବା ଦରକାର ହୋଇପାରେ। କାରଣ ସୁନାର ପରିମାଣ ଅପେକ୍ଷା ଏହା କେଉଁ ଉତ୍ସରୁ ଆସିଛି, ତାହାର ସ୍ପଷ୍ଟୀକରଣ ମଧ୍ୟ ଆଇନଗତ ଯାଞ୍ଚ ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

Related Topics
Explore more stories