Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Shocking Incident / ମହିଳା ଜଣକ ସୁନା ଦୋକାନୀଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗିଲେ, ଶେଷରେ ଦୋକାନୀଙ୍କ ଠାରୁ ୨୦ ଥର ଚାପୁଡ଼ା ଖାଇଲେ

Ritu Das
Browse all articles by Ritu Das
·8 months ago·2 min read
ମହିଳା ଜଣକ ସୁନା ଦୋକାନୀଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗିଲେ, ଶେଷରେ ଦୋକାନୀଙ୍କ ଠାରୁ ୨୦ ଥର ଚାପୁଡ଼ା ଖାଇଲେ
Gold Related

Key Points

ଗୁଜରାଟର ଅହମ୍ମଦାବାଦରେ ଏକ ଅଳଙ୍କାର ଦୋକାନରେ ଲୁଟ କରିବା ଉଦ୍ଦେଶ୍ୟରେ ପଶିଥିବା ଜଣେ ମହିଳା ତାଙ୍କ ଯୋଜନା ବିଫଳ ହେବା ପରେ ଦୋକାନୀ ତାଙ୍କୁ ୨୫ ସେକେଣ୍ଡ ମଧ୍ୟରେ ପ୍ରାୟ ୨୦ ଥର ଚାପୁଡ଼ା ମାରିଥିଲେ।
ଗୁଜରାଟର ଅହମ୍ମଦାବାଦରେ ଏକ ଅଳଙ୍କାର ଦୋକାନରେ ଲୁଟ କରିବା ଉଦ୍ଦେଶ୍ୟରେ ପଶିଥିବା ଜଣେ ମହିଳା ତାଙ୍କ ଯୋଜନା ବିଫଳ ହେବା ପରେ ଦୋକାନୀ ତାଙ୍କୁ ୨୫ ସେକେଣ୍ଡ ମଧ୍ୟରେ ପ୍ରାୟ ୨୦ ଥର ଚାପୁଡ଼ା ମାରିଥିଲେ। ନଭେମ୍ବର ୩ ତାରିଖରେ ଅପରାହ୍ନ ପ୍ରାୟ ୧୨:୩୦ ସମୟରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହୋଇଛି ଏବଂ ସେବେଠାରୁ ଏହା ଭାଇରାଲ ହୋଇଛି।



ମହିଳା ଜଣକ ମୁହଁରେ ଦୁପଟା ଘୋଡ଼ାଇ ଗ୍ରାହକ ଭାବରେ ଅହମ୍ମଦାବାଦର ରାନିପ୍ ପନିପରିବା ବଜାର ନିକଟରେ ଥିବା ସୁନା ଏବଂ ରୂପା ଦୋକାନରେ ପଶିଥିଲେ। କିଛି କିଣିବା ପାଇଁ ଦେଖାଇବାକୁ କହିଥିଲେ। କିଛି ସମୟ ପରେ, ସେ ହଠାତ୍ ଦୋକାନୀଙ୍କୁ ଲୁଟ କରିବା ପାଇଁ ଦୋକାନୀଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଦେଇଥିଲେ। କିନ୍ତୁ, ଲଙ୍କା ପାଉଡର ତାଙ୍କ ଆଖିରେ ପଶିି ନ ଥିଲା।



ମହିଳାଙ୍କ ଉଦ୍ଦେଶ୍ୟ ଜାଣିପାରି ଦୋକାନୀ ତୁରନ୍ତ ଉଠିପଡ଼ି ତାଙ୍କୁ ଧରିଦେଇଥିଲା। ଆଉ ବାରମ୍ବାର ଚାପୁଡ଼ା ମାରିଲେ। ପ୍ରାୟ 25 ସେକେଣ୍ଡ ମଧ୍ୟରେ 20 ଥର ଚାପୁଡ଼ା ମାରିଛନ୍ତି। କାଉଣ୍ଟର ଉପରକୁ ଡେଇଁ ତାଙ୍କୁ ଦୋକାନରୁ ବାହାର କରିଦେଲେ, ପରେ ଲଗାତାର ଚାପୁଡ଼ା ମାରୁଥିଲେ।

ଏହାସହ ପଢ଼ନ୍ତୁ: RBIର ବଡ଼ ଘୋଷଣା! ସୁନା ପରି ଏବେ ରୂପାରେ ବି ମିଳିବ ଲୋନ୍, ଜାଣନ୍ତୁ କେତେ ପର୍ଯ୍ୟନ୍ତ ନେଇପାରିବେ ଋଣ?

ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଦୋକାନୀ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ମନା କରିଦେଇଛନ୍ତି, କିନ୍ତୁ ସିସିଟିଭି ଫୁଟେଜ୍ ଆଧାରରେ ମହିଳାଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ଦିନ X ରେ ଏକ ବିବୃତ୍ତିରେ ଅହମ୍ମଦାବାଦ ପୋଲିସ କହିଛି ଯେ, "ଏହି ମାମଲାରେ, ଅଭିଯୋଗକାରୀଙ୍କୁ ଏହି ସମ୍ପର୍କରେ ବୟାନ ନେବା ପାଇଁ ବ୍ୟକ୍ତିଗତ ଭାବରେ ଦୁଇଥର ଭେଟି ଅଭିଯୋଗ ଦାଖଲ କରିବାକୁ କୁହାଯାଇଥିଲା, କିନ୍ତୁ ଅଭିଯୋଗକାରୀ ବ୍ୟବସାୟୀ ଏହି ମାମଲାରେ କୌଣସି ଅଭିଯୋଗ ଦାଖଲ କରିବାକୁ ଆଗ୍ରହୀ ନୁହଁନ୍ତି। ତଥାପି, CCTV ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Attacks Jeweller with Chilli Powder in Ahmedabad | Argus News