ପୁରୁଷଙ୍କ କ୍ଷେତ୍ରରେ ପରିବାର ନିୟନ୍ତ୍ରଣ-ବିନା ଅସ୍ତ୍ରୋପଚାରରେ

Key Points
ପରିବାର ନିୟନ୍ତ୍ରଣ ପାଇଁ ପୁରୁଷମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା କେବଳ ଦୁଇଟି ବିକଳ୍ପ ରହିଛି
ପୁରୁଷ ମାନଙ୍କ ପାଇଁ ଖୁସିର ଖବର, ଆସିଯାଇଛି ଏହାର ବିକଳ୍ପ, YCT -୫୨୯ ବଟିକା । ଏହା ଏକ ପାର୍ଶ୍ବ ପ୍ରତିକ୍ରିୟା ବିହୀନ ବଟିକା
ମହିଳାଙ୍କ ଗର୍ଭ ନିରୋଧକ ବଟିକାରେ ହରମୋନ ଥାଏ, ଯାହା ବହୁତ୍ ସମୟରେ ମୁଡ ସ୍ଵିଂ କିମ୍ବା ଓଜନ ବୃଦ୍ଧି ଭଳି ପାର୍ଶ୍ଵ ପ୍ରତିକ୍ରିୟା ଆଣିଥାଏ
କିନ୍ତୁ YCT- ୫୨୯ ଏକ ଉନ୍ନତ ମାନର ବଟିକା
ପରିବାର ନିୟନ୍ତ୍ରଣ ବା ଗର୍ଭ ନିରୋଧ ପାଇଁ ପୁରୁଷମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା କେବଳ ଦୁଇଟି ବିକଳ୍ପ ରହିଛି। ସେଥିମଧ୍ୟରୁ ନସବନ୍ଦି ଏକ ସ୍ଥାୟୀ ଉପାୟ । କିନ୍ତୁ ଏହା ଯୋଗୁ ଦେଖାଦେଇଥାଏ ରିଭର୍ଷାଲ ଜଟିଳତା । କିନ୍ତୁ ଏବେ ପୁରୁଷ ମାନଙ୍କ ପାଇଁ ଖୁସିର ଖବର , ବର୍ତ୍ତମାନ ପୁରୁଷ ମାନଙ୍କ ପାଇଁ ଆସିଯାଇଛି ଏହାର ବିକଳ୍ପ । YCT -୫୨୯ ବଟିକା । ଏହା ଏକ ପାର୍ଶ୍ବ ପ୍ରତିକ୍ରିୟା ବିହୀନ ବଟିକା ।
ମହିଳାଙ୍କ ଗର୍ଭ ନିରୋଧକ ବଟିକାରେ ହରମୋନ ଥାଏ, ଯାହା ବହୁତ୍ ସମୟରେ ମୁଡ ସ୍ଵିଂ କିମ୍ବା ଓଜନ ବୃଦ୍ଧି ଭଳି ପାର୍ଶ୍ଵ ପ୍ରତିକ୍ରିୟା ଆଣିଥାଏ । କିନ୍ତୁ ୱାଇସିଟି- ୫୨୯ ଏକ ଉନ୍ନତ ମାନର ବଟିକା ।ଏଥିରେ ସେଭଳି କିଛି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ । ଏହା ପୁରୁଷଙ୍କ ଶରୀରରେ ଶୁକ୍ରାଣୁ (sperm)ପ୍ରସ୍ତୁତି ପ୍ରକ୍ରିୟାକୁ ଅସ୍ଥାୟୀ ରୂପେ ବନ୍ଦ କରିଥାଏ । ଔଷଧ ବନ୍ଦ କରିବାର ମାସେ-ଦେଢ଼ ମାସ ପରେ ପୁରୁଷଙ୍କ ପ୍ରଜନନ କ୍ଷମତା ଫେରିଆସେ ।
📱 Get Argus News App
✨ଏହି ବଟିକା ଗବେଷଣାର ଶେଷ ପର୍ଯ୍ୟାୟରେ ଓ ଖୁବ ଶୀଘ୍ର ମାର୍କେଟକୁ ଆସିବ। ପ୍ରଥମ ମାନବ ପରୀକ୍ଷଣ ସଫଳ ହୋଇଛି ।16 ଜଣଙ୍କ ଉପରେ ଏହାର ପ୍ରାରମ୍ଭିକ ପରୀକ୍ଷା ହୋଇଥିଲା। । ଏହି ବଟିକା ଶରୀରରେ କଣ ପ୍ରଭାବ ଓ ପାର୍ଶ୍ଵ ପ୍ରତିକ୍ରିୟା ଦେଉଛି ତାହା ଉପରେ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଏହି ବଟିକା ସଫଳ ହୋଇଛି,ଏହା ଏକ ପାର୍ଶ୍ଵ ପ୍ରତିକ୍ରିୟା ବିହୀନ ବଟିକା ସାବ୍ୟସ୍ତ ହୋଇଛି।
ଏହି ବଟିକାକୁ ପ୍ରସ୍ତୁତ କରିଛନ୍ତି ୟୁନିଭରସିଟି ଅଫ୍ ମିନେଶୋଟା ଓ କୋଲମ୍ବିଆ ବିଶ୍ୱବିଦ୍ୟାଳୟ । ପରୀକ୍ଷାର ଦାୟୀତ୍ବ ନେଇଛନ୍ତି "ୟୋର ଚୟେଶ ଥେରାପେଟିକ କମ୍ପାନୀ " । ଏହା ପୂର୍ବରୁ ଏହା ମୂଷା ଓ ମାଙ୍କଡମାନଙ୍କ ଉପରେ ପରୀକ୍ଷା ହୋଇସାରିଥିଲା । ପରୀକ୍ଷଣ successful ରହିଥିଲା, ଯାହାପରେ ମାନବ ପରୀକ୍ଷଣ ପାଇଁ ବାଟ ଫିଟିପାରିଥିଲା।ଏବେ ଅପେକ୍ଷା ଏହି ବଟିକା କେବେ ବଜାରକୁ ପ୍ରବେଶ କରୁଛି।