ଆପଣଙ୍କ କାଶ କମୁନାହିଁ ? ଆପଣାନ୍ତୁ ଏହି ଉପାୟ...

ଅର୍ଗସ ବ୍ୟୁରୋ: ଆପଣଙ୍କର କାଶ ହେଉଛି କି ? ଯାହା କମିବାର ନାଁ ଧରୁନି। ପ୍ରାୟତଃ ଶୀତ ଋତୁରେ ଅନେକ ଲୋକ କଫ,କାଶର ଶିକାର ହୋଇଥାନ୍ତି । କିଛିଜଣଙ୍କ କାଶ ସମସ୍ୟା ଶୀଘ୍ର ଛାଡେ ନାହିଁ । ଯେତେ ମେଡିସିନ ଖାଇଲେ ବି କାଶ କମିବାର ନାଁ ଧରୁନି। ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଜଡିବୁଟି ବେଶ୍ ଲାଭଦାୟକ ।
– ସଧାରଣତଃ ଘରେ ତୁଳସୀ ଗଛ ଥାଏ । ଏହା କାଶ ଏବଂ ଥଣ୍ଡା ଜ୍ବରରେ ବହୁତ ଲାଭଦାୟକ । ଆପଣ ତୁଳସୀ ରସ , ତୁଳସୀ ଚା’ ପିଇ ପାରିବେ ।
-ଯଦି କଫ ସମସ୍ୟା ଅଧିକ ଅଛି ତେବେ ଏପରି ପରିସ୍ଥିତିରେ ଆପଣ ହରିଡାର ବ୍ୟବହାର କରିପାରିବେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶୀତଦିନେ ଏହାର ସେବନ କରନ୍ତୁ ।
– ଆଣ୍ଟି ମାଇକ୍ରୋବାୟଲ୍ ଏବଂ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ରହିଛି ହଳଦୀରେ । ଆପଣ ହଳଦୀ କ୍ଷୀର ପିଇ ପାରିବେ ଏବଂ ହଳଦୀ ଚା ମଧ୍ୟ ପିଇ ପାରିବେ ।
– ଅଦା, କାଶ ଏବଂ ଗଳା ସଂକ୍ରମଣକୁ ଠିକ୍ କରିଥାଏ । ବାରମ୍ବାର କାଶ ହେଉଥିଲେ କଞ୍ଚା ଅଦା ଚୋବାନ୍ତୁ କିମ୍ବା ଅଦା ଚା ପିଇ ପାରିବେ ।
📱 Get Argus News App
✨-ପିପ୍ପଳି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏଥିସହ ପୁରୁଣା କାଶକୁ ମଧ୍ୟ ଠିକ୍ କରିଥାଏ । ଏହା ଗଳା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରେ ।
PM Modi Inaugurates ‘Utkarsh Odisha – Make in Odisha Conclave 2025’ In Bhubaneswar#Odisha #UtkarshOdisha https://t.co/ZDreKZqvyf
— Argus News (@ArgusNews_in) January 28, 2025
ଆପଣ ଯଦି ଏହିସବୁ ଜିନିଷକୁ ଆପଣାଉଛନ୍ତି ତେବେ ଆପଣଙ୍କର ଶୀଘ୍ର କାଶ କମିଯାଇଥାଏ। ଏବଂ ଆପଣ ସୁସ୍ଥ ଅନୁଭବ କରିବେ।
ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: