Videos
|
Health & Wellness

ଏହି ଜୁସ୍‌ ପି' ହୋଇଯାଆନ୍ତୁ ପତଳା, ଦେଖାଯାଆନ୍ତୁ ସୁନ୍ଦର...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏହି ଜୁସ୍‌ ପି' ହୋଇଯାଆନ୍ତୁ ପତଳା, ଦେଖାଯାଆନ୍ତୁ ସୁନ୍ଦର...

ଅର୍ଗସ ବ୍ୟୁରୋ:  ମୋଟାପାକୁ ନେଇ ଚିନ୍ତିତ କି। କଣ କରିବେ, କଣ ଖାଇବେ, କେମିତି ଡାଏଟ ପ୍ଲାନ କରିବେ ଜାଣି ରଖନ୍ତୁ। ମେଦବହୁଳତା ବା ଓବେସିଟି ପାଇଁ ଏବେ ପ୍ରତ୍ୟେକ ବ୍ୟକ୍ତି ଚିନ୍ତାରେ ।ଓଜନ କମାଇବା ପାଇଁ ବଜାରରେ ଏବଂ ଅନଲାଇନରେ ବହୁ ସପ୍ଲିମେଣ୍ଟ ମିଳୁଛି । ହେଲେ ସେଗୁଡ଼ିକର ସାଇଡ୍ ଇଫେକ୍ଟ ମଣିଷ ଦେହରେ ବିଭିନ୍ନ ରୋଗ ସୃଷ୍ଟି କରୁଛି । ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ପରିବା ଭିତରେ ଏମିତି ଏକ ପରିବା ରହିଛି ଯାହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ମୋଟାପର ସଙ୍ଗେ ସଙ୍ଗେ କମେଇଥାଏ। ସେହି ପରିବାର ନାଁ ହେଉଛି ଲାଉ। ଲାଉ ଖାଇବା ପାଇଁ ଅନେକ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଆମ ଶରୀରପକ୍ଷେ ଲାଭପ୍ରଦ ହୋଇଥାଏ । ପ୍ରତିଦିନ ସକାଳେ ଲାଉଜୁସ୍ ପିଇବା ଦ୍ୱାରା ଶରୀରରେ ଜମି ରହିଥିବା ଚର୍ବି ସବୁ ତରଳି ମଳ ବାଟେ ବାହାରିଯିବ ।


ପେଟ ପରିସ୍କାର ରହିବା ସାଙ୍ଗକୁ ଦେହ ସୁସ୍ଥ ମଧ୍ୟ ରହିଛି । ଜିମରେ ଏକ୍ସରସାଇଜ୍ କରିବା ପରେ ବି କମୁନି ଶରୀରରୁ ଚର୍ବି । ଏ ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ନୂଆ ଉପାୟ । ଯାହା ଆପଣଙ୍କ ଶରୀରକୁ ସ୍ଲିମ୍ ଆଉ ଟ୍ରିମ୍ । ଏଭଳି ସ୍ଥିତିରେ ଆମେ ପ୍ରାକୃତିକ ନିଜିଷକୁ ଯେତେ ପରିମାଣରେ ବ୍ୟବହାର କରିପାରିବା ତାହା ଆମ ପାଇଁ ଠିକ୍ ସାବ୍ୟସ୍ତ ହେବ । ବିଭିନ୍ନ ପରିବାର ଗୁଣବତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଯେମିତି ଘରେ ଘରେ ବ୍ୟବହାର ହେଉଥିବା ଲାଉ । ଲାଉ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କ ମୋଟାପଣ ସଙ୍ଗେ ସଙ୍ଗେ କମିଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

how bottle gourd juice helps in weight loss | Argus News