ଭାରତୀୟ ଖାଦ୍ୟ ନିଗମ କଲା ଓଡ଼ିଶାରୁ ମାଣ୍ଡିଆର ପ୍ରଥମ ଉଠାଣ

Key Points
ଓଡ଼ିଶାରୁ ପ୍ରଥମଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି
ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଉତ୍ପାଦିତ ମାଣ୍ଡିଆର ପୁଷ୍ଟି ଓ ଗୁଣବତ୍ତା ଦେଖି, FCI ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ନେବାକୁ ସ୍ୱୀକାର କରିଛି
କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମର ମିଳିତ ଉଦ୍ୟମରେ ଏହି ଲକ୍ଷ୍ୟ ପୂରଣ ହୋଇଛି
ଓଡ଼ିଶାରୁ ପ୍ରଥମଥର ପାଇଁ ଭାରତୀୟ ଖାଦ୍ୟ ନିଗମ (FCI) ମାଣ୍ଡିଆ ଉଠାଇଛି। ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଉତ୍ପାଦିତ ମାଣ୍ଡିଆର ପୁଷ୍ଟି ଓ ଗୁଣବତ୍ତା ଦେଖି, FCI ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ନେବାକୁ ସ୍ୱୀକାର କରିଛି।
ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଓ ନବରଙ୍ଗପୁରରୁ ୨୬୪୨ ମେଟ୍ରିକ ଟନ ମାଣ୍ଡିଆ ଉଠାଣ ହୋଇଛି। ଏଥିରୁ ୧୬,୮୦୦ ମେଟ୍ରିକ ଟନ ନେବା ପାଇଁ ଆନ୍ଧ୍ରପ୍ରଦେଶ ଇଚ୍ଛାବ୍ୟକ୍ତ କରିଛି।
📱 Get Argus News App
✨ଏହା କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମର ମିଳିତ ଉଦ୍ୟମରେ ଏହି ଲକ୍ଷ୍ୟ ପୂରଣ ହୋଇଛି । ୨୦୨୪-୨୫ ଖରିଫ୍ ଋତୁରେ ୬୪,୦୦୦ରୁ ଅଧିକ ଚାଷୀଙ୍କଠାରୁ ୭୫ ହଜାର ମେଟ୍ରିକ ଟନ୍ ମାଣ୍ଡିଆ ସଂଗ୍ରହ ହୋଇଥିଲା, ଯାହାରୁ ୪୦ ହଜାର ମେଟ୍ରିକ ଟନ FCI ପକ୍ଷରୁ ଉଠାଣ କରାଯିବ।
ଭାରତ ସରକାର ୨୦୨୩କୁ “ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ” ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡିଆକୁ ଉଚ୍ଚ ଗୁଣବତ୍ତା, ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ପ୍ରଚାର କରୁଛନ୍ତି।
ଏହି ପଦକ୍ଷେପ ଓଡ଼ିଶାର କୃଷକମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହିତ “ବିକଶିତ ଭାରତ, ବିକଶିତ ଓଡ଼ିଶା” ଲକ୍ଷ୍ୟ ପୂରଣରେ ସାହାଯ୍ୟ କରିବ।