Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୋଟିଏ ସିଗାରେଟ୍ କମାଉଛି ୨୦ ମିନିଟ୍‌ ଆୟୁଷ

Health & Wellness

ଗୋଟିଏ ସିଗାରେଟ୍ କମାଉଛି ୨୦ ମିନିଟ୍‌ ଆୟୁଷ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଟିଏ ସିଗାରେଟ୍ କମାଉଛି ୨୦ ମିନିଟ୍‌ ଆୟୁଷ

ଅର୍ଗସ ବ୍ୟୁରୋ:  ଅଧିକ ଦିନ ବଞ୍ଚିବାକୁ ଚାହୁଁଛନ୍ତି କି । ତେବେ ସଙ୍ଗେ ସଙ୍ଗେ ଛାଡିଦିଅନ୍ତୁ ଏହି ବଦ ଅଭ୍ୟାସ। ସିଗାରେଟ୍ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ସମସ୍ତେ ଜାଣିଥାନ୍ତି ତଥାପି ସଭିଏଁ ସିଗାରେଟ୍ ଟାଣନ୍ତି। ସିଗାରେଟ୍‌ ଟାଣିବା ଆୟୁଷ ଉପରେ ଖୁବ ଖରାପ ପ୍ରଭାବ ପକାଏ। ଗୋଟିଏ ସିଗାରେଟ୍‌ ଟାଣିବା ଦ୍ୱାରା ବ୍ୟକ୍ତିର ଆୟୁ ପ୍ରାୟ ୨୦ମିନିଟ କମିଯାଏ। ଏହାର ଅର୍ଥ ହେଉଛି ଜଣେ ୨୦ଟି ସିଗାରେଟର ଏକ ପ୍ୟାକେଟ୍ ଟାଣେ ତେବେ ବ୍ୟକ୍ତିଙ୍କ ଜୀବନର ପ୍ରାୟ ୭ ଘଣ୍ଟା କମାଇପାରେ। ସିଗାରେଟ୍ ଏତେ ବିପଜ୍ଜନକ ବୋଲି ବିବେଚନା କରାଯାଇ ନଥିଲା, କିନ୍ତୁ ଏହି ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। । ଯେଉଁମାନେ ସାରା ଜୀବନ ସିଗାରେଟ୍ କିମ୍ବା ବିଡି ଟାଣନ୍ତି।


ସେମାନେ ତାଙ୍କ ଜୀବନର ପ୍ରାୟ ୧୦ ବର୍ଷ ହରାନ୍ତି। ଧୂମପାନ କେବଳ କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ରୋଗର କାରଣ ନୁହେଁ, ବରଂ ଏହା ଲୋକଙ୍କ ଜୀବନରୁ ମୂଲ୍ୟବାନ ସମୟ ଛଡାଇ ନେଇଥାଏ । ଲୋକମାନେ ଭାବନ୍ତି ଯେ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ସିଗାରେଟ୍ ଟାଣିଲେ, କୌଣସି କ୍ଷତି ପହଞ୍ଚାଇବ ନାହିଁ। ହେଲେ ବର୍ତ୍ତମାନ ରିପୋର୍ଟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଜୀବନର ୨୦ ମିନିଟ୍ ହ୍ରାସ ପାଇବ। ଏବେଠୁ ସତର୍କ ରୁହନ୍ତୁ, ଏସବୁ ଜିନିଷକୁ ଛାଡି ଦିଅନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

Argus Whatsapp Channel Mobile Top
Sponsored
One cigarette can steal 20 minutes of your life expectancy, researchers in the U.K. estimate | Argus News