Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆବର୍ଷରେ ତିନିଟି ରୋଗ ଭୟ ବଢ଼ାଇବ

Health & Wellness

ନୂଆବର୍ଷରେ ତିନିଟି ରୋଗ ଭୟ ବଢ଼ାଇବ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନୂଆବର୍ଷରେ ତିନିଟି ରୋଗ ଭୟ ବଢ଼ାଇବ

ଅର୍ଗସ ବ୍ୟୁରୋ: ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ। କୋଭିଡ-୧୯ ସାରା ବିଶ୍ୱରେ ହାହାକାର ଖେଳାଇ ଚାଲିଯାଇଛି । ଯାହାକୁ ନେଇ ଭୟ ଯାଇନଥିବାବେଳେ ପୁଣି ଏକ ଘାତକ ଭୂତାଣୁ ୨୦୨୫ରେ ତାର ପ୍ରଭାବ ଦେଖାଇବ। ଆଗାମୀ ଦିନରେ ତିନି ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ମାଲେରିଆ, ଏଚଆଇଭି, ଟ୍ୟୁବରକୋଲସିସ ଚିନ୍ତାର କାରଣ ହୋଇଛି । ଏହି ତିନି ରୋଗ ପାଇଁ ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱାସ୍ଥକୁ କ୍ଷେତ୍ରକୁ ନେଇ ଚିନ୍ତାରେ । ୨୦୨୫ରେ ଇଫ୍ଲୁଏଞ୍ଜା ଭୂତାଣୁ ଚିନ୍ତାର କାରଣ ହେବ । ପକ୍ଷୀଙ୍କ ଦ୍ୱାରା ସଂକ୍ରମିତ ହେଉଥିବା ଏହି ଭୂତାଣୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଚଳିତ ବର୍ଷ ଆମେରିକାରେ ୬୧ ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କୃଷି କ୍ଷେତ୍ର ତଥା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଥିଲେ ।


କୋଭିଡରେ ଲକ୍ଷ ଲକ୍ଷ ମୃତ୍ୟୁବରଣ କରିଛନ୍ତି । କରୋନା ଭାଇରସର ଡର ଏବେବି ଲୋକଙ୍କ ମନରୁ ଯାଇନାହିଁ। ୨୦୨୫ରେ ବି ପୁଣି ଏଭଳି କିଛି ରୋଗ ଭୟାଭୟ ସୃଷ୍ଟି କରିବ। ଅଫିସରଙ୍କୁ ଚିନ୍ତାଜନକ ଜୀବାଣୁ ଛାନିଆ କରୁଛି । ବିଶେଷ ରୂପେ ଆଣ୍ଟିବାୟୋଟିକ୍ସ ଓ ଆଣ୍ଟିଭାଇରାଲ ପରି ଔଷଧ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏହିସବୁ ରୋଗର ମୁକାବିଲା ପାଇଁ ସାଧାରଣଭାବେ ଏହିସବୁ ଔଷଧର ବ୍ୟବହାର କରାଯାଇଥାଏ । ବିଶେଷଜ୍ଞଙ୍କ ମୁତାବକ, ଇମ୍ଫ୍ଲୁଏଞ୍ଜା-ଏ ର ଏକ ଉପସ୍ୱରୂପ ଏଚ୫ଏନ୧ ଅଟେ, ଯେଉଁ ଭୂତାଣୁ ବାର୍ଡ ଫ୍ଲୁ ବି କୁହାଯାଏ । ଏହି ଭୂତାଣୁ ଜଙ୍ଗଲୀ ଓ ଗୃହପାଳିତ ପକ୍ଷୀଙ୍କ ଭିତରେ ସଂକ୍ରମିତ ହୋଇଥାଏ । ଆମେରିକାର କିଛି ରାଜ୍ୟରେ ଗୃହପାଳିତ ପଶୁ ତଥା ମଙ୍ଗୋଲୀୟ ଘୋଡାଙ୍କଠାରେ ସଂକ୍ରମିତ ହେବାର ନଜିର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

Education Next Season 5
Sponsored
One influenza virus is causing great concern right now and is teetering on the edge of being a serious problem in 2025 | Argus News