Videos
|
Health-wellness

ବର୍ଷା ଭାବୁକ କରାଏ, କାହିଁକି?

Sudeshna Mishra
Browse all articles by Sudeshna Mishra
·1 year ago·2 min read
ବର୍ଷା ଭାବୁକ କରାଏ, କାହିଁକି?

Key Points

ବର୍ଷା ରୂତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ

କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି, କେବେ-କେବେ ପୁରୁଣା ସ୍ମୃତି ମନକୁ ଆସିଥାଏ

ବିଜ୍ଞାନ କ'ଣ କହୁଛି?

ମନୋବିଜ୍ଞାନୀଙ୍କ ମତ କଣ ରହିଛି ?

ପଥରେ ପାଣି, ଆକାଶରେ ବଜ୍ର,କିନ୍ତୁ ହୃଦୟରେ କେବଳ ଗୀତ। ବର୍ଷା, ସେଇ ପୁରୁଣା କବିତା,ଯାହା ପ୍ରତ୍ୟେକ ପ୍ରେମ କାହାଣୀକୁ ନୂଆକରି ଲେଖେ। କାରଣ, ବର୍ଷା କେବଳ ପ୍ରକୃତିର ଉପହାର ନୁହେଁ। ଏହା ପ୍ରେମର ମୃଦୁ ସଙ୍ଗୀତ।


ବର୍ଷା ରୂତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି-କେବେ ମନ ଉଦାସ ଲାଗେ, କେବେ ପୁରୁଣା ସ୍ମୃତି ମନକୁ ଆସିଥାଏ।

ବିଜ୍ଞାନ କ'ଣ କହୁଛି?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜ୍ଞାନ ଅନୁସାରେ, ବର୍ଷା ଋତୁରେ ମନୋଭାବ ପରିବର୍ତ୍ତନର କିଛି କାରଣ ଅଛି

ସୂର୍ଯ୍ୟକିରଣ କମିବା: ବର୍ଷା ସମୟରେ ସୂର୍ଯ୍ୟକିରଣ କମିଥାଏ, ଯାହାରେ ଶରୀରରେ ସେରୋଟୋନିନ୍ ହରମୋନ୍ କମିଯାଏ। ଏହି ହରମୋନ୍ ମନକୁ ଖୁସି ଓ ସ୍ଥିର ରଖେ, ଏହା କମିଲେ ମନ ଉଦାସ ହୋଇପାରେ।


ଆର୍ଦ୍ରତା ଓ ଅକ୍ସିଜେନ କମିବା: ବର୍ଷାରେ ଆର୍ଦ୍ରତା ବଢ଼ିଯାଏ, କିନ୍ତୁ ବାୟୁରେ ଅକ୍ସିଜେନ ମାତ୍ରା କମିପାରେ, ଯାହା ମସ୍ତିଷ୍କରେ ରକ୍ତ ସଂଚାଳନ ଉପରେ ପ୍ରଭାବ ପକାଏ।


ପେଟ୍ରିକୋରର ପ୍ରଭାବ: ମାଟିରୁ ଆସୁଥିବା ସୁଗନ୍ଧ (Petrichor) ମନକୁ ଶାନ୍ତ କରିଥାଏ, କିନ୍ତୁ ପୁରୁଣା ସ୍ମୃତିକୁ ମଧ୍ୟ ଜାଗ୍ରତ କରେ।


ମନୋବିଜ୍ଞାନୀଙ୍କ ମତ

ଅନେକଙ୍କ ପାଇଁ ବର୍ଷା ଏକ ରୋମାଣ୍ଟିକ ଓ ଶାନ୍ତ ଅନୁଭବ ଆଣେ। କିନ୍ତୁ ଯେଉଁମାନଙ୍କର ପୁର୍ବରୁ ଏକଲାପଣ କିମ୍ବା ଉଦାସୀନତାର ଅଭିଜ୍ଞତା ଅଛି, ସେମାନଙ୍କ ପାଇଁ ଏହି ଋତୁ ଭାବୁକତା ବଢ଼ାଇଦିଏ। ମନକୁ ଖୁସି ରଖିବାର ଉପାୟ ନିଜକୁ ବ୍ୟସ୍ତ ରଖନ୍ତୁ। ଘରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରନ୍ତୁ। ସକାରାତ୍ମକ ଚିନ୍ତା ରଖନ୍ତୁ। ବର୍ଷାର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ବାହାରେ ବୁଲନ୍ତୁ କିମ୍ବା ପ୍ରକୃତି ସହ ସମୟ କାଟନ୍ତୁ।