Videos
|
Health-wellness

ମୁମ୍ବାଇରେ ଉଦ୍‌ଘାଟିତ ହେଲା ସାରା ତେନ୍ଦୁଲକରଙ୍କ ଷ୍ଟୁଡିଓ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ମୁମ୍ବାଇରେ ଉଦ୍‌ଘାଟିତ ହେଲା ସାରା ତେନ୍ଦୁଲକରଙ୍କ ଷ୍ଟୁଡିଓ

Key Points

ସାରା ତେନ୍ଦୁଲକରଙ୍କ ନୂଆ ଯାତ୍ରା

ପାଇଲେଟସ ଷ୍ଟୁଡିଓ ମୁମ୍ବାଇରେ ହେଲା ଉଦ୍‌ଘାଟିତ

ପାଇଲେଟସ ଷ୍ଟୁଡିଓ ଶାରୀରିକ ବ୍ୟାୟାମ, ସୁସ୍ଥ ଶରୀର ଗଠନ ଏବଂ ଶରୀରର ଶକ୍ତିବୃଦ୍ଧି ପାଇଁ ଉଦ୍ଦିଷ୍ଟ

ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଯଦିଓ ସିନେମାରେ ପ୍ରବେଶ କରିନାହାନ୍ତି, କିନ୍ତୁ ସେ କୌଣସି ‘ଷ୍ଟାର କିଡ୍’ଙ୍କ ଠାରୁ କିଛି କମ୍ ନୁହଁନ୍ତି। ସେଥିପାଇଁ ସେମାନଙ୍କର ଲୁକ୍ସ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହେ। କିନ୍ତୁ, ଏଥର ସାରାଙ୍କ ପିଲାଟେସ୍ ଏକାଡେମୀ ଓପେନିଂରେ ସାରାଠାରୁ ଅଧିକ ଚର୍ଚ୍ଚାରେ ରହିଲେ ତାଙ୍କ ‘ହେବାକୁ ଯାଉଥିବା ଭାଉଜ’, ଯିଏ ତାଙ୍କର ‘ବେଷ୍ଟ ଫ୍ରେଣ୍ଡ’ ମଧ୍ୟ।


କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ମୁମ୍ବାଇରେ ପାଇଲେଟସ ଷ୍ଟୁଡିଓ ଖୋଲିଛନ୍ତି। ତାଙ୍କର ପିତା ମାଷ୍ଟର ବ୍ଲାଷ୍ଟର ସଚିନ ଫିତା କାଟି ଉକ୍ତ ଷ୍ଟୁଡିଓର ଉଦ୍‌ଘାଟନ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ, ଏହି ପାଇଲେଟସ ଷ୍ଟୁଡିଓ ଶାରୀରିକ ବ୍ୟାୟାମ, ସୁସ୍ଥ ଶରୀର ଗଠନ ଏବଂ ଶରୀରର ଶକ୍ତିବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଆଜିକାଲି ପାଇଲେଟସ ଷ୍ଟୁଡିଓ ଗୁଡ଼ିକ ବହୁତ ଲୋକପ୍ରିୟ ହୋଇଥିବାବେଳେ, ସାରାଙ୍କ ଏହି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି।


ଉଦ୍‌ଘାଟନ ସମୟରେ ପିତା ସଚିନଙ୍କ କହିବା କଥା, “କିଛି ବର୍ଷ ହେଲା ସାରା ପାଇଲେଟସ ଷ୍ଟୁଡିଓ ଖୋଲିବାକୁ ପ୍ରୟାସ କରୁଥିଲେ। ସେ ଏକା ଏହାକୁ ନିର୍ମାଣ କରିଛନ୍ତି। ପିତାମାତା ଭାବେ ଆମର ସବୁ ବେଳେ ଇଚ୍ଛା ଯେ ସନ୍ତାନଙ୍କ ସ୍ବପ୍ନ ପୂରଣ ହେଉ। ସାରାର ଷ୍ଟୁଡିଓ ଦେଖି ବହୁତ ଗର୍ବ ଅନୁଭବ କରୁଛି, କହିଲେ ସଚିନ।


ସାରା ତେନ୍ଦୁଲକର ମଧ୍ୟ କହିଛନ୍ତି ଯେ, ଏହି ଯାତ୍ରାରେ ପିତାଙ୍କ ପ୍ରୋତ୍ସାହନ ତାଙ୍କ ପାଇଁ ପ୍ରେରଣାଦାୟୀ । କଠିନ ପରିଶ୍ରମରେ ନିର୍ମିତ ଏହି ଷ୍ଟୁଡିଓ ସାରାଙ୍କ ସ୍ବପ୍ନ ପୂରଣ ଦିଗରେ ପ୍ରଥମ ପଦକ୍ଷେପ।


ସ୍ପେଶାଲ୍ ଡେ’ ପାଇଁ ସାରାଙ୍କର ଲୁକ୍

ସାରା ବ୍ରାଉନ୍ କଲରର ଟପ୍ ପିନ୍ଧିଥିଲେ, ଯାହାର ହାଫ୍ ସ୍ଲିଭ୍‌ସ ଓ ସିମ୍ପଲ୍ ନେକଲାଇନ୍ ତାଙ୍କୁ କ୍ଲାସି ଦେଖାଉଥିଲା। ଯାହାକୁ ସେ ହ୍ବାଇଟ୍ ଫ୍ଲେୟାର୍ଡ୍ ପ୍ୟାଣ୍ଟ୍‌ସ ସହ ପେୟାର୍ କରିଥିଲେ। ମିନିମଲ୍ ଜୁଏଲେରୀ ସହିତ ସେ ସ୍ଟାଇଲିଶ୍ ହୁପ୍‌ସ, ବ୍ରେସଲେଟ୍ ଓ ହ୍ବାଇଟ୍ ହିଲ୍‌ସ ପିନ୍ଧିଥିଲେ। ସମଗ୍ର ପରିବାର ଏହି ଅବସରରେ ଫ୍ୟାଶନେବଲ୍ ଦେଖାଯାଉଥିଲେ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...