Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୀତ ଦିନେ କାହିଁକି ହୁଏ ପେଟ ଗରମ, ଜାଣନ୍ତୁ...

Health & Wellness

ଶୀତ ଦିନେ କାହିଁକି ହୁଏ ପେଟ ଗରମ, ଜାଣନ୍ତୁ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶୀତ ଦିନେ କାହିଁକି ହୁଏ ପେଟ ଗରମ, ଜାଣନ୍ତୁ...

ଅର୍ଗସ ବ୍ୟୁରୋ:  ଶୀତ ଦିନେ ପେଟ ଅଧିକ ଗରମ ହେଉଛି କି। କଣ କରିବେ ଜାଣିପାରୁନାହାନ୍ତି। ଆପଣନ୍ତୁ ଏହି ଉପାୟ। ଶୀତ ଋତୁ। ଏହି ଋତୁ ଆସିଲେ ଯେତିକି ଭଲ ଲାଗେ ସେତିକି ବିରକ୍ତ ବି ଲାଗେ। କାହିଁକିନା ଶୀତ ଡରରେ କେହି ଗାଧୋଇବାକୁ ଭଲ ପାଆନ୍ତି ନାହିଁ। ଶୀତ ଦେଖିବାକୁ ଯେମିତି ସୁନ୍ଦର , ଏହି ଋତୁ ସହ ସାଙ୍ଗରେ ଆସୁଥିବା ଅଦିନିଆ ରୋଗ ବି ସେତେ କଷ୍ଟଦାୟକ । ଭାଇରାଲ୍ ଫିବର୍ , କାଶ , ଥଣ୍ଡା ଯେମିତି ଏ ଋତୁ ସାଙ୍ଗରେ ବୋନସରେ ଆସିଯାଆନ୍ତି । ଥଣ୍ଡାରୁ ଆଶ୍ବସ୍ତି ପାଇଁ ଗରମ କପଡ଼ା ପିନ୍ଧିବା , କମ୍ବଳ ଘୋଡ଼ାଇ ହୋଇ ଶୋଇବା , ଉଷୁମ ପାଣିରେ ଗାଧୋଇବା , ଗରମ ପାଣି ପିଇବା , ଅଧିକଥର ଚା’ ଓ କଫିର ସେବନ ଯୋଗୁଁ ଏ ଋତୁରେ ପେଟ ଗରମ ହେବାର ସମସ୍ୟା ମଧ୍ୟ ଅଧିକ ଦେଖାଯାଏ ।


ଯାହାଦ୍ବାରା ଝାଡ଼ାବାନ୍ତିର ସମସ୍ୟା ମଧ୍ୟ ଲାଗିରୁହେ । ଜାଡ଼ରେ ଶରୀରକୁ ଗରମ ରଖିବା ପାଇଁ ଅଧିକ କ୍ୟାଲୋରୀର ଆବଶ୍ୟକତା ପଡ଼ିଥାଏ । ଏହି କ୍ୟାଲୋରୀ ଯୋଗୁଁ ପାଚନ ତନ୍ତ୍ର ଅଧିକ ସକ୍ରିୟ ମୋଡ୍ କୁ ଚାଲିଆସେ ଯାହାଦ୍ବାରା ଭୋକ ମଧ୍ୟ ଅଧିକ ଲାଗେ । ଯେତେଥର ଭୋକ ଲାଗିବ ସେତେଥର ଖାଇବା ଦ୍ବାରା ପାଚନତନ୍ତ୍ର ଉପରେ ଏହାର ଗଭୀର ପ୍ରଭାବ ପଡ଼େ । ରୋଷେଇ ଘରେ ଥିବା ଜିରା , ଧନିଆ , ମେଥି , ପାନମଧୁରୀ ଓ ଜୁଆଁଣୀକୁ ମିଶାଇ କାଢା ପ୍ରସ୍ତୁତ କରନ୍ତୁ । ଦିନକୁ ୨ ଥର ଲେଖାଏଁ ଏହି କାଢାକୁ ସେବନ କରନ୍ତୁ । ଏ ସବୁ ମସଲା ଆଣ୍ଟିଅକ୍ସିଡେଣ୍ଟ୍ , ଆଣ୍ଟିଭାଇରାଲ୍ , ଆଣ୍ଟିସେପ୍ଟିକ୍ ସହିତ ଏଭଳି ଜବରଦସ୍ତ ପୋଷକ ତତ୍ତ୍ବରେ ଭରପୂର ରହିଛି ଯାହା ଆପଣଙ୍କ ଶରୀରର ତାପମାନକୁ ନର୍ମାଲ୍ ରଖିବାରେ ସହାୟକ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ପ୍ରୋସେସଟି କରିବା ପାଇଁ ପ୍ରଥମେ ଉପରୋକ୍ତ ଦିଆଯାଇଥିବା ସବୁ ମସଲାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଏହାର ପାଣିକୁ ଛାଣି ପିଇନିଅନ୍ତୁ । ଫାଇଦା କମ୍ ଦିନରେ ଜାଣିପାରିବେ । ହଜମ ନହେବା କାରଣରୁ ଶୀତଦିନେ ଛାତି ଜଳିବା ସହ ପେଟ ଖରାପ ହୁଏ। ଏହି ସମୟରେ ପେଟକୁ ଥଣ୍ଡା ଲାଗିବା ଏକ ସାଧାରଣ ସମସ୍ୟା ନୁହଁ , ତେଣୁ ଏହାକୁ ଅଣଦେଖା ନକରି କେମିତି ଉପଚାର ହୋଇପାରିବ ସେ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ମଧ୍ୟ ଯଦି ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆୟୁର୍ବେଦିକ ଉପାୟରେ ନିଅନ୍ତୁ ନିଜ ଉଦରର ଯତ୍ନ ।


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

Sponsored
stomach pain in winter season | Argus News