Parenting Tips / ଗାଳି ନ ଦେଇ ଛୁଆଙ୍କ ଠାରୁ ଏମିତି ଛଡ଼ାନ୍ତୁ ମୋବାଇଲ୍...
·43 mins ago·2 min read

Key Points
ଛୁଆଙ୍କୁ ସବୁବେଳେ ମୋବାଇଲ୍ ଧରାଇ ଦେବା ଠିକ୍ ନୁହେଁ । ଯଦି ଆପଣ ବି ଛୁଆଙ୍କୁ ଗାଳି ନ କରି ମୋବାଇଲ୍ ସ୍କ୍ରିନ୍ ଟାଇମ୍ କମାଇବାକୁ ଚାହୁଁଛନ୍ତି । ତାହେଲେ ଆପଣାନ୍ତୁ ଏହି ସବୁ ଟିପ୍ସ ।
ନୂଆଦିଲ୍ଲୀ: ଆଜିର ଦିନରେ ଛୁଆଙ୍କୁ ମୋବାଇଲ୍ ଫୋନ୍, ଟ୍ୟାବ୍ ଓ ଟିଭି ସ୍କ୍ରିନ୍ ଠାରୁ ଦୂରେଇ ରଖିବା କୌଣସି ବଡ଼ ଆହ୍ଵାନ ଠାରୁ କମ୍ ନୁହେଁ । ଆପଣ ଯଦି ଛୁଆଙ୍କ ହାତରୁ ମୋବାଇଲ୍ ନେଇଯିବେ କିମ୍ବା ବନ୍ଦ କରିଦେବେ । ତାପରେ ସେମାନଙ୍କୁ ସମ୍ଭାଳିବା ମୁସ୍କିଲ୍ ହୋଇଯାଏ । କିଏ କାନ୍ଦେ ତ ଆଉ କିଏ ଜିଦ୍ ଧରି ବସେ ।
ଫଳରେ ଘରେ ଏକ ପ୍ରକାର ଅଶାନ୍ତି ସୃଷ୍ଟି ହୁଏ । ଅନେକ ସମୟରେ ଛୁଆକୁ ପୁଣି ଶାନ୍ତ କରିବାକୁ ବାପାମାଆ ଫୋନ୍ ଧରାଇ ଦେଇଥାନ୍ତି । କିନ୍ତୁ, ଛୁଆଙ୍କୁ ସବୁବେଳେ ମୋବାଇଲ୍ ଧରାଇ ଦେବା ଠିକ୍ ନୁହେଁ । ଯଦି ଆପଣ ବି ଛୁଆଙ୍କୁ ଗାଳି ନ କରି ମୋବାଇଲ୍ ସ୍କ୍ରିନ୍ ଟାଇମ୍ କମାଇବାକୁ ଚାହୁଁଛନ୍ତି । ତାହେଲେ ଆପଣାନ୍ତୁ ଏହି ସବୁ ଟିପ୍ସ ।
ସ୍କ୍ରିନ୍ ଟାଇମ୍ ପାଇଁ ଟାଇମ୍ ସେଟ୍ କରନ୍ତୁ
ଛୁଆ ସବୁବେଳେ ମୋବାଇଲ୍ ଧରିବାକୁ ଜିଦ୍ କରୁଥିଲେ ଏକ ସମୟ ବାଛନ୍ତୁ । ଯେମିତି ହୋମୱାର୍କ ସରିବା ପରେ କିମ୍ବା ଦିନ ସମୟରେ ଖାଇବାରେ କିଛି ସମୟ ମୋବାଇଲ୍ ଦେବେ । ଛୁଆଙ୍କୁ କେତେବେଳେ କେତେ ସମୟ ଲାଗି ଫୋନ୍ ଦେବେ ଜଣାଇଦେବା ଭଲ । ଫଳରେ ମୋବାଇଲ୍ କିମ୍ବା ଟିଭି ବନ୍ଦ କରିବା ସମୟରେ ଆଉ କିଛି ଲାଗିବ ନାହିଁ ।
ହଠାତ୍ ବନ୍ଦ କରନ୍ତୁ ନାହିଁ ସ୍କ୍ରିନ୍
ଆପଣଙ୍କ ଛୁଆ ଯଦି କିଛି ଦେଖୁଛି, ତାହେଲେ ହଠାତ୍ ଯାଇ ସ୍କ୍ରିନ୍ ବନ୍ଦ କରନ୍ତୁ ନାହିଁ । ସ୍କ୍ରିନ୍ ଟାଇମ୍ ସରିବା ପୂର୍ବରୁ ଛୁଆଙ୍କୁ ସମୟ ଦିଅନ୍ତୁ । ଯେମତି, ଆଗୁଆ କୁହନ୍ତୁ… ତୁମ ପାଖରେ ଆଉ ୧୦ ମିନିଟ୍, ପୁଣି ୫ ମିନିଟ୍ ଓ ୨ ମିନିଟ୍ ଅଛି । ଏଥିସହ ସ୍କ୍ରିନ୍ ବନ୍ଦ ହେଲା ପରେ ଛୁଆ କଣ କରିବ ଆଗୁଆ କହି ଦିଅନ୍ତୁ ।
ଖେଳ ଓ ଅନ୍ୟ କିଛି ଶିଖିବାର ବିକଳ୍ପ
ଛୁଆଙ୍କ ସ୍କ୍ରିନ୍ ଟାଇମ୍ ହ୍ରାସ୍ କରିବା ପାଇଁ ଖେଳିବା କିମ୍ବା ଅନ୍ୟ କିଛି ଶିଖିବାର ବିକଳ୍ପ ଦିଅନ୍ତୁ । ବୋର୍ଡ ଗେମ୍ସ, ପଜଲ ଓ ଆଉଟଡୋର୍ ଗେମ୍ ପାଇଁ ପ୍ରୋତ୍ସାହିତ କରନ୍ତୁ । ଆଗ୍ରହ ଅନୁସାରେ ପେଣ୍ଟିଂ, ଡ୍ୟାନ୍ସ ଆଦି କାର୍ଯ୍ୟକଳାପ ବଢ଼ାନ୍ତୁ ।
ଆପଣ ବି ଆପଣାନ୍ତୁ
ଘରେ ସବୁ ସମୟ ପରିବର୍ତ୍ତେ କିଛି ସମୟ ସ୍କ୍ରିନ୍ ଉପରେ ପ୍ରତିବନ୍ଧକ ଲଗାନ୍ତୁ । ଯେମିତି ଖାଇବା ସମୟ, ଶୋଇବା ପୂର୍ବରୁ, ସକାଳେ ଉଠିବା ପରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ । ଏହି ନିୟମ କେବଳ ଛୁଆଙ୍କ କ୍ଷେତ୍ରରେ ନୁହେଁ ବରଂ ପୂରା ପରିବାର ପାଳନ କରିବା ଦରକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories