|
logo
Live

Argus News - ୧୦ହଜାର କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଆସୁଥିଲା

Health & Wellness

୧୦ହଜାର କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଆସୁଥିଲା

Rashmita Mishra
Browse all articles by Rashmita Mishra
·2 years ago·1 min read
୧୦ହଜାର କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଆସୁଥିଲା

ଅର୍ଗସ ବ୍ୟୁରୋ:ଆଗକୁ ହୋଲି ଆସୁଥିଵା ଵେଳେ ହୋଲି ପର୍ବ ପାଳନ ପାଇଁ ଅନେକ ପ୍ରକାରର ବ୍ୟଵସ୍ଥା କରାଯାଇଛି । ସାରା ଦେଶରେ ପାଳନ କରାଯିବ। ଏହି ହୋଲିରେ ଚାଇନାର ସାମଗ୍ରୀ ବଜାରରୁ ସଂପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯାଇଛି । ଏଥର ଦେଶୀ ରଙ୍ଗରେ ସାରା ଦେଶରେ ପାଳନ ହୋଵ ହୋଲି ।ଭାରତରେ ତିଆରି ହୋଇଥିଵା ରଙ୍ଗ ,ଅଭିର, ପିଚିକାରି ଏଵେ ଖୁଵ ଅଧିକ ଵିକ୍ରି ହୋଉଛି । ଲୋକମାନେ ହୋଲି ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । 

ଗତ ବର୍ଷ ତୁଳନାରେ ଚଳିତ ବର୍ଷର ହୋଲି ସାରା ଦେଶର ବ୍ୟବସାୟରେ ପ୍ରାୟ ୫୦ପ୍ରତିଶତ ଵଢିଛି । ଅନୁମାନ କରାଯାଉଛି ଯେ ଏଥର ୫୦ହଜାର କୋଟିରୁ ଅଧିକ ମୂଲ୍ୟର ସାରା ଦେଶରେ ବ୍ୟବସାୟ କରାଯାଇଛି।।କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସମ୍ଭାବନା କରାଯାଇଛି ।୧୦ହଜାର କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଆସୁଥିଲା । 

ସାଧାରଣ ଲୋକ ମଧ୍ୟ ଚାଇନାର ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ଵନ୍ଦ କରିଛନ୍ତି। ଏଥର ହୋଲି ଉତ୍ସବରରେ ଗ୍ରାହକମାନେ ଚାଇନାରେ ତିଆରି ହୋଇଥିଵା ଜିନିଷକୁ ବଏକଟ୍ କରିଛନ୍ତି । କେବଳ ଭାରତରେ ତିଆରି ହର୍ବାଲ୍ ରଙ୍ଗ ଏବଂ ଗୁଲାଲ୍, ପିଚକରୀ, ବେଲୁନ୍, ଚନ୍ଦନ କାଠ, ପୂଜା ସାମଗ୍ରୀ, ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ବିକ୍ରି ହେଉଛି ।ଲୋକମାନେ ଭୋଜି ପାଇଁ ହଲ୍, ଫାର୍ମ ହାଉସ୍, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସର୍ବସାଧାରଣ ପାର୍କରେ ଏକାଠି ହେବେ। ସଵୁ ଜାଗାରେ ହୋଲି ଉତ୍ସବ ପାଇଁ ଭିଡ ଏବଂ ଛୋଟ ଆୟୋଜନ କରାଯାଉଛି । ହୋଲିର ପର୍ବ ଯେତିକି ପାଖେଇ ଆସୁଛି  ସମସ୍ତ ଜାଗାରେ ହୋଲସେଲ ଏବଂ ଖୁଚୁରା ବଜାରରେ ଭିଡ ଜମୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୦ହଜାର କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଆସୁଥିଲା | Argus News