Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 99% ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି

Health & Wellness

99% ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି

Smruti Parija
Browse all articles by Smruti Parija
·1 year ago·2 min read
99% ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି

ଅର୍ଗସ ବ୍ୟୁରୋ: ହୃଦଘାତ । ବିଶ୍ୱସ୍ତରରେ ସର୍ବାଧିକ ମୃତ୍ୟୁ ଘଟାଉଥିବା ରୋଗ ମଧ୍ୟରୁ ଗୋଟେ । ଆଜିକାଲି ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏହା ବେଶୀ ଦେଖାଯାଉଛି । ଏମିତିକି ଅଧିକାଂଶ ଲୋକ ହୃଦଘାତ ହେଉଥିବା ଜାଣି ମଧ୍ୟ ପାରୁନାହାନ୍ତି । ଚିକିତ୍ସା କରିବା ବେଳକୁ ବିଳମ୍ବ ହେଇଯାଉଛି । ଶେଷରେ ଜୀବନ ହାରୁଛନ୍ତି ଲୋକେ ।  

 

ଏକ ରିପୋର୍ଟରୁ ଜଣାପଡିଛି ଯେ ପାଖାପାଖି 99 ପ୍ରତିଶତ ଲୋକ ନିଜକୁ ହୃଦଘାତ ହେଉଥିବା ସଂପର୍କରେ ଜାଣିପାରୁନାହାନ୍ତି । ହେଲେ ହୃଦଘାତର କିଛି ଲକ୍ଷଣ ଜାଣି ରଖିବା ଦରକାର । ହୃଦଘାତର ଏହି 7ଟି ଲକ୍ଷଣକୁ କେବେ ବି ଇଗନୋର୍ କରନ୍ତୁ ନାହିଁ । ନହେଲେ ଆପଣଙ୍କୁ ଏହା ଅସୁବିଧାରେ ପକାଇପାରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବାନ୍ତି ହେବା, ବଦହଜମି ହେବା, ଛାତି ଜଳିବା ଭଳି ଲାଗିବା, ପିଠି ଯନ୍ତ୍ରଣା ।
  • ବାହୁରେ ଯନ୍ତ୍ରଣା ଅନୁଭବ କରିବା , ମୁଣ୍ଡ ବୁଲାଇବା , ଅଚେତ ହୋଇଯିବା
  • ନିଜକୁ ହାଲୁକା ଅନୁଭବ କରିବା
  • ଗଳା କିମ୍ବା ଦାନ୍ତ ମାଢି ଯନ୍ତ୍ରଣା ହେବା
  • ଅଳ୍ପ କାମ କରିବା କ୍ଷଣି କ୍ଳାନ୍ତ ଅନୁଭବ କରିବା 
  • ଘୁଙ୍ଗୁଡି ମାରିବା, ଝାଳ ବୋହିବା
  • ଅଙ୍ଗ ଫୁଲିଯିବା, ହୃଦ ସ୍ପଦନର ବେଗ ବଢିବା
  • ଏହି ସବୁ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

ବେଳେ ଏମିତି ହୁଏ ଆମେ ଅଳ୍ପ କାମ କରିବା କ୍ଷଣି ଥକ୍କା ଲାଗେ । ଯଦି ବାରମ୍ବାର ଏମିତି ଥକ୍କା ଲାଗୁଛି । ତାହା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

ଗୋଡ କିମ୍ବା ପେଟରେ ମଧ୍ୟ ହୃଦଘାତର ଲକ୍ଷଣ ଦେଖାଯାଏ । ପାଦର ତଳ ଭାଗ ଫୁଲିଯିବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ଏମିତି ଦେଖା ଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 
ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ସମୟରେ ଘୁଙ୍ଗୁଡି ମାରୁଛନ୍ତି, ତେବେ ଏହା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ  । ଏହାକୁ ସ୍ଲିପ୍ ଆପ୍ନିଆ ବୋଲି ମଧ୍ୟ କୁହନ୍ତି । ଠିକ୍ ସମୟରେ ଏହାର ଚିକିତ୍ସା କରା ନଗଲେ ଏହା ସାଙ୍ଘାତିକ ହୃଦରୋଗର ଆଶଙ୍କାକୁ ବଢାଇପାରେ । ସେଥିପାଇଁ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।  

ମୋଟା ମୋଟି ଉପରେ କହିବାକୁ ଗଲେ ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ହେତୁ ହୃଦଘାତ ଭଳି ସମସ୍ୟା ବଢୁଛି । ସେଥିପାଇଁ ହୃଦୟର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି ।
ଚର୍ବି, ଲୁଣ, ଚିନି, ତେଲ ମସଲା ଯୁକ୍ତ ଖାଦ୍ୟ ହୃଦରୋଗର କାରଣ । ସେଥିପାଇଁ ଏଥିରୁ ଦୂରେଇ ରୁହନ୍ତୁ ।

Raja Festival
Sponsored
99% of people don't know they are in a relationship having a heart attack | Argus News