ପ୍ରତିଦିନ ପିଅନ୍ତୁ ଏହି ୩ଟି ଜିନିଷରୁ ପ୍ରସ୍ତୁତ ଡ୍ରିଙ୍କ୍, ଶରୀରରେ ବଢ଼ିବ ଇମ୍ୟୁନିଟି

ଧାଁ ଦଉଡ଼ ଦୁନିଆରେ ଆଜି କାଲି ବଦଳି ଗଲାଣି ଜୀବନଶୈଳୀ । ଅସ୍ଵାସ୍ଥ୍ୟକର ଜୀବନଶୈଳୀର ଅନୁସରଣ ଆମକୁ ରୋଗାକ୍ରାନ୍ତ କରୁଛି । ସଠିକ୍ ସମୟରେ ସଠିକ୍ ଖାଦ୍ୟ ନ ଖାଇବା ଯୋଗୁଁ ଲୋକଙ୍କ ଶରୀରରେ ଇମ୍ୟୁନିଟି ବି କମୁଛି । ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ଏମିତି ଡ୍ରିଙ୍କ୍ସ୍ ଓ ଫଳ ସାମିଲ୍ କରନ୍ତୁ । ଯାହାକି ଶରୀରରେ ରୋଗ ପ୍ରତିଷେଧକ କ୍ଷମତା ବିକଶିତ କରିବ ।
ଶରୀରରେ ଇମ୍ୟୁନିଟି ବଢ଼ାଇବା ଲାଗି ଆପଣ ବିଟ୍, ଗାଜର ଓ ସେଓର ଜୁସ୍ ତିଆରି କରି ପିଇ ପାରିବେ । ସେଓରେ ଭିଟାମିନ୍ ସି ସହ ଫାଇବର ଏବଂ ଅନେକ ପ୍ରକାରର ଆଣ୍ଟିଅକ୍ସିଡେଣ୍ଟ ରହିଛି । ସେହିଭଳି ବିଟ୍ରେ ଆଇରନ୍ ସହ କ୍ୟାଲସିୟମ୍, ଭିଟାମିନ୍ ଏ ଓ ଫାଇବର ମିଳିଥାଏ । ଏହାଛଡ଼ା ଗାଜରରେ ଫାଇବର, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଏହି ସମସ୍ତ ପୋଷକ ତତ୍ତ୍ଵ ଶରୀରକୁ ମଜଭୁତ୍ ବନାଇବା ସହ ଇମ୍ୟୁନିଟି ବୃଦ୍ଧି କରିଥାଏ ।
ଜୁସ୍ ପାଇଁ ସାମଗ୍ରୀ
୧/୨ ଚାମଚ ଲେମ୍ବୁ ରସ
ସ୍ଵଳ୍ପ ପରିମାଣର ବରଫ
୨୦୦ ଗ୍ରାମ ବିଟ୍
୨୦୦ ଗ୍ରାମ ଗାଜର
୫୦ ଗ୍ରାମ ସେଓ
ସ୍ଵାଦ ଅନୁସାରେ ଲୁଣ
କେମିତି ପ୍ରସ୍ତୁତ କରିବେ ?
*ପ୍ରଥମେ ବିଟ, ଗାଜରର ଉପର ପରସ୍ତକୁ ଛଡ଼ାନ୍ତୁ । ବିଟ୍, ଗାଜର ଓ ସେଓକୁ ଛୋଟ ଛୋଟ ଖଣ୍ଡ କରନ୍ତୁ ।
*ଏହାପରେ ବିଟ୍, ଗାଜର ଓ ସେଓର ଛୋଟ ଖଣ୍ଡକୁ ଗ୍ରାଇଣ୍ଡିଂ କରି ଜୁସ୍ ବାହାର କରନ୍ତୁ ।
*ଏବେ ଏକ ଗ୍ଲାସ୍କୁ ଜୁସ୍ ଢ଼ାଳିବା ପରେ ବରଫ ଖଣ୍ଡ ଢାଳନ୍ତୁ । ତା ଉପରେ ଲେମ୍ବୁ ରସ ମିଶାନ୍ତୁ ।
*ଜୁସ୍ରେ ସ୍ଵାଦ ଅନୁସାରେ ଲୁଣ ମିଶାଇ ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ୍ର ଆନନ୍ଦ ନିଅନ୍ତୁ ।