Health Update / ବଢ଼ୁଛି ରକ୍ତଚାପ: ବୟସ ଅନୁଯାୟୀ ରକ୍ତଚାପ କେତେ ରହିବା ଜରୁରୀ ?
·10 months ago·2 min read

Key Points
ବଢ଼ୁଛି ରକ୍ତଚାପ
ରକ୍ତଚାପ କମାଇବ ଯୋଗ
କେଉଁ ବୟସରେ କେତେ ରହିବା ଦରକାର ରକ୍ତଚାପ ?
ରକ୍ତଚାପ କମାଇବ ଯୋଗ
କେଉଁ ବୟସରେ କେତେ ରହିବା ଦରକାର ରକ୍ତଚାପ ?
ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତଚାପର ଗୁଡ଼ାଏ କାରଣ ରହିଛି। ଜିନ୍, ପରିବେଶ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, ହରମୋନ୍ ଅସନ୍ତୁଳନ ଏବଂ ଶାରୀରିକ ନିଷ୍କ୍ରିୟତା ସହିତ ଅନେକ କିଛି ଉଚ୍ଚ ରକ୍ତଚାପର କାରଣ ବନିଥାନ୍ତି। ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ସୁସ୍ଥ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି। ପନିପରିବା, ଫଳ, ପ୍ରୋଟିନ୍ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ।
ଯଦି ଆପଣଙ୍କର ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ ଅଛି ତେବେ ଆପଣଙ୍କୁ ଏହାକୁ ସଂପୂର୍ଣ୍ଣ ରୂପେ ଛାଡ଼ିବାକୁ ହେବ। ନିଶା ସେବନ ରକ୍ତଚାପର ଏକ ପ୍ରମୁଖ କାରଣ ହୋଇଥାଏ। ମାନସିକ ଚାପ ମଧ୍ୟ ରକ୍ତଚାପର କାରଣ ହୋଇଥାଏ। ଯେତେ ପାରୁଛନ୍ତି ଚିନ୍ତା କରିବା ତ୍ୟାଗ କରନ୍ତୁ। ଯେତେ ଅଧିକ ଚିନ୍ତା କରିବେ ସେତେ ଅଧିକ ଦୁର୍ବଳ ହୋଇପଡ଼ିବେ। ନିୟମିତ ବ୍ୟାୟାମ କରିବା ଦ୍ବାରା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖା ଯାଇପାରେ। ଆପଣ ସୁସ୍ଥ ରହିବାକୁ ଚାହୁଁଥିଲେ ବ୍ୟାୟାମକୁ ଆପଣଙ୍କ ନିତିଦିନିଆ କାର୍ଯ୍ୟ ତାଲିକାରେ ସାମିଲ୍ କରନ୍ତୁ।
କେମିତି କଣ୍ଟ୍ରୋଲ କରିବେ ରକ୍ତଚାପ ?
ରକ୍ତଚାପ ବା ବ୍ଲଡ ପ୍ରେସର ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ହେଲେ ଏହାକୁ ହାଲୁକା ଭାବରେ ନେବା ଆଦୌ ଠିକ୍ ନୁହେଁ। କାରଣ ଯଦି ରକ୍ତଚାପ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲା ତେବେ ତାହା ପରୋକ୍ଷରେ ଆଉ କେତେକ ରୋଗ ସୃଷ୍ଟି କରିଥାଏ। ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇବାକୁ ପଡିଥାଏ। କେବଳ ସେତିକି ନୁହେଁ, ରକ୍ତଚାପ କେତେ ରହୁଛି ତାହାକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ମାପିନେବା ଦରକାର। ତେବେ ଏହା କିପରି ସନ୍ତୁଳିତ ରହିବ ସେ ନେଇ ଏକ ସହଜ ତଥା ସରଳ ଉପାୟ ରହିଛି। ତାହା କ’ଣ ଜାଣନ୍ତି ? ଯଦି ଜଣେ ବ୍ୟକ୍ତି ନିୟମିତ ଯୋଗ କରନ୍ତି ତେବେ ତାଙ୍କର ରକ୍ତଚାପ ଅନେକାଂଶରେ ସନ୍ତୁଳିତ ରହିଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେରୁ ଜାଣିପାରିଛନ୍ତି। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଯୋଗ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରକ୍ତଚାପ ମାପିବାରୁ ଏହା କେତେକାଂଶରେ ସନ୍ତୁଳିତ ରହୁଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ବୟସ ଅନୁଯାୟୀ କେତେ ରହିବା ଦରକାର ରକ୍ତଚାପ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୮-୩୯ ବର୍ଷ ଯୁବକଙ୍କ ୧୧୯/୭୦ ଓ ମହିଳାଙ୍କର ୧୧୦/୬୮ଏମଏମ ରକ୍ତଚାପ ରହିବା ସ୍ୱାସ୍ଥ୍ୟକର ବୋଲି କୁହାଯାଏ ।
୪୦-୫୬ ବର୍ଷ ବ୍ୟକ୍ତିଙ୍କର ୧୨୪/୭୭ ଓ ମହିଳାଙ୍କର ୧୨୨/୭୪ ରକ୍ତଚାପ ସ୍ୱାସ୍ଥ୍ୟକର ଅଟେ ।
ସେହିପରି ୬୦ ବର୍ଷ ଉର୍ଦ୍ଧ ବ୍ୟକ୍ତିଙ୍କର ୧୩୩/୬୯ ଓ ମହିଳାଙ୍କର ରକ୍ତଚାପ ୧୩୯/୬୮ ସଠିକ୍ ଅଟେ ।
ବୟସ ଅନୁଯାୟୀ ରକ୍ତଚାପ ଏତିକି ରହିବା ଦ୍ୱାରା ହୃଦୟ ସଠିକ୍ ଭାବେ କାର୍ଯ୍ୟ କରିଥାଏ।
ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ୧୦୦/୭୦ ରକ୍ତଚାପ ରହିବା ଜରୁରୀ।
ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

Related Topics
Explore more stories