Videos
|
Health & Wellness

Cancer Risk / ବ୍ଲଡ୍ ପ୍ରେସର ଔଷଧ ଖାଉଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ କ୍ୟାନ୍ସର

Rashmita Mishra
Browse all articles by Rashmita Mishra
·1 hour ago·4 min read
ବ୍ଲଡ୍ ପ୍ରେସର ଔଷଧ ଖାଉଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ କ୍ୟାନ୍ସର
Cancer Risk

Key Points

BP ମେଡିସିନ ଖାଇଲେ କ୍ୟାନ୍ସର !
ବ୍ଲଡ୍ ପ୍ରେସର ଔଷଧ ଖାଉଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ କ୍ୟାନ୍ସର

ବ୍ଲଡ୍ ପ୍ରେସର ଔଷଧ କରିପାରେ କ୍ୟାନ୍ସର ! ବିଶ୍ଵାସ ହେଉନଥିଲେ ବି ଏଭଳି ଆଶଙ୍କା କରିଛି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ- WHO । ବିଶେଷ କରି ତିନିଟି ସାଧାରଣ ଔଷଧକୁ ‘କ୍ୟାନ୍ସର ସୃଷ୍ଟିକାରୀ’ ବର୍ଗରେ ରଖିଛି WHOର କ୍ୟାନ୍ସର ଗବେଷଣା ସଂସ୍ଥା । ଏହା ଭିତରେ ଅଛି ବ୍ଲଡ୍ ପ୍ରେସର, ଫଙ୍ଗାଲ୍ ଇନଫେକ୍ସନ୍ ଏବଂ ଅଙ୍ଗ ପ୍ରତିରୋପଣ ପରେ ଶରୀର ଯେପରି ନୂଆ ଅଙ୍ଗକୁ ପ୍ରତ୍ୟାଖ୍ୟାନ ନକରେ, ସେଥିପାଇଁ ବ୍ୟବହୃତ ହେଉଥିବା ତିନିଟି ସାଧାରଣ ଔଷଧ । ସେଗୁଡ଼ିକ ହେଲା ହାଇଡ୍ରୋ କ୍ଲୋରୋଥାଇଜାଇଡ୍, ଭୋରିକୋନାଜୋଲ୍, ଏବଂ ଟାକ୍ରୋଲିମସ୍କୁ ।

‘ମଣିଷଙ୍କ ଶରୀରରେ କ୍ୟାନ୍ସର ସୃଷ୍ଟି କରିପାରେ’ ବା Group-1 କ୍ରାୟୋଜେନିକ୍ ବର୍ଗରେ ରଖିଛି WHOର କ୍ୟାନ୍ସର ଗବେଷଣା ସଂସ୍ଥା- IARC । ଏହି ତିନିଟି ଔଷଧ ବିଶ୍ୱରେ ବହୁଳ ଭାବେ ବ୍ୟବହୃତ ହେଉଛି ଏବଂ WHOର ଜରୁରୀକାଳୀନ ଔଷଧ ତାଲିକାରେ ମଧ୍ୟ ସାମିଲ ରହିଛି ।
ହାଇଡ୍ରୋକ୍ଲୋରୋଥାଇଜାଇଡ୍ - ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ ପାଇଁ ବ୍ୟବହୃତ ହୁଏ ।

ଭୋରିକୋନାଜୋଲ୍- ଗୁରୁତର ଫଙ୍ଗାଲ୍ ସଂକ୍ରମଣର ଚିକିତ୍ସାରେ ବ୍ୟବହାର ହୁଏ ।
ଟାକ୍ରୋଲିମସ୍- ଅଙ୍ଗ ପ୍ରତିରୋପଣ ପରେ ଶରୀର ନୂଆ ଅଙ୍ଗକୁ ପ୍ରତ୍ୟାଖ୍ୟାନ ନକରିବା ପାଇଁ ଦିଆଯାଉଥିବା ଔଷଧ ।
IARC ଅନୁସାରେ, ଅଧିକ ସମୟ ଧରି ହାଇଡ୍ରୋକ୍ଲୋରୋଥାଇଜାଇଡ୍ ବ୍ୟବହାର କଲେ ଚର୍ମ କ୍ୟାନ୍ସର ଏବଂ ଓଠର କ୍ୟାନ୍ସର ଆଶଙ୍କା ବଢ଼ିପାରେ । ଏହି ଔଷଧ ଚର୍ମକୁ ସୂର୍ଯ୍ୟର ଅଲଟ୍ରା ଭାଓଲେଟ୍ କିରଣ ପ୍ରତି ଅଧିକ ସମ୍ବେଦନଶୀଳ କରିପାରେ । ସେହିପରି, ଦୀର୍ଘ ସମୟ ଭୋରିକୋନାଜୋଲ୍ ବ୍ୟବହାର କରୁଥିବା କିଛି ରୋଗୀଙ୍କଠାରେ ମଧ୍ୟ ଚର୍ମ କ୍ୟାନ୍ସର ସହ ଏହାର ସମ୍ପର୍କ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଟାକ୍ରୋଲିମସ୍ ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥିବାରୁ ନନ୍-ହଜକିନ୍ ଲିମ୍ଫୋମା ଏବଂ ପ୍ରତିରୋପଣ ପରବର୍ତ୍ତୀ କିଛି ରୋଗର ଆଶଙ୍କା ସହ ଏହାର ସମ୍ପର୍କ ଦେଖାଯାଇଛି ।

ହାଇଡ୍ରୋକ୍ଲୋରୋଥାଇଜାଇଡ୍
ହାଇଡ୍ରୋକ୍ଲୋରୋ-ଥାଇଜାଇଡ୍ ଔଷଧ, ମୁଖ୍ୟତଃ ହାଇ ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ବ୍ୟବହୃତ ହୁଏ । ଏହା ଶରୀରରୁ ଅତିରିକ୍ତ ଲୁଣ ବା ସୋଡିୟମ ଓ ପାଣିକୁ ପରିସ୍ରା ମାଧ୍ୟମରେ ବାହାର କରିବାରେ ସାହାଯ୍ୟ କରେ । ଫଳରେ ରକ୍ତଚାପ କମିଥାଏ । ମୁଖ୍ୟତଃ ହାଇପରଟେନସନ୍ ଏବଂ ଶରୀରରେ ଅତିରିକ୍ତ ପାଣି ଜମିବା ଭଳି ସ୍ଥିତିରେ ଏହା ବ୍ୟବହାର କରାଯାଏ । ତେବେ ଏହାକୁ ନେଇ WHOର କ୍ୟାନ୍ସର ଗବେଷଣା ସଂସ୍ଥା IARC କ’ଣ କହିଛି ଦେଖିବା ...

IARC ହାଇଡ୍ରୋକ୍ଲୋରୋ-ଥାଇଜାଇଡ୍‌କୁ Group 1 'କ୍ୟାନ୍ସର ସୃଷ୍ଟି କରୁଥିବା' ବର୍ଗରେ ରଖିଛି । ହାଇଡ୍ରୋକ୍ଲୋରୋଥାଇଜାଇଡ୍ ବିଶେଷକରି ଚର୍ମ ଏବଂ ଓଠର କ୍ୟାନ୍ସର ଆଶଙ୍କା ସହ ଜଡ଼ିତ । ଏହି ଔଷଧ ଚର୍ମକୁ ସୂର୍ଯ୍ୟର UV କିରଣ ପ୍ରତି ଅଧିକ ସମ୍ବେଦନଶୀଳ କରିପାରେ । ଔଷଧ ଯୋଗୁଁ ସୂର୍ଯ୍ୟକିରଣର UV ଚର୍ମ କୋଷର DNAକୁ କ୍ଷତି କରିପାରେ । ଦୀର୍ଘ ସମୟରେ ଏହି DNA କ୍ଷତି ଚର୍ମ କ୍ୟାନ୍ସରର ଆଶଙ୍କା ବଢ଼ାଇପାରେ । ଯେଉଁମାନେ ଦୀର୍ଘ ସମୟ ଏହି ଔଷଧ ନେଉଛନ୍ତି ଅଧିକ ସତର୍କ ରହିବା ଜରୁରୀ । ଅଧିକ ସମୟ ସୂର୍ଯ୍ୟକିରଣରେ ରହୁଥିଲେ ବିଶେଷ ସତର୍କ ରହିବା ଉଚିତ । ବାହାରେ କାମ କରୁଥିବା ଲୋକଙ୍କ ପାଇଁ UV ଏକ୍ସପୋଜର୍ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସୂର୍ଯ୍ୟକିରଣରୁ ଚର୍ମକୁ ସୁରକ୍ଷା ଦେବା ଉଚିତ୍ । ଆବଶ୍ୟକ ହେଲେ ସନସ୍କ୍ରିନ୍ ବ୍ୟବହାର କରିବା ସହ ଓ ଚର୍ମରେ ପରିବର୍ତ୍ତନ ହେଲେ ଡାକ୍ତରଙ୍କୁ ଦେଖାଇବା ଜରୁରୀ ।

ଭୋରିକୋନାଜୋଲ୍
ଭୋରିକୋନାଜୋଲ୍ ଏକ ଆଣ୍ଟିଫଙ୍ଗାଲ୍ ଔଷଧ । ଗୁରୁତର ଫଙ୍ଗାଲ୍ ସଂକ୍ରମଣର ଚିକିତ୍ସାରେ ଏହା ବ୍ୟବହୃତ ହୁଏ । ବିଶେଷକରି ଗୁରୁତର ଫଙ୍ଗାଲ ଇନଫେକ୍ସନ୍ ପାଇଁ ଭୋରିକୋନାଜୋଲ୍ ଦିଆଯାଏ । ରୋଗପ୍ରତିରୋଧକ କ୍ଷମତା କମ୍ ଥିବା ଏବଂ ଅଙ୍ଗ ପ୍ରତିରୋପଣ କରାଇଥିବା ରୋଗୀଙ୍କଠାରେ ଏହାର ବ୍ୟବହାର ହୁଏ । ଦେଖିବା ଏହାକୁ ନେଇ କଣ କହିଛି

WHOର କ୍ୟାନ୍ସର ଗବେଷଣା ସଂସ୍ଥା IARC ।
IARC ଭୋରିକୋନାଜୋଲ୍‌କୁ Group 1- 'କ୍ୟାନ୍ସର ସୃଷ୍ଟି କରୁଥିବା' ବର୍ଗରେ ରଖିଛି । ଭୋରିକୋନାଜୋଲ୍‌ର ଏକ ପ୍ରକାର ଚର୍ମ କ୍ୟାନ୍ସର ସହ ସମ୍ପର୍କ ରହିଛି । ଦୀର୍ଘ ସମୟ ଔଷଧ ନେଉଥିବା କିଛି ରୋଗୀଙ୍କଠାରେ ଏହି ସମସ୍ୟା ଦେଖା ଦେଇପାରେ । ଭୋରିକୋନାଜୋଲ୍ ଚର୍ମକୁ ସୂର୍ଯ୍ୟର UV କିରଣ ପ୍ରତି ଅଧିକ ସମ୍ବେଦନଶୀଳ କରିପାରେ । ଅଧିକ UV ଏକ୍ସପୋଜର ଚର୍ମ କୋଷର DNAକୁ କ୍ଷତି କରିପାରେ । ଭୋରିକୋନାଜୋଲ୍ ଯୋଗୁଁ ଚର୍ମର UV ପ୍ରତି ସମ୍ବେଦନଶୀଳତା ବଢ଼ିଲେ,ଚର୍ମ କ୍ୟାନ୍ସର ଆଶଙ୍କା ବଢ଼ିପାରେ । ସୂର୍ଯ୍ୟକିରଣରେ ଅଧିକ ରହୁଥିବା ରୋଗୀଙ୍କଠାରେ ଚର୍ମ ସୁରକ୍ଷା ଓ ନିୟମିତ ନୀରିକ୍ଷଣ ଗୁରୁତ୍ୱପୂର୍ଣ୍ଣ । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସୂର୍ଯ୍ୟକିରଣରୁ ଚର୍ମକୁ ସୁରକ୍ଷା କରିବା ଦରକାର । ଚର୍ମରେ ନୂଆ ଦାଗ, ଘା କିମ୍ବା ଅସାଧାରଣ ପରିବର୍ତ୍ତନ ହେଲେ ଡାକ୍ତରଙ୍କୁ ଦେଖାଇବା ଉଚିତ ।

ଟାକ୍ରୋଲିମସ୍
ଟାକ୍ରୋଲିମସ୍ ଏକ ଇମ୍ୟୁନୋସ-ପ୍ରେସାଣ୍ଟ ଔଷଧ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ କମାଇଥାଏ । ଏହାର ପ୍ରମୁଖ ବ୍ୟବହାର ଅଙ୍ଗ ପ୍ରତିରୋପଣ ପରେ ହୁଏ । ଶରୀର ନୂଆ ଅଙ୍ଗକୁ ପ୍ରତ୍ୟାଖ୍ୟାନ ନକରିବା ପାଇଁ ଏହା ଦିଆଯାଏ । କିଡ୍‌ନୀ, ଲିଭର୍, ହୃତପିଣ୍ଡ ଭଳି ଅଙ୍ଗ ପ୍ରତିରୋପଣ ପରେ ଟାକ୍ରୋଲିମସ୍ ବ୍ୟବହାର କରାଯାଇପାରେ ।

ଟାକ୍ରୋଲିମସ୍ T-ସେଲର କାର୍ଯ୍ୟକଳାପକୁ ଦମନ କରେ । ଫଳରେ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ପ୍ରତିରୋପିତ ଅଙ୍ଗ ଉପରେ ଆକ୍ରମଣ କରିବାର ସମ୍ଭାବନା କମେ । WHOର କ୍ୟାନ୍ସର ଗବେଷଣା ସଂସ୍ଥା IARC ଏହାକ ନେଇ କ’ଣ କହିଛି ଦେଖିବା ।...

IARC ଟାକ୍ରୋଲିମସ୍‌କୁ Group 1- 'କ୍ୟାନ୍ସର ସୃଷ୍ଟି କରୁଥିବା' ବର୍ଗରେ ରଖିଛି । ଟାକ୍ରୋଲିମସ୍ ସହ ପୋଷ୍ଟ ଟ୍ରାନ୍ସପ୍ଲାଣ୍ଟ ଡିସଅର୍ଡରର ସମ୍ପର୍କ ଦେଖାଯାଇଛି । ଲ୍ୟୁକେମିଆ ଓ ଚର୍ମ କ୍ୟାନ୍ସର ପାଇଁ ମଧ୍ୟ ସୀମିତ ପ୍ରମାଣ ରହିଛି । ଏହାର ମୁଖ୍ୟ କାରଣ ରୋଗପ୍ରତିରୋଧକ କ୍ଷମତାକୁ ଦୀର୍ଘ ସମୟ ଧରି ଦମନ କରିବା । ଇମ୍ୟୁନ୍ ସିଷ୍ଟମ୍ ଦୁର୍ବଳ ହେଲେ କିଛି ଭାଇରସ୍‌କୁ ନିୟନ୍ତ୍ରଣ କରିବାରେ ଶରୀର କମ୍ ସକ୍ଷମ ହୋଇଥାଏ । ଇମ୍ୟୁନୋ ସପ୍ରେସନ୍ ଯୋଗୁଁ କ୍ୟାନ୍ସର ସହ ଜଡ଼ିତ କିଛି ଭାଇରସ୍ ନିୟନ୍ତ୍ରଣରୁ ବାହାରିବାର ସୁଯୋଗ ପାଇବେ । ଏହା ଟ୍ରାନ୍ସପ୍ଲାଣ୍ଟ ପରେ PTLD ଭଳି ରୋଗର ଆଶଙ୍କାରେ ଭୂମିକା ନେଇପାରେ । ତେଣୁ ଟ୍ରାନ୍ସପ୍ଲାଣ୍ଟ ରୋଗୀମାନଙ୍କର ନିୟମିତ ଡାକ୍ତରୀ ନିରୀକ୍ଷଣ ଜରୁରୀ । ଚର୍ମରେ ନୂଆ ଦାଗ, ଘା କିମ୍ବା ଅସାଧାରଣ ପରିବର୍ତ୍ତନ ଦେଖାଦେଲେ ଡାକ୍ତରଙ୍କୁ ଜଣାଇବା ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: