ଖରା ଦିନେ ଛୁଆଙ୍କୁ କେମିତି ରଖିବେ ସୁରକ୍ଷିତ ?

ଖରା ଯେତିକି ଯେତିକି ବଢ଼ିବ, ଛୋଟ ଛୁଆଙ୍କ ଶରୀର ଉପରେ ସେତିକି ପ୍ରଭାବ ପଡ଼ିବା ଆରମ୍ଭ ହେବ । ଖରା, ଗୁଳୁଗୁଳି, ଦୂଷିତ ପାଣି ଏ ସବୁ ମିଳିତ ଭାବେ ଛୁଆଙ୍କୁ ରୋଗରେ ପକାନ୍ତି । ବିଶେଷ କରି ପ୍ରକାର ରୋଗ ଯାହାକା ଛୁଆଙ୍କୁ ଖରା ଦିନେ ହେବାର ଆଶଙ୍କା ଅଧିକ ରହିଥାଏ । ଏଥିପାଇଁ ବାପାମାଆଙ୍କୁ ସାବଧାନ ରହିବା ଜରୁରି ।
ହିଟ୍ ଷ୍ଟ୍ରୋକ୍ (Heat Stroke)
ବହୁ ସମୟ ଧରି ଛୁଆଟିଏ ବାହାରେ ଖେଳିଲେ ଅଥିବା ବାହାରେ ବୁଲିଲେ, ତା ଶରୀରର ହଠାତ୍ ତାପମାତ୍ରା ବଢ଼ି ଯାଇଥାଏ । ଆଉ ଏଥିରୁ ହିଟ୍ ଷ୍ଟ୍ରୋକ୍ର ବିପଦ ଅଧିକ ରହିଥାଏ । ଏହାଦ୍ଵାରା ମୁଣ୍ଡ ବିନ୍ଧେ, ବୁଲାଏ,କ୍ଳାନ୍ତ ଲାଗେ ଏପରିକି ଚେତା ମଧ୍ୟ ପଳାଏ ।
📱 Get Argus News App
✨କଣ କରିବେ ?
ତେଣୁ ଖରା ଦିନେ ଛୁଆଙ୍କୁ ଦିନ ୧୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାହାରକୁ ଛାଡ଼ନ୍ତୁ ନାହିଁ । ହାଲୁକା ସୂତା କପଡ଼ା ପିନ୍ଧାଇବା ସହ ମୁଣ୍ଡକୁ ଘୋଡ଼ାଇ ଦିଅନ୍ତୁ । ପାଣି, ଲେମ୍ବୁ ପାଣି ଅଥବା ଗ୍ଲୁକୋଜ ଭଳି ତରଳ ପଦାର୍ଥ ପିଅନ୍ତୁ ।
ଖରା ଦିନେ ରନ୍ଧା ଯାଇଥିବା ଖାଦ୍ୟ ପଦାର୍ଥ ଶୀଘ୍ର ନଷ୍ଟ ହୋଇଯାଏ । ଏହା ଛଡ଼ା ରାସ୍ତାକଡ଼ର ଗୁପଚୁପ୍, ଆଇସକ୍ରିମ୍ ପାଇଁ ଖରାପ ହୋଇଥାଏ ଛୁଆଙ୍କ ପେଟ । ଆଉ ଏଭଳି ଖାଦ୍ୟ ଛୁଆଙ୍କୁ ଖାଇବାକୁ ଦେବା ଦ୍ଵାରା ଡାଇରିଆ ସହ ପେଟରେ ସଂକ୍ରମଣ ଆଶଙ୍କା ଥାଏ । ତେଣୁ ଛୁଆଙ୍କୁ ସବୁବେଳେ ଘରେ ରନ୍ଧା ଯାଇଥିବା ଖାଦ୍ୟ ଦିଅନ୍ତୁ ।
ଖରା ଦିନେ ଛୁଆଙ୍କୁ ଟାଇଫଏଡ୍ ବିପଦ ବି ରହିଥାଏ । ଏହି ଋତୁରେ ଦୂଷିତ ପାଣି ଓ ବାସୀ ଖାଇବାରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ । ଯେଉଁଥିରୁ ହୋଇଥାଏ ଟାଇଫଏଡ୍ । ଏହାଦ୍ଵାରା ଜ୍ଵର, ମୁଣ୍ଡବିନ୍ଧା ଓ ପେଟ ଦରଜ ହୁଏ । ଯଦି କୌଣସି ଛୁଆ ଠାରେ ଏହି ଲକ୍ଷଣ ୩ ଦିନରୁ ଅଧିକ ରହୁଛି ତ ଯାଞ୍ଚ କରାଇ ନିଅନ୍ତୁ ।
