Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

"ଚୀନର ବୈଜ୍ଞାନିକମାନେ ବିକାଶ କଲେ 'Bone-02' ଗ୍ଲୁ – ୩ ମିନିଟରେ ଯୋଡ଼ିହେବ ଭାଙ୍ଗିଥିବା ହାଡ଼"

Priyanka Panda
Browse all articles by Priyanka Panda
·10 months ago·2 min read
"ଚୀନର ବୈଜ୍ଞାନିକମାନେ ବିକାଶ କଲେ 'Bone-02' ଗ୍ଲୁ – ୩ ମିନିଟରେ ଯୋଡ଼ିହେବ ଭାଙ୍ଗିଥିବା ହାଡ଼"

Key Points

ଆସିଲା ନୂଆ ଟେକନିକ୍ ବୋନ୍-02
ହାଡ଼ ଭାଙ୍ଗିଲେ ହେଉଥିବା କଷ୍ଟରୁ ମିଳିବ ଉପଷମ
ବିକଷିତ ହେଲା ଟେକନିକ, ଯୋଡ଼ିବ ହାଡ଼
ଆଠେସିଭ୍ କ୍ଷମତାରେ ଆସିଲା ନୂଆ ଗ୍ଲୁ

୩ମିନିଟରେ ଯୋଡ଼ିହେବ ଭାଙ୍ଗିଥିବା ହାଡ଼ । ବୈଜ୍ଞାନିକମାନେ ବାହାର କଲେ ନୂଆ ଟେକନିକ । ଏବେ ଶରୀରରେ କୌଣସି ହାଡ଼ ଭାଙ୍ଗିଲେ ତାକୁ ଯୋଡ଼ିବା ହେବ ସହଜ । ଚୀନର ବୈଜ୍ଞାନିକମାନେ ଏହି ନୂଆ ଟେକନିକ ବାହାର କରିଛନ୍ତି । ବୈଜ୍ଞାନିକମାନେ ଏକ ଏପରି ଗ୍ଲୁ ବା ଅଠା ବିକଶିତ କରିଛନ୍ତି ଯାହା ମାତ୍ର ୩ମିନିଟରେ ଭାଙ୍ଗିଥିବା ହାଡ଼କୁ ଯୋଡ଼ିପାରିବ ।


ସାଧାରଣ ଭାବେ ଶରୀରରେ କୌଣସି ହାଡ଼ ଭାଙ୍ଗିଲେ ଏହା ଯୋଡ଼ିହେବାକୁ ଦୀର୍ଘଦିନ ସମୟ ନେଇଥାଏ । ଏଥିରେ ଅସହ୍ୟ କଷ୍ଟ ମଧ୍ୟ ହୋଇଥାଏ । ଯାହାକୁ ସହଜ କରିବାକୁ ଚୀନର ବୈଜ୍ଞାନିକ ମାନେ ଗବେଷଣା କରୁଥିଲେ । ଯେଉଁଥିରେ ସଫଳ ହୋଇ ଏବେ ଏହି ଅଠାକୁ ଉନ୍ମୋଚନ କରିଛନ୍ତି ଚୀନର ବୈଜ୍ଞାନିକମାନେ । ପୂର୍ବ ଚୀନର ସାର ରନ୍ ରନ୍ ସ ହସ୍ପିଟାଲର ଅସ୍ଥିସଲ୍ୟ ବିଭାଗର ଡାକ୍ତରମାନେ ଏହା ଉପରେ ନିଜର ଗବେଷଣା ଚଲାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଗ୍ଲୁର ନାଁ ରଖାଯାଇଛି ବୋନ୍-02 । ତେବେ ପାଣି ତଳେ ଏକ ପୋଲ ସହିତ ଦୃଢ଼ ଭାବରେ ଲାଗି ରହିଥିବା ସିପ୍ସ ଦେଖିବା ପରେ ଡାକ୍ତରମାନେ ଏହି ଗ୍ଲୁକୁ ବିକାଶ କରିବାର ପ୍ରେରଣା ପାଇଥିବା କହିଛନ୍ତି । ଏହି ଗ୍ଲୁକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ହେବା ସହ ଏହା ଉଭୟ ସୁରକ୍ଷିତ ଓ ପ୍ରଭାବଶାଳୀ ବୋଲି ଲ୍ୟାବ ଟେଷ୍ଟରୁ ଜଣାପଡ଼ିଛି । ଲ୍ୟାବ ଟେଷ୍ଟ ସମୟରେ ଜଣାପଡ଼ିଥିଲା ଯେ, ଏହି ଗ୍ଲୁ ମାତ୍ର ୧୮୦ ସେକେଣ୍ଡ ବା ୩ମିନିଟ୍ ମଧ୍ୟରେ ହିଁ ବୋନ୍ ଯୋଡ଼ିବା କାମ କରୁଛି ଯେତେବେଳେ କି ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଷ୍ଟିଲ୍ ପ୍ଲେଟ୍ ଏବଂ ସ୍କ୍ରୁ ପ୍ରତିରୋପଣ ପାଇଁ ଏକ ବଡ଼ ଛେଦନ ଆବଶ୍ୟକ ହେଉଥିଲା ଏବଂ ଏହା ଦୀର୍ଘ ସମୟ ନେଉଥିଲା ।

ବର୍ତ୍ତମାନ, ବଜାରରେ ଅନେକ ପ୍ରକାରର ବୋନ୍ ସିମେଣ୍ଟ ଓ ବୋନ୍ ଫିଲର ରହିଛି ଯାହା କି ଭଙ୍ଗା ହାଡ଼କୁ ସଜାଡ଼ିଥାଏ । କିନ୍ତୁ ସେଥିରେ ଆଠେସିଭ୍ ଗୁଣ ଥିବା କେହି ଦାବି କରନ୍ତି ନାହିଁ । ପ୍ରଥମ ବୋନ୍ ଆଠେସିଭ 1940 ମସିହାରେ ବିକଶିତ ହୋଇଥିଲା ଏବଂ ଏହା ଜିଲାଟିନ୍, ଇପୋକ୍ସି ରେଜିନ୍ ଏବଂ ଆକ୍ରିଲେଟ୍ ଉପରେ ଆଧାରିତ ଥିଲା । ତଥାପି, ସେଗୁଡ଼ିକ ଉପଯୁକ୍ତ ନଥିଲା ଏବଂ ଜୈବ ସୁସଙ୍ଗତତା ସମସ୍ୟା ଯୋଗୁଁ ଏହାକୁ ଗ୍ରହଣ କରାଯାଇନଥିଲା..

Sponsored
Chinese Scientists Develop 'Bone-02' Glue to Heal Broken Bones in Just 3 Minutes | Argus News