Videos
|
Health-wellness

ଏମିତି କରନ୍ତୁ ପ୍ରତିଦିନ, ମାତ୍ର କିଛି ମାସରେ ହେବ ଓଜନ ହ୍ରାସ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଏମିତି କରନ୍ତୁ ପ୍ରତିଦିନ, ମାତ୍ର କିଛି ମାସରେ ହେବ ଓଜନ ହ୍ରାସ

 ଅର୍ଗସ ବ୍ୟୁରୋ : ଓଜନ କମାଇବାକୁ ସମସ୍ତେ ପ୍ରାୟ ସବୁ ପ୍ରକାର ଚେଷ୍ଟା କରନ୍ତି । କାରଣ ସ୍ଲିମ୍ ରହିବା , ସୁସ୍ଥ ରହିବା ସମସ୍ତଙ୍କୁ ପସନ୍ଦ । କିନ୍ତୁ ଆମର ଜୀବନଶୈଳୀ ଏପରି ହୋଇଗଲାଣି ଆମେ ଅନେକ ଚେଷ୍ଟା କରିବା ପରେ ମଧ୍ୟ ନିଜକୁ ମୋଟାରୁ ପତଳା କରିପାରନ୍ତି ନାହିଁ । ଅତ୍ୟଧିକ ମୋଟାପଣ ଯୋଗୁଁ ଅନେକ ରୋଗ ମଧ୍ୟ ଆମକୁ ମାଡି ବସିଥାଏ । ମୋଟାରୁ ପତଳା ହେବା ପାଇଁ ସମସ୍ତଙ୍କୁ ଉପଯୁକ୍ତ ଟିପ୍ସ ନିହାତି ଦରକାର । ମ୍ୟାଡି ନାମକ ଜଣେ ମହିଳା ସୋସିଆଲ ମିଡିଆରେ ନିଜର ଓଜନ ହ୍ରାସ କରିବାର ପୁରା ପ୍ରକ୍ରିୟା ଶେୟାର କରିଛନ୍ତି ।


ସେ ମାତ୍ର ୧୧ ମାସ ଭିତରେ ନିଜର ୧୮ କେଜି ଓଜନ ହ୍ରାସ କରିଛନ୍ତି । ପୃଷ୍ଟିକର ଖାଦ୍ୟ , ବ୍ୟାୟାମ , ମାନସିକ ଶାନ୍ତି ରହିବା ଦ୍ବାରା କିପରି ଓଜନ ହ୍ରାସ ହୋଇଥାଏ ତାର ୪ଟି ଷ୍ଟେପ ସେ ଶେୟାର କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧- କାର୍ଡିଓ ଏକ୍ସରସାଇଜ

ଓଜନ ହ୍ରାସ ପାଇଁ କାର୍ଡିଓ ଏକ୍ସରସାଇଜ ଯେମିତିକି , ବ୍ୟାୟାମ, ଦୌଡିବା, ଡେଇଁବା ନିହାତି ଦରକାର । ଯାହାଦ୍ବାରା କ୍ୟାଲୋରୀ ବର୍ଣ୍ଣ ହେବା ସହ ଶରୀର ମଧ୍ୟ ଫିଟ୍‌ ରହିବ ।


୨- ହାଇଡ୍ରେସନ

ଦିନକୁ ଯେହେତୁ ଆପଣ କାର୍ଡିଓ ଏକ୍ସରସାଇଜ କରୁଛନ୍ତି, ତେଣୁ ଦେହରୁ ଅନେକ ଝାଳ ବାହାରି ଦେହରୁ ଜଳୀୟଅଂଶ କମିବାରେ ଲାଗିବ । ସେଥିପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ନିହାତି ଦରକାର । ଏହାଦ୍ବାରା ଦେହରେ ଖାଦ୍ୟ ଠିକ ଭାବରେ ହଜମ ହେବାସହ ଶରୀରକୁ ଶକ୍ତି ଯୋଗାଇଥାଏ । ଏବଂ ଶରୀର ସୁସ୍ଥ ରହିଥାଏ ।


୩- ଖାଦ୍ୟରେ ସନ୍ତୁଳନ

ବିଶେଷ ଭାବେ ପୃଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରରକୁ ସଠିକ ପରିମାଣରେ ପ୍ରୋଟିନ ଯୋଗାଇଥାଏ । ଏହି ସନ୍ତୁଳନ ଶରୀରରେ ଓଜନ କମାଇବାରେ ସାହାଯ୍ୟ କରିଥାଏ ।


୪- ଫଟୋ କ୍ଲିକ

ପ୍ରତିଦିନ ନିଜ ଶରୀରର ଏକ ଫଟୋ ଉଠାଇ ରଖନ୍ତୁ । ସେଥିରୁ ଜଣା ପଡିବ ଆପଣଙ୍କ ଶରୀରର ପ୍ରତିଦିନ କିପରି ପରିବର୍ତ୍ତନ ଆସୁଛି । ପ୍ରତିଦିନ ବ୍ୟାୟାମ, ପୃଷ୍ଟିସାର ଭିଟାମିନଯୁକ୍ତ ଖାଦ୍ୟ ଏବଂ ସଠିକ ପରିମାଣରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିଥାଏ ।