Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆପଣଙ୍କ ଗୋଡରେ ଏପରି ଯନ୍ତ୍ରଣା ହେଉଛି କି ? ସାବଧାନ ! ଆସିପାରେ ହାର୍ଟ ଆଟାକ...

Health & Wellness

ଆପଣଙ୍କ ଗୋଡରେ ଏପରି ଯନ୍ତ୍ରଣା ହେଉଛି କି ? ସାବଧାନ ! ଆସିପାରେ ହାର୍ଟ ଆଟାକ...

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆପଣଙ୍କ ଗୋଡରେ ଏପରି ଯନ୍ତ୍ରଣା ହେଉଛି କି ? ସାବଧାନ ! ଆସିପାରେ ହାର୍ଟ ଆଟାକ...

ଗୋଡରେ ଯନ୍ତ୍ରଣା ଏକ ସାଧାରଣ ଯନ୍ତ୍ରଣା ବୋଲି ଆମେ ସମସ୍ତେ ଭାବନ୍ତି । କାରଣ ଅନେକ ସମୟରେ ଆମେ ଶୋଇଥିବା ବେଳେ ହଠାତ ଗୋଡରେ ମାଂସପେଶୀ ସ୍ଥାନରେ ଯନ୍ତ୍ରଣା ହେବା ଆରମ୍ଭ ହୁଏ । କିନ୍ତୁ ଆପଣ ଜାଣିଛନ୍ତି, ସେହି ଯନ୍ତ୍ରଣା ହାର୍ଟ ଜନିତ ରୋଗ ହେବାର ଏକ ଲକ୍ଷଣ ଅଟେ ।


ଯଦି ଗୋଡରେ କିଛି ଅତ୍ୟଧିକ ଯନ୍ତ୍ରଣା ହୁଏ, ଏବଂ ଗୋଡରେ ରକ୍ତ ପ୍ରବାହରେ ଯଦି କିଛି ବାଧା ହେଉଥିବା ଆପଣଙ୍କୁ ଅନୁଭବ ହେଉଥାଏ, ତେବେ ତୁରନ୍ତ ଏହି ଲକ୍ଷଣକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ଅତ୍ୟଧିକ ବ୍ୟାୟାମ କରିବା ଦ୍ବାରା କିମ୍ବା ଚାଲିବା ଦ୍ବାରା ଗୋଡରେ ଯନ୍ତ୍ରଣା ହୋଇ ରକ୍ତ ପ୍ରବାହରେ ବାଧା ହୋଇଥାଏ । ଧମନୀରେ ରକ୍ତ ସଞ୍ଚାଳନ ସଠିକ ନହେବାରୁ ଏହା ହାର୍ଟରେ ସମସ୍ୟା ସୃଷ୍ଟି କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୋଡରେ ଲଗାତାର ଏମିତି ଯନ୍ତ୍ରଣା ହେଉଥିଲେ ଏହା ହାର୍ଟ ଆଟାକ୍ ଭଳି ସମସ୍ୟା ଆଣିଥାଏ । ତେଣୁ ଏପରି ଯନ୍ତ୍ରଣା ହେଉଥିଲେ ମେଡିକାଲରେ ନିଜର ଚେକଅପ୍ କରାଇନିଅନ୍ତୁ । ଥକ୍କାପଣ କିମ୍ବା ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲେ ଗୋଡରେ ଅସ୍ବଭାବିକ ଭାବେ ଯନ୍ତ୍ରଣା ହୋଇଥାଏ । ଏହା ହୃଦରୋଗର କାରଣ ହୋଇପାରେ । ତେଣୁ ଆପଣଙ୍କ ଭିତରେ ମଧ୍ୟ ଯଦି ଏପରି କିଛି ଲକ୍ଷଣ ଥାଏ, ତେବେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

Sponsored
Do you have such pain in your legs? Be careful! A heart attack may occur | Argus News